Patra electronics

ଏପ୍ରିଲ ୨ରୁ ରାଜ୍ୟରେ ସକାଳୁଆ ସ୍କୁଲ, ସକାଳ ୭ଟାରୁ ପୂର୍ବାହ୍ନ ୧୧.୩୦ ପର୍ଯ୍ୟନ୍ତ ସ୍କୁଲ ଚାଲିବ

ଭୁବନେଶ୍ବର: ଖରା ଏବଂ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟି ରଖି ଏପ୍ରିଲ ଦୁଇ ତାରିଖରୁ ସକାଳୁଆ ସ୍କୁଲ୍‌ କରିବା ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଛାତ୍ରଛାତ୍ରୀଙ୍କ ସୁରକ୍ଷା ଏବଂ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ତେବେ ଜିଲାର ବିଭିନ୍ନ କ୍ଷେତ୍ର ପରିଦର୍ଶନ କରି ପରିସ୍ଥିତିକୁ ଅନୁଧ୍ୟାନ ପରେ ଜିଲାପାଳମାନେ ଏହି ନିୟମରେ ପରିବର୍ତ୍ତନ ଆଣିପାରିବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ ଦୁର୍ଗା ପ୍ରସାଦ ମହାପାତ୍ର ସୂଚନା ଦେଇଛନ୍ତି।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ ବଢୁଥିବା ଖରାକୁ ଦୃଷ୍ଟିରେ ରଖି ଏପ୍ରିଲ ୨ରୁ ସକାଳୁଆ ସ୍କୁଲ ପାଇଁ ରାଜ୍ୟ ସରକାର ନିର୍ଦେଶ ଦେଇଛନ୍ତି। ପ୍ରଥମ ଶ୍ରେଣୀରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ କରିବାକୁ ନିର୍ଦେଶ ଦିଆଯାଇଛି। ରାଜ୍ୟ ସରକାରଙ୍କ ନିର୍ଦେଶ ଅନୁଯାୟୀ ସକାଳ ୭ଟାରୁ ପୂର୍ବାହ୍ନ ୧୧.୩୦ ପର୍ଯ୍ୟନ୍ତ ସ୍କୁଲ ଚାଲିବ। ସ୍କୁଲ ପରିସରରେ ପର୍ଯ୍ୟାପ୍ତ ପାଣି ରଖିବା ସହିତ ସ୍କୁଲ ବସରେ ମଧ୍ୟ ପିଇବା ପାଣି ରଖିବାକୁ କୁହାଯାଇଛି। ଗ୍ରୀଷ୍ଣ ପ୍ରବାହ ଏବଂ ବୃଦ୍ଧି ପାଉଥିବା ତାପମାତ୍ରା ଯୋଗୁଁ ଛାତ୍ରଛାତ୍ରୀମାନେ ଯେଭଳି କୌଣସି ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ସ୍କୁଲ କର୍ତ୍ତୃପକ୍ଷ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ପରାମର୍ଶ ଦିଆଯାଇଛି। ସ୍କୁଲ କର୍ତ୍ତୃପକ୍ଷ ପାନୀୟ ଜଳ, ଖାଦ୍ୟପୁଡ଼ିଆ, ଓଆରଏସ ଏବଂ ଅନ୍ୟାନ୍ୟ ସାମଗ୍ରୀ ମହଜୁଦ ରଖିବାକୁ କୁହାଯାଇଛି।

ବଦଳୁଥିବା ପାଣିପାଗ ଏବଂ ଗ୍ରୀଷ୍ଣ ପ୍ରବାହ ସହ ତାପମାତ୍ର ବୃଦ୍ଧି ଉପରେ ରାଜ୍ୟର ସମସ୍ତ ଜିଲାପାଳ ସ୍ବତନ୍ତ୍ର ନଜର ରଖିବା ସହ ଆବଶ୍ୟକସ୍ଥଳେ ଏହି ନିୟମରେ ପରିବର୍ତ୍ତନ ଆଣିପାରିବେ ବୋଲି ଅତିରିକ୍ତ ସଚିବ ଦୁର୍ଗା ପ୍ରସାଦ ମହପାତ୍ର ପ୍ରକାଶ କରିଛନ୍ତି।

Comments are closed.