www.samajalive.in
Friday, November 14, 2025
25.1 C
Bhubaneswar

ଗେମିଂ ଜୋନରେ ଅଗ୍ନିକାଣ୍ଡ ଘଟଣା: ୭ ନିଲମ୍ବିତ, ୬ ଜଣଙ୍କୁ ବଦଳି

ଅହମ୍ମଦାବାଦ : ଗୁଜରାଟର ରାଜକୋଟ ସହରରେ ଥିବା ଟିଆରପି ଗେମ ଜୋନ୍‌ରେ ଶନିବାର ଭୟାବହ ଅଗ୍ନିକାଣ୍ଡ ଘଟି ୧୨ ଶିଶୁଙ୍କ ସମେତ ମୋଟ ୩୩ ଜଣ ପ୍ରାଣ ହରାଇଛନ୍ତି। ଏହି ଘଟଣାରେ ଗୁଜରାଟ ସରକାର ସୋମବାର ୭ଜଣଙ୍କୁ ନିଲମ୍ବିତ କରାଯାଇଥିବାବେଳେ ୬ଜଣଙ୍କୁ ବଦଳି କରାଯାଇଛି।  ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ରବିବାର ଘଟଣାସ୍ଥଳ ପରିଦର୍ଶନ କରିବା ପରେ ସଂପୃକ୍ତ ଅଧିକାରୀଙ୍କୁ ନିଲମ୍ବନ କରିବାକୁ ନିର୍ଦେଶ ଦେଇଥିଲେ।  ଅଗ୍ନି ନିର୍ବାପକ ବ୍ୟବସ୍ଥା ସମ୍ପର୍କରେ କର୍ତ୍ତୃପକ୍ଷଙ୍କ ନିକଟରୁ ଏନ୍‌ଓସି (ନୋ ଅବ୍‌ଜେକ୍‌ସନ ସାର୍ଟିଫିକେଟ) ମିଳିନଥିବାବେଳେ ସେଠାରେ କେବଳ ଗୋଟିଏ ପ୍ରସ୍ଥାନ ଦ୍ବାର ରହିଥିଲା। ଘଟଣାର ତଦନ୍ତ ନିମନ୍ତେ ଏସ୍‌ଆଇଟି ଗଠନ କରାଯାଇଛି ବୋଲି ଗୁଜରାଟ ଗୃହ ମନ୍ତ୍ରୀ ହର୍ଷ ସାଂଘଭୀ ସୂଚନା ଦେଇଛନ୍ତି। ଏହି ଘଟଣାରେ ରାଜକୋଟ ପୁଲିସ କମିସନର ରାଜୁ ଭାର୍ଗବ, ଅତିରିକ୍ତ ପୁଲିସ କମିସନର ବିଧି ଚୌଧୁରୀ ଏବଂ ଡିସିପି ସୁଧୀର କୁମାର ଦେଶାଇଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ଭାର୍ଗବଙ୍କ ସ୍ଥାନରେ ବ୍ରଜେଶ କୁମାର ଝା, ବିଧି ଚୌଧୁରୀଙ୍କ ସ୍ଥାନରେ ମହେନ୍ଦ୍ର ବାଗାଡିଆ ଏବଂ ସୁଧୀର ଦେଶାଇଙ୍କ ସ୍ଥାନରେ ଜଗଦୀଶ ବାଙ୍ଗୱାରାଙ୍କୁ ଅବସ୍ଥାପିତ କରାଯାଇଛି। ଅପରପକ୍ଷରେ ଏହି ଘଟଣାରେ ଗୁଜରାଟ ଉଚ୍ଚ ନ୍ୟାୟାଳୟ ନିଜ ତରଫରୁ ମାମଲା ରୁଜୁ କରିଥିବାବେଳେ ସୋମବାର ଏହାର ଶୁଣାଣି କରିଛନ୍ତି। ଶୁଣାଣି ସମୟରେ ଖଣ୍ଡପୀଠ ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରିଛନ୍ତି। ଏଭଳି ହୃଦୟ ବିଦାରକ ଘଟଣା ପରେ ରାଜ୍ୟରେ କ୍ଷମତାସୀନ ବିଜେପି ସରକାରଙ୍କ ଉପରୁ ବିଶ୍ବାସ ତୁଟିଯାଇଥିବା ଖଣ୍ଡପୀଠ କହିଛନ୍ତି। ଅଢେଇ ବର୍ଷ ଧରି ବିନା ଏନ୍‌ଓସିରେ ଗେମ୍‌ ଜୋନ୍‌ କାର୍ଯ୍ୟ କରୁଥିବାବେଳେ ସରକାର କ’ଣ ଶୋଇପଡିଥିଲେ କି ବୋଲି ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି। ପିଲାଙ୍କ ଜୀବନକୁ ବାଜି ଲଗାଇ ଏଭଳି ଗେମ୍‌ ଜୋନ୍‌ ପ୍ରତିଷ୍ଠା କରାଯିବା ନିହାତି ଅଯୁକ୍ତିକର ବୋଲି ଖଣ୍ଡପୀଠ ମତବ୍ୟକ୍ତ କରିଛନ୍ତି। ଏଭଳି ଘଟଣା ରାଜ୍ୟ ସରକାରଙ୍କ ଆଖି ଖୋଲିବା ପାଇଁ ଯଥେଷ୍ଟ ଏବଂ ଭବିଷ୍ୟତରେ ଯେପରି ଏଭଳି ଘଟଣାର ପୁନରାବୃତ୍ତି ନ ଘଟେ, ସେଥିପ୍ରତି ଯତ୍ନବାନ ହେବାକୁ ଖଣ୍ଡପୀଠ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ଏ ପ୍ରସଙ୍ଗରେ ଏସ୍‌ଆଇଟି ନିକଟରେ ସତ୍ୟପାଠ ଜରିଆରେ ରିପୋର୍ଟ ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦେଶ ମଧ୍ୟ ଦିଆଯାଇଛି। ୭୨ ଘଣ୍ଟା ମଧ୍ୟରେ ଅନ୍ତରୀଣ ରିପୋର୍ଟ ଦାଖଲ କରିବାକୁ ଏସ୍‌ଆଇଟିକୁ ନିର୍ଦେଶ ଦିଆଯାଇଛି। ପୁନଶ୍ଚ ଗେମ୍‌ ଜୋନ୍‌ ଅଗ୍ନିକାଣ୍ଡର ଫଟୋ ଉପସ୍ଥାପନ କରାଯିବା ପରେ ସେଠା​‌େ​‌ର ମ୍ୟୁନିସିପାଲ କର୍ପୋରେସନର କେତେକ ଅଧିକାରୀଙ୍କ ଉପସ୍ଥିତିକୁ ନେଇ ଖଣ୍ଡପୀଠ ବିରକ୍ତି ପ୍ରକାଶ କରିଛନ୍ତି। ନିୟମ କାନୁନକୁ ବଳି ପକାଇ ଏମା​‌ନେ ସେଠାକୁ କ’ଣ ଗେମ୍‌ ଖେଳିବାକୁ ଯାଇଥିଲେ କି ବୋଲି ଖଣ୍ଡପୀଠ ସରକାରୀ ଓକିଲଙ୍କୁ ପ୍ରଶ୍ନ କରିଛନ୍ତି।

Hot this week

ରାଘୋପୁରରେ ତେଜସ୍ୱୀ ଯାଦବ ପଛରେ, ଏନଡିଏ ୧୯୨ ଆସନରେ ଆଗୁଆ

ଡେସ୍କ: ଶୁକ୍ରବାର ସକାଳ ୮ଟାରେ ଗୁରୁତ୍ୱପୂର୍ଣ୍ଣ ବିହାର ବିଧାନସଭା ନିର୍ବାଚନ ପାଇଁ...

ବିହାର ଜନାଦେଶ: ୧୯୦ ସିଟରେ ଆଗୁଆ ଏନଡିଏ

ସମାଜ ଡିଜିଟାଲ ଡେସ୍କ: ବିହାର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି...

୭ମ ରାଉଣ୍ଡ ସୁଦ୍ଧା ଜୟ ଢୋଲକିଆଙ୍କୁ ୩୬, ୦୮୮ ଭୋଟ୍

ନୂଆପଡ଼ା: ନୂଆପଡ଼ାରେ ବଡ଼ ବିଜୟ ପଥେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ।...

ବିହାର ଜନାଦେଶ: ଏନଡିଏକୁ ବଡ ସଫଳତା, ପଛରେ ମହାମେଣ୍ଟ

ସମାଜ ଡିଜିଟାଲ ଡେସ୍କ: ବିହାର ବିଧାନସଭା ନିର୍ବାଚନରେ ମ୍ୟାଜିକ ନମ୍ବର ପାର...

Related Articles

Popular Categories