www.samajalive.in
Monday, December 15, 2025
14.1 C
Bhubaneswar

ମେ ୩୧ରୁ ଏହିସବୁ ରାଶି ପାଇଁ ବଢିବ ବିପଦ

ଜ୍ୟୋତିଷ ଶାସ୍ତ୍ର ଅନୁସାର ଧନ, ବ୍ୟବସାୟ, ବୃଦ୍ଧି, ବକ୍ତବ୍ୟ, ତର୍କ ଏବଂ ଯୋଗାଯୋଗ ପାଇଁ ବୁଧ ଗ୍ରହ ସହାୟକ ହୋଇଥାନ୍ତି। ବର୍ତ୍ତମାନ ବୁଧ ମେଷ ରାଶିରେ ରହିଛନ୍ତି। ମେ ୩୧ରେ ରାତି ୧୨:୨୦ରେ ବୁଧଙ୍କ ଗମନାଗମନରେ ପରିବର୍ତ୍ତନ ହେବ। ଯାହାକି ୪ଟି ରାଶି ଉପରେ ଏହାର ପ୍ରଭାବ ପକାଇବ। ୩୧ମେରୁ ଜୁନ୍‌‌ ୧୪ ପର୍ଯ୍ୟନ୍ତ ବୁଧ ବୃଷ ରାଶିରେ ରହିବେ। ଏହା ଦ୍ୱାରା ଲୋକଙ୍କ ସ୍ୱାସ୍ଥ୍ୟ, ଆର୍ଥିକ ଅବସ୍ଥା ଏବଂ ବୃତ୍ତି ଉପରେ ପ୍ରତିକୂଳ ପ୍ରଭାବ ପଡିପାରେ। ଆସନ୍ତୁ ଜାଣିବା କେଉଁ ରାଶି ଉପରେ କି ପ୍ରଭାବ ପଡିବ।
ମିଥୁନ: ମିଥୁନ ରାଶିର ଲୋକଙ୍କ ପାଇଁ ବୁଧବାର ଗମନାଗମନ ପାଇଁ ଭଲ ନୁହେଁ। ଗୁପ୍ତ ଶୁତ୍ରୁମାନେ ସକ୍ରିୟ ରହିେ ଏବଂ ବହୁ କ୍ଷତି ଘଟାଇ ପାରନ୍ତି। କାହା ସହିତ ଯୁକ୍ତିତର୍କ କିମ୍ବା ଅପମାନିତ କରିବାକୁ ପ୍ରୟାସ କରନ୍ତୁ ନାହିଁ। କୌଣସି କାରବାରରେ ଆପଣଙ୍କୁ କେହି ଧୋକା ଦେଇପାରେ। ଯାହା ଦ୍ୱାରା ଆପଣଙ୍କ କ୍ଷତି ହେବ। ଖର୍ଚ୍ଚ ବଢିବ, ଋଣ ନେବା ଭଳି ପରିସ୍ଥିତି ଉପୁଜିପାରେ।
ତୁଳା ରାଶି: ବୁଧଙ୍କ ପରିବର୍ତ୍ତନ ଯୋଗୁ ତୁଳା ରାଶିର ଲୋକମାନେ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ଆବଶ୍ୟକ। ଡାକ୍ତରଙ୍କ ପରାମର୍ଶ ବିନା କୌଣସି ପ୍ରକାର ଔଷଧ ଖାଆନ୍ତୁ ନାହିଁ। ପାଶ୍ୱର୍ ପ୍ରତିକ୍ରିୟା ହୋଇପାରେ। ନିଜ ପରିବାର କେହି ସଦସ୍ୟ ଆପଣଙ୍କ ପାଇଁ କ୍ଷତି କରିପାରନ୍ତି। ଅସୁବିଧାରୁ ଦୂରେଇ ରହିବାକୁ ଚାହୁଁଥିଲେ ଅଯଥା କାହା ସହିତ ଯୁକ୍ତିତର୍କ କରନ୍ତୁ ନାହିଁ।
ବିଛା: ବୁଧବାର ଦିନ ଗମନାଗମନ ପାଇଁ ଆପଣ ଅସୁବିଧାରେ ପଡିପାରନ୍ତି। ବିରୋଧୀ ଏବଂ ଶତ୍ରୁମାନଙ୍କଠାରୁ ଦୂରେଇ ରୁହନ୍ତୁ। କେହି ଆପଣଙ୍କ ବିରୋଧରେ ଷଡଯନ୍ତ୍ର କରିପାରେ। ନିଜର ଯୋଜନା କାହାକୁ ନକହିବା ଭଲ। ନଚେତ ହେବାକୁ ଥିବା କାର୍ଯ୍ୟ ନଷ୍ଟ ହୋଇପାରେ। ଆପଣଙ୍କୁ କ୍ଷତି ସହିବାକୁ ପଡିପାରେ।
ଧନୁ ରାଶି: ବୁଧଙ୍କ ପରିବର୍ତ୍ତନ ଯୋଗୁ ଏହି ୧୫ଦିନ ଧନୁ ରାଶି ବ୍ୟକ୍ତିଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ। ବୁଝି ବିଚାରି ଟଙ୍କା କାରବାର କରିବା ଆବଶ୍ୟକ। ଉଧାର ଦେଇଥିବା ଟଙ୍କା ପାଇବେ ନାହିଁ କିମ୍ବା ନିବେଶରେ କ୍ଷତି ହୋଇପାରେ। ଧର୍ଯ୍ୟର ସହ ଏହି ସମୟକୁ ପାରି କରିବାକୁ ପ୍ରୟାସ କରନ୍ତୁ। ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories