www.samajalive.in
Monday, December 15, 2025
24.1 C
Bhubaneswar

କାଳିଆ ଯୋଜନାରେ ଏକ ଲକ୍ଷରୁ ଅଧିକ ଅଯୋଗ୍ୟ ହିତାଧିକାରୀ

ଭୁବନେଶ୍ବର :  କାଳିଆ ଯୋଜନାରେ ବର୍ତ୍ତମାନ ସୁଦ୍ଧା ଏକ ଲକ୍ଷ ୪ହଜାର ୭୬ଜଣଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି। ଏହି ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ୫୬ଲକ୍ଷ ୧୪ହଜାର ୭୦୬ ବୋଲି ସୂଚନା ଦେଇଛନ୍ତି ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଅରୁଣ କୁମାର ସାହୁ। ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ସାହୁ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ଯେ କାଳିଆ ଯୋଜନାରେ ଯୋଗ୍ୟ ହିତାଧିକାରୀ ଚୟନ ପାଇଁ କୃଷି ବିଭାଗ ଦ୍ୱାରା ପ୍ରାଥମିକ ସ୍ତରରେ ଡିବିଟି ତାଲିକା ଓ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଦ୍ୱାରା ପ୍ରଦତ୍ତ ତାଲିକା ବ୍ୟବହାର ହାଇଥିଲା। ଯେଉଁ ମାନଙ୍କର ଆଧାର ଓ ବ୍ୟାଙ୍କ ତଥ୍ୟ ଉପଳବ୍ଧ ଥିଲା ତାହାର ଏକ ତାଲିକା ପଞ୍ଚାୟତ ସ୍ତରରେ ପ୍ରଦର୍ଶିତ କରାଯାଇଥିଲା। ଅଯୋଗ୍ୟ ବ୍ୟକ୍ତି ବିଶେଷଙ୍କ ପାଇଁ ଆପତ୍ତି ଅଭିଯୋଗ ଓ ସ୍ୱତଃ ପ୍ରବୃତ୍ତ ବାଦ୍‍ ଦେବାପାଇଁ ଲାଲ ରଙ୍ଗ ଫର୍ମରେ ଦରଖାସ୍ତ ଗ୍ରହଣ କରାଯିବା ସଂଗେ ସଂଗେ ସେମାନଙ୍କୁ ବାଦ୍‍ ଦେବାପାଇଁ ପଞ୍ଚାୟତ ନୋଡାଲ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। କାଳିଆ ଯୋଜନାରୁ ବାଦ୍‍ ପଡ଼ିଥିବା ଚାଷୀମାନଙ୍କୁ ସାମିଲ ନିମେନ୍ତ ଅନ୍‍ଲାଇନ୍‍ ମାଧ୍ୟମରେ ଆବେଦନ ଗ୍ରହଣ କରାଯାଇଥିବା ମନ୍ତ୍ରୀ ଶ୍ରୀ ସାହୁ ସୂଚନା ଦେଇଛନ୍ତି।

Also, I got this strange, sick feeling like I was coming down with the flu. cialis malaysia Imagine having a rock solid boner, but being super nauseous at the same time.

Hot this week

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ସମାଜ ଡିଜିଟାଲ ଡେସ୍କ: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

Related Articles

Popular Categories