www.samajalive.in
Saturday, December 6, 2025
26.1 C
Bhubaneswar

‘ଅଥର୍ବ’- ଦ ଅରିଜିନ୍‍ : ନୂଆ ଅବତାରରେ ଧୋନୀ

ନୂଆଦିଲ୍ଲୀ : ମାହିଙ୍କ ନୂଆ ଅବତାର। କ୍ରିକେଟ ମଇଦାନରେ ଛକା ଓ ଚଉକା ମାରୁଥିବା ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଏମ ଏସ ଧୋନୀ ଖୁବ ଶୀଘ୍ର ନୂଆ ରୂପରେ ନଜର ଆସିବେ। ସୋସିଆଲ ମିଡିଆରେ ଧୋନୀ ନିଜର ଆଗାମୀ ୱେବ୍‍ ସିରିଜ୍‍ ‘ଅଥର୍ବ ଦ ଅରିଜିନ୍‍’ର ଟିଜର ଶେୟାର କରିଛନ୍ତି। ଧୋନୀଙ୍କ ଏହି ଲୁକ୍‍ ଦେଖି ପ୍ରଶଂସକ ବେଶ ଖୁସି ବ୍ୟକ୍ତ କରିଛନ୍ତି ଓ ଏହାକୁ ନେଇ ଅପେକ୍ଷାରେ ରଖିଛନ୍ତି।
ସାମ୍ନାକୁ ଆସିଥିବା ଏହି ଟିଜରରେ ଧୋନୀଙ୍କ ମୁଣ୍ଡରେ ଜଟ୍ଟା ଦେଖାଯାଉଛି। ଏହାସହ ସେ ଏକେଲା ହିଁ ଅନେକ ରାକ୍ଷସଙ୍କ ସାମ୍ନା କରୁଥିବା ନଜର ଆସୁଛନ୍ତି। ଏବେ ସୋସିଆଲ ମିଡିଆରେ ଧୋନୀଙ୍କ ଏହି ନୂଆ ଅବତାର ବେଶ ପ୍ରଶଂସା ସାଉଁଟିବା ସହ ଭାଇରାଲ ହେଉଛି।
‘ଅର୍ଥବ ଦ ଅରିଜିନ୍‍’ର ଏହି ଟିଜରରେ ପ୍ରଂଶସକ ତାଙ୍କୁ ସୁପରହିରୋର ଆଖ୍ୟା ଦେଉଛନ୍ତି। ସାମ୍ନାକୁ ଆସିଥିବା ଏହି ଟିଜରରେ ଧୋନୀ ମହାଦେବଙ୍କ ରୂପରେ ନଜର ଆସିଛନ୍ତି।
‘ଅର୍ଥବ ଦ ଅରିଜିନ୍‍’ର ରିଲିଜ ପାଇଁ ଧୋନୀ ଖୁବ ଉତ୍ସାହୀ ରହିଛନ୍ତି। ଟିଜରର ଆରମ୍ଭରେ ଏହି ଫଟୋକୁ ଶେୟାର କରି ସେ ଖୁବ ଖୁସି ବୋଲି କହିଛନ୍ତି। ଅଧିକ ସମୟ ଧରି ଏହି ସିରିଜ ଉପରେ କାମ କରାଯାଉଛି। ଲେଖକ ରମେଶ ଥମିଲମନୀ ଏହି ସିରିଜ ଜରିଆରେ ଦର୍ଶକଙ୍କୁ ଏକ ଭିନ୍ନ ଅନୁଭୂତି ଦେବାକୁ ଚେଷ୍ଟା କରୁଛନ୍ତି। ଏହାସହ ସିରିଜ କାହାଣୀ ପ୍ରତ୍ୟେକ ସମୟରେ ଭିନ୍ନ ଓ ରୋମାଞ୍ଚକର କରିବା ପାଇଁ ଅନେକ ବର୍ଷ ହେବ କାମ ଜାରି ରଖିଛନ୍ତି। ଏହି କାହାଣୀ ଏକ ପୌରାଣିକ କଥାବସ୍ତୁ ଉପରେ ଆଧାରିତ ବୋଲି ସୂଚନା ମିଳିଛି। ଏହାକୁ ଧୋନୀ ଇଣ୍ଟରଟେନମେଣ୍ଟ କମ୍ପାନୀ ଦ୍ୱାରା ରିଲିଜ୍‍ କରାଯିବ। ଧୋନୀ ଇଣ୍ଟରଟେନମେଣ୍ଟକୁ ତାଙ୍କ ପତ୍ନୀ ସାକ୍ଷୀ ପରିଚାଳନା କରି ଥାଆନ୍ତି। ତାଙ୍କ କହିବାନୁଯାୟୀ, ଏହା ଏକ ରୋମାଞ୍ଚକର ସିରିଜ ହେବ ଯେଉଁଥିରେ ଲୋକେ ଭିନ୍ନ ଧରଣର କାହାଣୀ ଦେଖିବାକୁ ପାଇବେ। ଧୋନୀ ଇଣ୍ଟରଟେନମେଣ୍ଟ କମ୍ପାନୀର ସ୍ଥାପନା ଧୋନୀ ଓ ତାଙ୍କ ପତ୍ନୀ ସାକ୍ଷୀ କରିଛନ୍ତି।

 

Hot this week

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

Related Articles

Popular Categories