www.samajalive.in
Monday, December 15, 2025
26.1 C
Bhubaneswar

କରୋନାର ନୂଆ ଭୂତାଣୁ; ଦ୍ରୁତ ଗତିରେ ବଢୁଛି ସଂକ୍ରମଣ

ନୂଆଦିଲ୍ଲୀ: କରୋନାର ନୂଆ ଭୂତାଣୁ FLiRT ଭାରତ, ଆମେରିକା ଏବଂ ସିଙ୍ଗାପୁର ସମେତ ବିଶ୍ୱର ଅନେକ ଦେଶଷର ଚିନ୍ତାର କାରଣ ପାଲଟିଛି। ଭାରତୀୟ SARS-CoV-2 ଜିନୋମିକ୍ସ କନ୍ସୋରଟିୟମ୍‌‌ ଦ୍ୱାରା ଦିଆଯାଇଥିବା ସୂଚନା ଅନୁସାରେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୩୨୫ରୁ ଅଧିକ ହୋଇଛି। ପ୍ରାରମ୍ଭିକ ଅଧ୍ୟୟନରୁ ଜଣାପଡିଛି ଯେ କରୋନାର ଏହି ନୂଆ ଭୂତାଣୁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ସଂକ୍ରମିତ କରି ସଂକ୍ରମଣକୁ ବିସ୍ତାର କରୁଛି। ଏହି କାରଣରୁ କରୋନାକୁ ଏଡାଇବା ପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଲୋକଙ୍କୁ ସମସ୍ତ ନିୟମ ସଠିକ୍‌‌ ଭାବରେ ପାଳନ କରିବାକୁ ପରାମର୍ଶ ଦେଉଛନ୍ତି।
ଯୁକ୍ତରାଷ୍ଟ୍ର ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ନିରାକରଣର ଏକ ରିପୋର୍ଟ ଅନୁସାରେ କରୋନାର ନୂଆ ଭୂତାଣୁ ସ୍ପାଇକ୍‌‌ ପ୍ରୋଟିନ୍‌‌ରେ କିଛି ପରିବର୍ତ୍ତନ ହୋଇଛି। ଯାହା ଏହାର ସଂକ୍ରମଣକୁ ବଢାଇପାରେ। ବିଶେଷଜ୍ଞମାନେ ଆଶଙ୍କା କରିଛନ୍ତି ଯେ ଏହା ଓମିକ୍ରନ୍‌‌ ର ଜେଏନ୍‌‌-୧ ଅପେକ୍ଷା ଅଧିକ ସଂକ୍ରାମକ ହୋଇପାରେ। ବିଶେଷଜ୍ଞ ମାନେ କହିଛନ୍ତି ଯେ ସେମାନଙ୍କ ପରିବର୍ତ୍ତନକୁ ଆଧାର କରି KP.1 ଏବଂ KP.2 କୁ FLiRT ନାମ ଦିଆଯାଇଛି। ସିଙ୍ଗାପୁରରେ ଏହି ନୂଆ ଭୂତାଣୁ ସଂକ୍ରମଣ ସଂଖ୍ୟା ସର୍ବାଧିକ ରହିଛି। ଯେଉମାନଙ୍କ ଠାରେ ସାମାନ୍ୟ ଲକ୍ଷଣ ଦେଖାଯାଉଛି ସେମାନଙ୍କୁ ଚିକିତ୍ସା ପରେ ଆରୋଗ୍ୟ ଲାଭ କରିଥିବା ସେଠାକାର ଡାକ୍ତର ସୂଚନା ଦେଇଛନ୍ତି।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories