www.samajalive.in
Tuesday, December 9, 2025
15.1 C
Bhubaneswar

ମାଗଣା ଖଟୁଛନ୍ତି ମୁକେଶ ଅମ୍ୱାନୀ

ମୁମ୍ୱାଇ: କମ୍ପାନୀ ପାଇଁ ମାଗଣାରେ ଖଟୁଛନ୍ତି ଭାରତର ଏକ ନମ୍ୱର ଧନୀ ମୁକେଶ ଅମ୍ୱାନୀ। ଗତବର୍ଷ କୋଭିଡ୍‌ ସମୟରେ ସେ ବିନା ଦରମାରେ କାମ କରିଥିବା ଚର୍ଚ୍ଚାର ବିଷୟ ପାଲଟିଥିଲା। ଚଳିତ ବର୍ଷ ମଧ୍ୟ ସେ ଦରମା ନେଉ ନାହାନ୍ତି । ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍‌ରେ ସେ କାର୍ଯ୍ୟ କରୁଥିବା ବେଳେ ଦରମା ବାବଦକୁ ଗତ ବର୍ଷ ଗୋଟିଏ ବି ଟଙ୍କା ସେ ନେଇ ନଥିଲେ । ମହାମାରୀ କାରଣରୁ କମ୍ପାନୀ ଉପରେ ବାଣିଜ୍ୟିକ ଓ ଅର୍ଥନୈତିକ ପ୍ରଭାବ ପଡିଥିବାରୁ ସେ ବର୍ଷ ଦରମା ବାବଦ ଟଙ୍କା ନେଇନଥିବା ଆର୍ଥିକ ବର୍ଷ ୨୦୨୦-୨୧ର ବାର୍ଷିକ ରିପୋର୍ଟରୁ ଜଣାପଡ଼ିଛି।

ରିଲାଏନ୍ସର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦେଶକ ଭାବେ ସେ କାର୍ଯ୍ୟ କରୁଛନ୍ତି । ବିଶ୍ୱରେ କରୋନା ପ୍ରଭାବ ବିସ୍ତାର ସମୟରେ ଜୁନ୍‌ ୨୦୨୦ରେ ସେ ଆର୍ଥିକ ବର୍ଷ ୨୦୨୦-୨୧ ବର୍ଷ ପାଇଁ ଏକ ଟଙ୍କା ଦରମା ନେବେ ନାହିଁ ବୋଲି ଘୋଷଣା କରିଥିଲେ । ତେବେ ଚଳିତ ଆର୍ଥିକ ବର୍ଷ ୨୦୨୧-୨୨ ପାଇଁ ମଧ୍ୟ ସେ ବିନା ଦରମାରେ କାମ କରିଥିବା କହିଛନ୍ତି । ଗତବର୍ଷ ସେ କୌଣସି ଭତ୍ତା, ଅବସର କାଳୀନ ଭତ୍ତା, ଅନ୍ୟାନ୍ୟ ସୁବିଧା ସୁଯୋଗ ନେଇନଥିବା ବେଳେ ଚଳିତ ବର୍ଷ ମଧ୍ୟ କୌଣସି ସୁବିଧା ସୁଯୋଗ କମ୍ପାନୀଠାରୁ ନେବେ ନାହିଁ ବୋଲି କହିଛନ୍ତି । ୨୦୦୮-୦୯ରେ ମୁକେଶ ୧୫ କୋଟି ଟଙ୍କା ଦରମା ନେଉଥିବା ବେଳେ ୨୦୧୯-୨୦ ରେ ମଧ୍ୟ ସେ ସମାନ ଦରମା  ନେଉଥିଲେ । ଏହାରି ସହ ଅନ୍ୟାନ୍ୟ ସୁବିଧା ମିଶାଇ ୨୪ କୋଟି ଟଙ୍କା ପ୍ରତିବର୍ଷ ସେ ନେଉଥିବା ଜଣାପଡ଼ିଛି। ତେବେ ଗତ ଦୁଇ ବର୍ଷ ହେଲା ସେ ଗୋଟିଏ ବି ଟଙ୍କା କମ୍ପାନୀଠାରୁ ନେଇ ନାହାନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories