www.samajalive.in
Monday, December 15, 2025
27.1 C
Bhubaneswar

ତୁଟିଲା ବାରଣ ବିବାଦ : ମାମଲା ପ୍ରତ୍ୟାହୃତ

ଆସିକା : ଆସିକା ଅତିରିକ୍ତ ତହସିଲଦାରଙ୍କ ପରିବାରକୁ ବାରଣ ଘଟଣା। ଛତ୍ରପୁର ଥାନାରେ ଏହାର ସମାଧାନ ହୋଇଛି। ଛତ୍ରପୁର ଥାନା ଅଧିକାରୀ ଉଭୟ ପକ୍ଷକୁ ଡାକି ସମାଧାନ କରିଛନ୍ତି। ୯ ଜଣଙ୍କ ନାଁରେ ରୁଜ୍ଜୁ ହୋଇଥିବା ମାମଲା ପ୍ରତ୍ୟାହୃତ ହୋଇଛି। ଅତିରିକ୍ତ ତହସିଲଦାରଙ୍କ ବାପାଙ୍କ ଅଭିଯୋଗ ଆଧାରରେ ମାମଲା ହୋଇଥିଲା। ଗତକାଲି ସନ୍ଧ୍ୟାରେ ଦୁଇ ପକ୍ଷ ମଧ୍ୟରେ ଗାଁରେ ଆଲୋଚନା ହେବ।

ମିଳିଥିବା ସୂଚନା ଅନୁଯାୟୀ ଅତିରିକ୍ତ ତହସିଲଦାରଙ୍କୁ ସମାଜିକ ବାସନ୍ଦ ଘଟଣାରେ ୯ ଜଣଙ୍କ ନାଁରେ ମାମଲା ହୋଇଥିଲା । ଆସିକାର ଅତିରିକ୍ତ ତହସିଲଦାର ସୌଦାଗର ବେହେରାଙ୍କୁ କୈବର୍ତ୍ତ କୁଳ ସମାଜରୁ ବାସନ୍ଦ ନେଇ ଛତ୍ରପୁର ଥାନାରେ ମାମଲା ହୋଇଥିଲା । ସୌଦାଗରଙ୍କ ପିତା ବିଜୟ ବେହେରାଙ୍କ ଅଭିଯୋଗ କ୍ରମେ କୈବର୍ତ୍ତ କୁଳ ସମାଜର ୯ ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିଲା।

- Advertisement -

ଅତିରିକ୍ତ ତହସିଲଦାରଙ୍କ ଘର ଛତ୍ରପୁର ଥାନା ଅଧୀନ ମୁନିଷିପେଣ୍ଠରେ ହୋଇଥିବା ବେଳେ ସେ ଗତ ଫେବୃଆରୀ ମାସରେ ଅନ୍ୟ ଜାତିରେ ବିବାହ କରିଥିଲେ । ତାଙ୍କ ପିତା ଏ ସମ୍ପର୍କରେ କୈବର୍ତ୍ତ କୁଳ ସମାଜକୁ ଜଣାଇଥିଲେ । କିନ୍ତୁ କୈବର୍ତ୍ତ କୁଳ ଅତିରିକ୍ତ ତହସିଲଦାରଙ୍କ ପରିବାରକୁ ବାସନ୍ଦ କରାଯାଇଥିବା ଜଣାଇଥିଲେ । ଏପରିକି ଅତିରିକ୍ତ ତହସିଲଦାରଙ୍କ ବାପା ଓ ତାଙ୍କ ପରିବାରକୁ ଅପମାନ କରାଯାଇଥିବା ଅଭିଯୋଗ ହୋଇଥିଲା।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories