www.samajalive.in
Monday, December 15, 2025
24.1 C
Bhubaneswar

୮.୧୬ ଲକ୍ଷ ରାସନ କାର୍ଡ କଟିଛି: ମନ୍ତ୍ରୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ୮ଲକ୍ଷ ୧୬ ହଜାର ହିତାଧିକାରୀଙ୍କ ରାସନ କାର୍ଡ କଟିଛି। ୯୬ ପ୍ରତିଶତ ଇ-କେୱାଇସି ଶେଷ ହୋଇଛି। ୮ ଲକ୍ଷରୁ ଅଧିକ ରାସନ କାର୍ଡ କଟିଛି ବୋଲି ସୂଚନା ଦେଇଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର। ବିଧାନସଭାରେ ମନ୍ତ୍ରୀ ବିବୃତି ଦେଇ କହିଥିଲେ, ଗତ ୧୫ ମାସ ସରକାରରେ ଇ-କେୱାଇସି ଲାଗୁ କରିଥିଲେ। ୯୬% ହିତାଧିକାରୀ ଇ-କେୱାଇସି କରିଛନ୍ତି। କେବଳ ୪% ଇ-କେୱାଇସି କରିନାହାନ୍ତି। ଇ-କେୱାଇସି କରି ନ ଥିବା ହିତାଧିକାରୀଙ୍କ ମଧ୍ୟରୁ ୬ ଲକ୍ଷ ୯୫ ହଜାର ୫୩୦ ଜଣ ମୃତ। ୭୫ ହଜାର ୩୦ ଜଣ ସରକାରୀ ଚାକିରିଆ ଏବଂ ୪୫ ହଜାର ୪୯୬ ଜଣ ଆୟକର ଦାତାଙ୍କୁ ମିଶାଇ ମୋଟ ୮ ଲକ୍ଷ ୧୬ ହଜାର ୫୬ ଜଣଙ୍କ ରାସନ କାର୍ଡ କଟିଛି। ଗରିବଙ୍କ ରାସନ କାର୍ଡ କଟିନି। ପୋର୍ଟାଲରେ ଆବେଦନ କଲେ ଯାଞ୍ଚ ହେବ। ଏହାବ୍ୟତୀତ ଗ୍ରାମାଞ୍ଚଳରେ ୧୩ ଲକ୍ଷ ୫୦ ଏବଂ ସହରାଞ୍ଚଳରେ ୧ ଲକ୍ଷ ୫୦ ଜଣଙ୍କୁ କାର୍ଡ ଦିଆଯିବ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories