ମୁଖୀଗୁଡା : ଏକ ସଡକ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଥିବା ଯୁବକକୁ ବିଜୁ ସ୍ୱାସ୍ଥ୍ୟକାର୍ଡ ଯୋଗୁଁ ଅପରେସନ କରାଯିବା ସମ୍ଭବ ହୋଇଛି ।
କଳାହାଣ୍ଡି ଜିଲ୍ଲାରେ ଜୟପାଟଣା ମହାବୀରପଡ଼ା ୪ନମ୍ବର ୱାର୍ଡ ବାସିନ୍ଦା ଅବକାଶ ରାଉତ(୨୨) ଗତ ୧୩ ତାରିଖରେ ଖଇରମାଲ ମୋଟର ସାଇକେଲ ପଛପଟେ ବସି ଯାଉଥିବା ବେଳେ ଜୟପାଟଣା ଢ଼ାବା ନିକଟରେ ଏକ ଅଜଣା ଗାଡି ଧକ୍କା ଦେବାରୁ ଗୁରୁତର ଆହତ ହୋଇଥିଲେ । ତାଙ୍କ ମୁଣ୍ଡରେ ଆଘାତ ଲାଗିଥବାରୁ ତାଙ୍କୁ ପ୍ରଥମେ ଜୟପାଟଣା ଡାକ୍ତରଖାନା ଏବଂ ପରେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆ ଯାଇଥିଲା । ସେଠାରେ ସୁବିଧା ନଥିବାରୁ ବୁର୍ଲା କିମ୍ବା କଟକ ନେବା ପାଇଁ ପରାମର୍ଶ ଦିଆଯାଇଥିଲା । ହେଲେ ତାଙ୍କ ପାଖରେ ଟଙ୍କା ନଥିଲା ଜୟପାଟଣାର ବଦାନ୍ୟ ବ୍ୟକ୍ତିଙ୍କ ଆର୍ଥିକ ସହାୟତାରେ ଏକ ଆମ୍ବୁଲେନ୍ସ ଭଡା କରି ଅବକାଶକୁ ଭୁବନେଶ୍ବର ସ୍ଥିତ ହସ୍ପିଟାଲକୁ ନିଆଯାଇଥିଲା । ତୁରନ୍ତ ଚିକିତ୍ସା ପାଇଁ ୬୦ହଜାର ଟଙ୍କା ସେଠାରେ ଦେଇଥିଲେ କିନ୍ତୁ ଅପେରସନ କରିବାକୁ ପଡିବ ବୋଲି କୁହାଯିବାରୁ ଅପେରସନ ପାଇଁ କୁଆଡୁ ୨ଲକ୍ଷ ଆଣିବେ ବୋଲି ଚିନ୍ତାରେ ପଡି ଯାଇଥିଲେ ପରିବାର ଲୋକେ ।
ପାଖରେ ଥିବା ବିଜୁ ସ୍ୱାସ୍ଥ୍ୟକାର୍ଡ ମଧ୍ୟ ଆକ୍ଟିଭ ନ ଥିଲା । ପରେ ବିଜୁ ସ୍ୱାସ୍ଥ୍ୟକାର୍ଡକୁ କାର୍ଯ୍ୟକ୍ଷମ କରାଯାଇ ଅବକାଶର ମାଗଣାରେ ଅପେରସନ କରାଗଲା । ବିଜୁ ସ୍ୱାସ୍ଥ୍ୟକାର୍ଡ ଯୋଗୁଁ ମୋ ପୁଅର ଜୀବନ ବଞ୍ଚିଲା ବୋଲି ଅବକାଶର ମାଆ ଚନ୍ଦ୍ରକାନ୍ତି ରାଉତ ପ୍ରକାଶ କରିଛନ୍ତି ।ସରକାର ଏହି ଜନ କଲ୍ୟାଣ ଯୋଜନା କରି ଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି ।ହେଲେ ଅପରେସନ ସରିଲା ପରେ ଅବକାଶଙ୍କ ପରିବାର କିପରି ଚଳିବ ସେନେଇ ଚିନ୍ତାରେ ରହିଛନ୍ତି ପରିବାର ଲୋକେ ମାଆ ଚନ୍ଦ୍ରକାନ୍ତି ସାପ୍ତାହିକ ବଜାରରେ କିଛି ସାମଗ୍ରୀ ବିକି ସ୍ୱଳ୍ପ ରୋଜଗାରରେ ପରିବାର ଚଳାଉଥିବା ବେଳେ ଅବକାଶ ଏକ କପଡା ଦୋକାନରେ କାମ କରୁଥିଲେ । ଚିିକିତ୍ସାରେ ଓ ଯିବା ଆସିବାରେ ଖର୍ଚ୍ଚ ହୋଇ ଯାଇଥିବାରୁ ସେ ଚିନ୍ତାରେ ପଡିଛନ୍ତି ,ଚନ୍ଦ୍ରକାନ୍ତି ଏଭଳି ସ୍ଥିତିରେ ସେମାନଙ୍କ ପାଇଁ ସରକାରୀ ସହାୟତା ଜରୁରୀ ହୋଇ ପଡିଛି ବୋଲି କହିଛନ୍ତି ।