ଅନୁଗୁଳ: ଘର ସାମ୍ନାରୁ ଉଦ୍ଧାର ହେଲା ପୂର୍ବତନ ସରପଞ୍ଚଙ୍କ ମୃତଦେହ। ଜେରଙ୍ଗ ପଞ୍ଚାୟତର ପୂର୍ବତନ ସରପଞ୍ଚ ବିଭୂତି ଗଡନାୟକଙ୍କ ମୃତଦେହ ଉଦ୍ଧାର ହୋଇଛି। ସୋମବାର ରାତିରେ ବିଭୂତି ନିଜ ଘର ଛାତ ଉପରେ ଶୋଇଥିଲେ। ଆଜି ସକାଳୁ ଘର ସାମ୍ନାରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁର କାରଣ ଜଣାପଡିନାହିଁ। ହେଲେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। ପରିବାର ଲୋକଙ୍କ କହିବା ମୂତାବକ ସୋମବାର ବିଭୂତିଙ୍କର କିଛି ଲୋକଙ୍କ ସହ ଯୁକ୍ତିତର୍କ ହୋଇଥିଲା। ଯାହାକୁ ନେଇ ଥାନାରେ ମଧ୍ୟ ଏତଲା ଦିଆଯାଇଥିଲା। ତେଣୁ କେହି ହତ୍ୟା କରି ବିଭୂତିଙ୍କୁ ଛାତରୁ ଫିଙ୍ଗି ଦେଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଜରପଡା ପୁଲିସ୍ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।
Popular Categories



