ସମାଜଲାଇଭ ଡେସ୍କ: ଝାରସୁଗୁଡ଼ା ସହରର ଜଣେ ବ୍ୟବସାୟୀଙ୍କ ଘରୁ ଲୁଟ୍ ଘଟଣାରେ ପୁଲିସ ୧୦ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୬୭ ଲକ୍ଷ ଟଙ୍କାର ସୁନା ଜବତ ହୋଇଛି। ଏହା ସହିତ ସେମାନଙ୍କଠାରୁ ୩ଟି ବନ୍ଧୁକ ସହିତ ୧୨ଟି ଗୁଳି ଏବଂ ଅନ୍ୟାନ୍ୟ ମାରଣାସ୍ତ୍ର ମଧ୍ୟ ପୁଲିସ ଜବତ କରିଛି। ଏ ନେଇ ଉତ୍ତରାଞ୍ଚଳ ପୁଲିସ ଆଇଜି ହିମାଂଶୁ ଲାଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଗତ ୧୯ ତାରିଖରେ ସହରର ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ଘରୁ ଲୁଟ୍ ହୋଇଥିଲା। ଅଭିଯୁକ୍ତମାନେ ଘରେ ପଶି ବହୁ ସୁନା ଅଳଙ୍କାର ଏବଂ ଟଙ୍କା ଲୁଟି ନେଇଥିଲେ। ଏ ନେଇ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ କରି ଅଭିଯୁକ୍ତମାନଙ୍କୁ ଧରିଛି।



