ଜାଣନ୍ତୁ ଆଜି କେଉଁ ରାଶିର ଲୋକ ବ୍ୟବସାୟରେ ଲାଭ ପାଇବେ: ମଙ୍ଗଳବାର ରାଶିଫଳ

ମେଷ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ବିବାଦୀୟ ଘଟଣାରେ ବିଜୟୀ ହେବେ। ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଲୋଭାସକ୍ତ ହୋଇ ପରାଜୟ ବରଣ କରିପାରନ୍ତି।
ବୃଷ: କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ପ୍ରାୟ କ୍ଷମତାର ସଦୁପଯୋଗ କରି ଅନୁଗତ ଓ ଆଶାୟୀମାନଙ୍କର ପ୍ରିୟଭାଜନ ହେବେ। ନର ପ୍ରଧାନ ହେବେ। ବିତ୍ତବାନ୍‌ ହେବେ। ଶତ୍ରୁ ବିନାଶ କରିବେ।
ମିଥୁନ: ଯଦିଓ ସତର୍କତାର ଦିନ, ତଥାପି ଧନ ଲାଭକାରୀ ଓ ଭୋଗାସକ୍ତ ହେବେ। ବିନୀତ ସ୍ବଭାବ ଓ ନିତ୍ୟାନନ୍ଦ ଯୁକ୍ତ ହେବେ। ଗୁଣବାନ୍‌ ଓ ବହୁ ବିଦ୍ୟା ପାରଙ୍ଗମ ହେବେ। କେତେକ କାରଣରୁ ଭୟାକୁଳ ହେବେ।
କର୍କଟ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ ହେବ। କର୍ମ ସ୍ଥାନରୁ ସଫଳତା ମିଳିବ। ସ୍ବାଦିଷ୍ଟ ଭୋଜନ ସହ ଆନନ୍ଦ ଉପଭୋଗ କରିବେ। ପ୍ରବଳ ପ୍ରତାପୀ ହେବେ। ଅର୍ଜିତ ଧନ ପାଇଁ ରାଜପୂଜା ପାଇବେ।
ସିଂହ: ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରିପାଇବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ। ଧର୍ମ ଦଣ୍ଡଧାରୀ ହେବେ। ସତ୍‌ ପଥଗାମୀ ହେବେ। କୁଳ ଉଜ୍ଜ୍ବଳକାରୀ ହେବେ।
କନ୍ୟା: ଦାମ୍ପତ୍ୟ ଜୀବନ ସୁଖପଦ ହେବ। ବ୍ୟବସାୟାଦି ବିଭିନ୍ନ ସ୍ତରରୁ ଧନାଗମ ହେବ। ଶାସ୍ତ୍ର ଅଧ୍ୟୟନରେ ମନ ଦେବେ। ଗୁଣଜ୍ଞ ହୋଇପାରନ୍ତି। ଧନ-ଧାନ୍ୟରେ ଭଣ୍ଡାର ପରିପୂର୍ଣ୍ଣ ହେବ। ମହାନ୍‌ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ।
ତୁଳା: କାର୍ଯ୍ୟ ଯେତେ କଷ୍ଟଦାୟକ ହେଲେବି, ତାହାକୁ ସୁସମ୍ପାଦିତ କରି ଉଚିତ୍‌ ପ୍ରାପ୍ୟ ହାସଲ କରିବେ। ଯାନ-ବାହନ ସୁଖ ମିଳିବ। ଗୃହ ପରିବେଶ ଉତ୍ତମ ମାନର ହେବ। ଘଟିଥିବା ଭୁଲ ବୁଝାମଣାରେ ସୁଧାର ଆସିବ।
ବିଛା: ବ୍ୟବସାୟାଦି ବିଭିନ୍ନ ସୂତ୍ରରୁ ଅର୍ଥ ଆସି ଆର୍ଥିକ ସ୍ଥିତିକୁ ଦୃଢ଼ କରିପାରେ। ଦେବ ଦର୍ଶନ ପାଇଁ ଆତ୍ମତୃପ୍ତି ଲାଭ କରିବେ। ଅଶାନ୍ତି ଦୂର ହେବ। ସରକାରୀ ସହାୟତା ମିଳିବ। ଧର୍ମାନୁରାଗୀ ହେଇପାରନ୍ତି।
ଧନୁ: ତ୍ୟାଗଶୀଳ ମନୋବୃତ୍ତିର ହେଇପାରନ୍ତି। ବିବିଧ ଧନ ଯୁକ୍ତ ହେବେ। ମତିଜ୍ଞ ହେବେ। କର୍ମ ଚଞ୍ଚଳ ରହିବେ। ଅତିସୁଖୀ ଓ କୀର୍ତ୍ତିମାନ ହେବେ। ସୁବର୍ଣ୍ଣ ବସ୍ତ୍ରାଭରଣ ହେବାର ସୁଯୋଗ ଅଛି। ସହିଷ୍ଣୁ ହୋଇପାରନ୍ତି।
ମକର: ଆୟ ଭଲ ହେବନାହିଁ। ବନ୍ଧୁ ବା ସରକାରୀସ୍ତରରୁ ଲାଭବାନ୍‌ ହେବେ। ସୁସ୍ବାଦୁ ଭୋଜନ କରିପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଚିନ୍ତାଧାରା ଉନ୍ନତମାନର ହେବ। ନାନା ଉପହାର ପ୍ରାପ୍ତି ହୋଇପାରେ।
କୁମ୍ଭ: ସାଧନାରେ ଫଳବତୀ ହେବ। କର୍ମଚଞ୍ଚଳ ହେବେ। ଧର୍ମ ଧ୍ବଜାଧାରୀ ହେବେ। ମଧୁର କଥାରେ ପରକୁ ଆପଣାର କରିପାରନ୍ତି। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିବେ। ସାହସୀ ଓ ଜ୍ଞାନୀ ହେବେ। ଗୁପ୍ତ ବିଦ୍ୟାରେ ରୁଚି ରହିବ।
ମୀନ: ଜ୍ଞାନ ପିପାସୁ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଏପରିକି ରାଜଦରବାରରୁ ସମ୍ମାନ ସହିତ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। କାର୍ଯ୍ୟରେ ସଫଳତା ଲାଭ କରିବେ। କରିତ୍‌ କର୍ମା ହେବେ।

Comments are closed.