ବିଧାନସଭାରେ ଭୋ ଭୋ ହୋଇ କାନ୍ଦିଲେ ବିଧାୟିକା

0

ଭୋପାଳ : ମଧ୍ୟପ୍ରଦେଶ ବିଧାନସଭାରେ ମଙ୍ଗଳବାର ଜଣେ ବିଜେପି ବିଧାୟିକା ଦଳର ଜଣେ ମନ୍ତ୍ରୀଙ୍କ ବିରୋଧରେ ମାନସିକ ନିର୍ଯାତନା ଅଭିଯୋଗ ଆଣିବା ସହ ଭୋ ଭୋ ହୋଇ କାନ୍ଦିଥିଲେ। ବିଜେପି ବିଧାୟିକା ନୀଲମ ମିଶ୍ରା ମଧ୍ୟପ୍ରଦେଶର ଶିଳ୍ପ ମନ୍ତ୍ରୀ ରାଜନ୍ଦ୍ରେ ଶୁକ୍ଳାଙ୍କ ବିରୋଧରେ ମାନସିକ ଉତ୍ପୀଡ଼ନର ଅଭିଯୋଗ ଆଣିଛନ୍ତି। ସେ ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିବା ସହ ସୁରକ୍ଷା ମାଗିଛନ୍ତି। ରାଜ୍ୟ ଗୃହମନ୍ତ୍ରୀ ଭୁପେନ୍ଦ୍ର ସିଂହ ବିଧାୟିକାଙ୍କୁ ସୁରକ୍ଷା ପ୍ରଦାନର ଆଶ୍ୱାସନା ଦେଇଛନ୍ତି। ଅପରପକ୍ଷରେ ମନ୍ତ୍ରୀ ରାଜେନ୍ଦ୍ର ଶୁକ୍ଳା ନିଜ ବିରୋଧରେ ଆସିଥିବା ଅଭିଯୋଗକୁ ଭିତ୍ତିହୀନ ଏବଂ ମିଥ୍ୟା ବୋଲି କହିଛନ୍ତି। ବିଧାସନା ଅଧିବେଶନ ଚାଲୁଥିବା ସମୟରେ ରିୱା ଜିଲା ସେମରିଆ ବିଧାୟକ ନୀଲମ ମିଶ୍ରା ଠିଆ ହୋଇ ମନ୍ତ୍ରୀ ଶୁକ୍ଳାଙ୍କ ବିରୋଧରେ ମାନସିକ ଉତ୍ପୀଡ଼ନ ଅଭିଯୋଗ ଆଣିବା ସହ ଭୋ ଭୋ ହୋଇ କାନ୍ଦିଥିଲେ। ସୁରକ୍ଷା ପ୍ରଦାନର ଆଶ୍ୱସନା ମିଳିବା ପରେ ହିଁ ସେ ନିଜ ଆସନରେ ବସିବେ ବୋଲି କହିଥିଲେ।

prayash

କୁହାଯାଇଛି ନୀଲମ ମିଶ୍ରା ଅନେକ ଦିନ ଧରି ମନ୍ତ୍ରୀ ଶୁକ୍ଳାଙ୍କ ବିରୋଧରେ ଉତ୍ପୀଡ଼ନର ଅଭିଯୋଗ କରିଆସୁଛନ୍ତି। ବିଧାୟିକା ପଦରୁ ଇସ୍ତଫା ଦେବାକୁ ପଡ଼ିଲେ ସେ ଏଥିପାଇଁ ପ୍ରସ୍ତୁତ ବୋଲି କହିଛନ୍ତି। ମାମଲା ବହୁ ଦିନ ତଳର ବୋଲି କୁହାଯାଉଛି। କୁହାଯାଉଛି ମନ୍ତ୍ରୀ ଶୁକ୍ଲା ଏବଂ ନୀଲମ ମିଶ୍ରାଙ୍କ ସ୍ୱାମୀ ଅଭୟ ମିଶ୍ରାଙ୍କ ମଧ୍ୟରେ ପୁରୁଣା ବିବାଦ ରହିଛି। ଅଭୟ ମିଶ୍ରା ରିୱା ଜିଲା ପଞ୍ଚାୟତ ଅଧ୍ୟକ୍ଷ ଥିଲେ। ସେ ଦୁଇ ବର୍ଷ ପୂର୍ବେ ସରକାରଙ୍କ ବିରୋଧରେ ଆନ୍ଦୋଳନ କରିଥିଲେ ଓ ବିଜେପିରୁ ଇସ୍ତଫା ଦେଇଥିଲେ। ଏହାପରେ ସେ କଂଗ୍ରେସରେ ଯୋଗଦେଇଛନ୍ତି। ରାଜେନ୍ଦ୍ର ଶୁକ୍ଳା ଅଭୟ ମିଶ୍ରାଙ୍କ ବିରୋଧରେ କେତେକ ମାମଲା ଦାଏର କରିଛନ୍ତି। ଗୃହମନ୍ତ୍ରୀ ଭୁପେନ୍ଦ୍ର ସିଂହ ସବୁ ମାମଲାର ତଦନ୍ତ ନିର୍ଦେଶ ଦେଇଛନ୍ତି।

kalyan agarbati
Leave A Reply