www.samajalive.in
Monday, December 15, 2025
24.1 C
Bhubaneswar

ମୁକେଶ ଅମ୍ବାନୀ ଏସିଆର ସର୍ବୋଚ୍ଚ ଧନୀ

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡିଷ୍ଟ୍ରୀର ମାଲିକ ମୁକେଶ ଅମ୍ବାନୀ ଏସିଆର ସର୍ବଶ୍ରେଷ୍ଠ ଧନୀ ବ୍ୟକ୍ତିର ମାନ୍ୟତା ପାଇଛନ୍ତି। ଆଲିବାବା ଗ୍ରୁପ୍‍ର ପ୍ରତିଷ୍ଠାତା ଜାକ୍‍ ମା ଙ୍କୁ ପଛରେ ପକାଇ ମୁକେଶ ଏହି ସ୍ଥାନ ହାସଲ କରିଛନ୍ତି। ମୁକେଶ ଅମ୍ବାନୀଙ୍କ ପରିବାର ବିଶ୍ୱର ସପ୍ତମ ଶ୍ରେଷ୍ଠ ଧନୀ ପରିବାରର ମାନ୍ୟତା ପାଇଛନ୍ତି। ମୁକେଶ ଅମ୍ବାନୀଙ୍କ ବିଭିନ୍ନ କମ୍ପାନୀର ମୋଟ ସମ୍ପତ୍ତି ପରିମାଣ ୭ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଥିବା ବେଳେ ତାଙ୍କ ପରିବାରର ମୋଟ ସମ୍ପତ୍ତି ପରିମାଣ ୪୩.୪ ବିଲିୟନ ଡଲାର। ବ୍ଲୁମ୍‍ବର୍ଗ ବିଲିଓନାରି ଇଣ୍ଡେକ୍ସରୁ ଏହା ଜଣାପଡ଼ିଛି। ୧୯୬୬ରେ ମାତ୍ର ୧୦୦୦ ଟଙ୍କାରେ ଧିରୁଭାଇ ଅମ୍ବାନୀଙ୍କ ଦ୍ୱାରା ପ୍ରତିଷ୍ଠିତ ରିଲାଏନ୍ସ ଇଣ୍ଡଷ୍ଟ୍ରୀକୁ ତାଙ୍କ ମୃତ୍ୟୁ ପରେ ୨୦୦୨ରେ ମୁକେଶ ସମ୍ଭାଳି ଥିଲେ। ଏବେ ମୁକେଶ ବିଶ୍ୱର ସର୍ବାଧିକ ବ୍ୟୟବହୁଳ ୨୭ ମହଲା ବିଶିଷ୍ଟ ଆବାସିକ ବଙ୍ଗଳାରେ ରହୁଛନ୍ତି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories