Patra electronics

ଚାର୍ଜ କରିବ ମାଉସ୍‍ପ୍ୟାଡ୍‍+

0

ନ୍ୟୁୟର୍କର ଡିଜାଇନ୍‍ ଷ୍ଟୁଡିଓ ଟାକିଏସୋ ଗ୍ରାଫ୍ଟ ଡିଜାଇନ୍‍ ଏବେ ଲ୍ୟାପ୍‍ଟପ୍‍ ଏବଂ ଡେସ୍କଟପ୍‍ ବ୍ୟବହାରକାରୀଙ୍କ ଲାଗି ଏପରି ମାଉସ୍‍ ପ୍ୟାଡ୍‍ ପ୍ରସ୍ତୁତ କରିଛି ଯାହା ସ୍ମାର୍ଟଫୋନ୍‍ ପାଇଁ ଓୟାରଲେସ୍‍ ଚାର୍ଜର ପରି କାମ କରିଥାଏ। ଲେଦର ଏବଂ ଉଲ୍‍ରେ ସୁସଜ୍ଜିତ ଏହି ମାଉସ୍‍ ପ୍ୟାଡ୍‍+ ମାଉସ୍‍ ଚଳାଇବାକୁ ସହଜ କରିବା ସହିତ ଏଥିରେ ଲାଗିଥିବା କ୍ୟୁଆଇ ଓୟାରଲେସ୍‍ ଚାର୍ଜର ସ୍ମାର୍ଟଫୋନ୍‍ ଚାର୍ଜ କରିଦେଇଥାଏ।

ପ୍ୟାଡ୍‍ର ଉଲ୍‍ ଭାଗରେ ମାଉସ୍‍ ଚଳାଇହେବ ଏବଂ ଏହାର ଲେଦର ବା ଚମଡା ଭାଗରେ ସ୍ମାର୍ଟଫୋନ୍‍ ରଖିଦେଲେ ତାହା ଚାର୍ଜ ହୋଇପାରିବ। ଏହାକୁ ସାଙ୍ଗରେ ନେବା ମଧ୍ୟ ସହଜ। ମୋଡିଦେଇ ପକେଟ କିମ୍ବା ବ୍ୟାଗ୍‍ରେ ରଖିପାରିବେ ଏବଂ ବ୍ୟବହାର କରିବାକୁ ହେଲେ ଲ୍ୟାପ୍‍ଟପ୍‍ରେ ସଂଯୋଗ କରିହେବ। ଆସନ୍ତା ଅଗଷ୍ଟ ସୁଦ୍ଧା ଏହା ବଜାରକୁ ଆସିବାର ସମ୍ଭାବନା ରହିଛି।

ଏଭଳି ମାଉସ୍‍ପ୍ୟାଡ୍‍ ସମ୍ପର୍କରେ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ସାରା ବିଶ୍ୱରେ ହାଇ ରେଞ୍ଜ୍‍ର ଓୟାରଲେସ୍‍ ଅପ୍ଟିକାଲ ମାଉସ୍‍ ଏବଂ ଇନ୍‍-ବିଲ୍ଟ ଟ୍ରାକ୍‍ପ୍ୟାଡ ଯୋଗୁ ମାଉସ୍‍ପ୍ୟାଡ ଭଳି କମ୍ପ୍ୟୁଟର ସରଞ୍ଜାମର ଅବସ୍ଥା ସଙ୍କଟାପନ୍ନ। ତେଣୁ ଏହାକୁ ନୂଆ ସୌନ୍ଦର୍ୟ୍ୟ ଦେବା ସହିତ ଓୟାରଲେସ୍‍ ଚାର୍ଜର ବ୍ୟବସ୍ଥାଯୁକ୍ତ କରି ପ୍ରଚଳନରେ ରଖିବା ଲାଗି ଚେଷ୍ଟା କରାଯାଇଛି।

୨୯ଡଲାର ମୂଲ୍ୟର ଏହି ମାଉସ୍‍ ପ୍ୟାଡ୍‍ରେ ୟୁଏସ୍‍ବି-ଏ ପୋର୍ଟ ରହିଛି। ହାଇସ୍ପିଡ୍‍ ୟୁଏସ୍‍ବି-ସି ପୋର୍ଟଯୁକ୍ତ ପ୍ୟାଡ୍‍ ନେବାକୁ ହେଲେ ୩୫ଡଲାର ଦାମ୍‍ ରଖାଯାଇଛି। ଏହି ମାଉସ୍‍ପ୍ୟାଡ୍‍ ପ୍ରାଥମିକ ସ୍ତରରେ ଆମେରିକୀୟ ଗ୍ରାହକମାନଙ୍କ ପାଇଁ ଉପଲବ୍ଧ ହେବ। ସେମାନଙ୍କୁ ପସନ୍ଦ ହେଲେ ଭାରତ ସମେତ ବିଭିନ୍ନ ଦେଶରେ ଏହା ମିଳିବ। ଏଠାରେ ଏହାର ମୂଲ୍ୟ ୧୫୦୦ଟଙ୍କା ପାଖାପାଖି ହୋଇପାରେ।

Leave A Reply