ସରିଲାଣି ଘର କାମ; କେବେ ମିଳିବ ଇନ୍ଦିରାବାସ ଟଙ୍କା ?   

ମୁଖୀଗୁଡା: ଇନ୍ଦିରା ଆବାସ ଯୋଜନାର ଗୃହ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ଥିଲେ ମଧ୍ୟ ହାତାଧୀକାରୀଙ୍କୁ କିସ୍ତି ଟଙ୍କା ମିଳୁନଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ଜୟପାଟଣାର ୧୧ନମ୍ବର ୱାର୍ଡ ବାସିନ୍ଦା ହେଉଛନ୍ତି ଜୟଦ୍ରଥ ସାହୁ । ଜୟଦ୍ରଥଙ୍କୁ ୨୦୧୪-୧୫ ଆର୍ଥିକ ବର୍ଷରେ ଇନ୍ଦିରା ଆବାସ ଯୋଜନାରେ ଚୟନ କରାଯାଇଥିଲା । କାର୍ଯ୍ୟାଦେଶ ସଂଖ୍ୟା ୪୪୩ ତା୧୧.୨.୨୦୧୪ ଅନୁଯାୟୀ ଜୟଦ୍ରଥ ଘର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । ହେଲେ ଶାରୀରିକ ଅସୁସ୍ଥତା ହେତୁ କାର୍ଯ୍ୟାଦେଶ ପାଇବାର ୬ମାସ ମଧ୍ୟରେ ଗୃହ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିପାରି ନଥିଲେ ।

prayash

ଚିକିତ୍ସା ପରେ ସେ ଗୃହ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରି ଥିଲେ ହେଁ ତାଙ୍କୁ ତାଙ୍କୁ ପ୍ରଥମ କିସ୍ତି ବାବଦ ୩୦ହଜାର ଟଙ୍କା ମିଳିଛି । ହେଲେ ବକେୟା କିସ୍ତି ଟଙ୍କା ପାଇଁ ଜୟପାଟଣା ବିଡିଓଙ୍କୁ ଲିଖିତ ଭାବେ ଜୟଦ୍ରଥ ଜଣାଇ ଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ । ଏନେଇ ଜୟପାଟଣା ବିଡିଓ ପ୍ରଣବ ପ୍ରକାଶ ଚାନ୍ଦଙ୍କ କୌଣସି ପ୍ରତ୍ରିକ୍ରିୟା ମିଳିନାହିଁ । ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ବକେୟା କିସ୍ତି ଟଙ୍କା ପ୍ରଦାନ ଦିଗରେ ପଦକ୍ଷେପ ନେବାକୁ ଜୟଦ୍ରଥ ସାହୁ ଦାବି କରିଛନ୍ତି ।

kalyan agarbati

Comments are closed.