www.samajalive.in
Monday, December 15, 2025
14.1 C
Bhubaneswar

୪ ଦିନ ଭିତରେ କେରଳ ଛୁଇଁବ ମୌସୁମୀ: ଏଥର ସ୍ବାଭାବିକରୁ ଅଧିକ ବର୍ଷା

ଭୁବନେଶ୍ୱର : ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଏଥର ସଅଳ ଆସିବ ଏବଂ ଦେଶରେ ସ୍ବାଭାବିକରୁ ଅଧିକ ବର୍ଷା ଆଣିବ। ଜୁନରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ମୌସୁମୀ ଋତୁରେ ଦେଶର ଅଧିକାଂଶ ଅଞ୍ଚଳରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ କୁହାଯାଇଛି। ପୂର୍ବରୁ ଏପ୍ରିଲ ମାସରେ ବିଭାଗ ପକ୍ଷରୁ ସମାନ ଆକଳନ କରାଯାଇଥିଲା। ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରଭାବରେ ଜୁଲାଇ ମାସରେ ସ୍ୱାଭାବିକ ବର୍ଷା ହେବ। କିନ୍ତୁ ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ପୂରା ଦେଶରେ ସ୍ୱାଭାବିକ ଠାରୁ ଅଧିକ ବର୍ଷିବ। ଆଇଏମ୍‌ଡି କହିଛି, ଜୁନରେ ଭାରତରେ ୯୨ ରୁ ୧୦୮% ବର୍ଷା ହୋଇପାରେ। ଅର୍ଥାତ ଜୁନ ମାସରେ ସ୍ୱାଭାବିକ ବର୍ଷା ହେବ।
ଜୁଲାଇରୁ ସେପ୍ଟେମ୍ବରରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବ। ଦକ୍ଷିଣ ଉପଦ୍ବୀପ ଅଞ୍ଚଳ, ଏହାର ନିକଟବର୍ତ୍ତୀ କେନ୍ଦ୍ରୀୟ ଭାରତ, ଉତ୍ତର-ପଶ୍ଚିମ ଏବଂ ଉତ୍ତର-ପୂର୍ବ ଭାରତର କେତେକ ସ୍ଥାନରେ ସ୍ବାଭାବିକରୁ ଅଧିକ ବର୍ଷା ହେବ। ଉତ୍ତର-ପଶ୍ଚିମ ଭାରତର ଉତ୍ତର ଏବଂ ପୂର୍ବାଞ୍ଚଳ, କେନ୍ଦ୍ରୀୟ ଭାରତର ପୂର୍ବାଞ୍ଚଳ, ଉତ୍ତରପୂର୍ବ ଭାରତର ଏବଂ ଦକ୍ଷିଣ ଉପଦ୍ବୀପର ଦକ୍ଷିଣ-ପୂର୍ବାଞ୍ଚଳର କେତେକ ସ୍ଥାନରେ ସ୍ବାଭାବିକରୁ କମ୍ ବର୍ଷା ସମ୍ଭାବନା ରହିଛି। ବର୍ତ୍ତମାନ ମୌସୁମୀ କେରଳ ଛୁଇଁବା ପାଇଁ ପାଣିପାଗ ଅନୁକୂଳ ରହିଛି। ଆସନ୍ତା ୫ ଦିନ ମଧ୍ୟରେ ମୌସୁମୀ କେରଳ ଛୁଇଁବ। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ-ନିକୋବର ପହଞ୍ଚି ସାରିଛି। ଏହା ଆସନ୍ତା ମେ’ ୩୧ କିମ୍ବା ଜୁନ୍‌ ୧ ତାରିଖରେ କେରଳ ଉପକୂଳ ଛୁଇଁବ। ଜୁନ୍ ୫ ସୁଦ୍ଧା କର୍ଣ୍ଣାଟକ, ଆସାମ, ତ୍ରିପୁରା ଏବଂ ଗୋଆରେ ମୌସୁମୀ ପ୍ରବେଶ କରିଥାଏ। ଜୁନ୍ ୧୦ ସୁଦ୍ଧା ମୌସୁମୀ ବାୟୁ ତେଲଙ୍ଗାନା, ସିକ୍କିମ୍ ଏବଂ ମହାରାଷ୍ଟ୍ରରେ ପ୍ରବେଶ କରେ। ଜୁନ୍ ୧୫ରେ ବିହାର, ଝାଡଖଣ୍ଡ, ଓଡ଼ିଶା, ଛତିଶଗଡ, ମଧ୍ୟପ୍ରଦେଶ ଏବଂ ଗୁଜରାଟର କିଛି ଅଂଶରେ ପହଞ୍ଚିଥାଏ। ୧୫ ସୁଦ୍ଧା ଏହା ସମଗ୍ର ଦେଶରେ ପହଞ୍ଚି ଥାଏ। ଗତବର୍ଷ ଜୁନ୍‌ ୮ରେ ମୌସୁମୀ କେରଳ ଛୁଇଁଥିଲା। ଓଡ଼ିଶାରେ ମଧ୍ୟ ବିଳମ୍ବରେ ପହଞ୍ଚି ଥିଲା। ବାତ୍ୟା ‘ରିମାଲ’ ପ୍ରଭାବରେ ରାଜ୍ୟରେ ବିଶେଷ କରି ଉପକୂଳ ଅଞ୍ଚଳରେ ତାପମାତ୍ରା ହ୍ରାସ ପାଇଥିବାବେଳେ ଆସନ୍ତା ୩-୪ ଦିନ ପର୍ଯ୍ୟନ୍ତ ତାପମାତ୍ରା ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆସନ୍ତା ୩ ତାରିଖ ଯାଏଁ ରାଜ୍ୟରେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିବ। ଆଜି ନୂଆପଡ଼ା, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ବରଗଡ଼ ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ‘ରିମାଲ’ ଦୁର୍ବଳ ହୋଇଥିଲେ ମଧ୍ୟ ପଶ୍ଚିମବଙ୍ଗରେ ବ୍ୟାପକ କ୍ଷୟକ୍ଷତି ଘଟାଇ ଥିବାବେଳେ ୨ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହାର ପ୍ରଭାବରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବହୁ ସ୍ଥାନରେ ବର୍ଷା ହୋଇଛି। ଚାନ୍ଦବାଲିରେ ୫୬.୬ ମି.ମି., ପାରାଦ୍ବୀପରେ ୫୦.୭ ମି.ମି., ଭଦ୍ରକ ୩୧ ମି.ମି, ଜଗତସିଂହପୁରରେ ୩୦.୩ ମି.ମି., କେନ୍ଦ୍ରାପଡ଼ାରେ ୨୮ ମି.ମି, ବାଲେଶ୍ବରରେ ୨୫.୨ ମି.ମି., ପୁରୀରେ ୨୩.୧ ମି.ମି ବର୍ଷା ହୋଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories