www.samajalive.in
Wednesday, December 10, 2025
14.1 C
Bhubaneswar

ଅଧିକ ଲୋକ ପସନ୍ଦ କରନ୍ତି ମାଛ- ମାଂସ: ଦିନକୁ ଦିନ ବଢୁଛି ସଂଖ୍ୟା

ନୂଆଦିଲ୍ଲୀ : ଆପଣଙ୍କ ମନରେ କେବେ ପ୍ରଶ୍ନ ଆସିଛି କି ଆମ ଦେଶରେ କେତେ ଲୋକ ସମ୍ପୂର୍ଣ୍ଣ ନିରାମିଷ ଭୋଜନ କରନ୍ତି ? ଅନେକ ଲୋକଙ୍କୁ ଆମିଷ ଖାଦ୍ୟ ଭଲ ଲାଗେ । ହୁଏତ ଆପଣ ମଧ୍ୟ ଆମିଷ ଖାଦ୍ୟକୁ ପସନ୍ଦ କରୁଥିବେ । କିନ୍ତୁ ଆପଣ ଜାଣିଛନ୍ତି କି କେତେ ଲୋକ ଆମିଷକୁ ପସନ୍ଦ କରନ୍ତି ଏବଂ କେତେ ଲୋକ କରନ୍ତିନି ? ଆଜି ଆସନ୍ତୁ ଜାଣିବା..

ଅଧିକାଂଶ ଭାରତୀୟ ଅଣ୍ଡା, ଚିକେନ, ମାଂସ ଆଦି ଖାଇଥାନ୍ତି । ଏଥିରୁ ଅଧା ଲୋକ ସପ୍ତାହକୁ ଅତି କମରେ ଥରେ ଆମିଷ ଭୋଜନ କରନ୍ତି । ରାଷ୍ଟ୍ରୀୟ ପରିବାର ଏବଂ ସ୍ବାସ୍ଥ୍ୟ ସର୍ବେକ୍ଷଣ-V (୨୦୧୯-୨୧)ର ଆକଳନ ଅନୁସାରେ ଦେଶର ୨୯.୪ ପ୍ରତିଶତ ମହିଳା ଏବଂ ୧୬.୬ ପ୍ରତିଶତ ପୁରୁଷ କହିଛନ୍ତି କି ସେମାନେ କେବେ ବି ମାଛ, ଚିକେନ ବା ମାଂସ ସେବନ କରିନାହାଁନ୍ତି । ସେହିଭଳି ୪୫.୧ ପ୍ରତିଶତ ମହିଳା ଏବଂ ୫୭.୩ ପ୍ରତିଶତ ପୁରୁଷ କହିଛନ୍ତି କି ସେମାନେ ସପ୍ତାହରେ ଅତି କମରେ ଥରେ ମାଛ, ଚିକେନ ବା ମାଂସ ସେବନ କରନ୍ତି ।

- Advertisement -

ତଥ୍ୟ ଅନୁସାରେ ଭାରତରେ ଆମିଷ ସେବନ କରୁଥିବା ଲୋକଙ୍କ ସଂଖ୍ୟା ବଢୁଛି । ଦେଶରେ ୫ ବର୍ଷରେ ନିରାମିଷ ସେବନ କରୁଥିବା ମହିଳାଙ୍କ ସଂଖ୍ୟା ୧.୬୭ ପ୍ରତିଶତ ହ୍ରାସ ପାଇଛି । ସେହିଭଳି ପୁରୁଷଙ୍କ ସଂଖ୍ୟାରେ ଏହି ହାର ୨୩ ପ୍ରତିଶତ ରହିଛି । ଅର୍ଥାତ୍ ଧିରେ ଧିରେ ଆମିଷ ପ୍ରିୟଙ୍କ ସଂଖ୍ୟା ବଢିବାରେ ଲାଗିଛି । ଦେଶରେ ମାଛ ବା ମାଂସ ଖାଉଥିବା ମହିଳାଙ୍କ ସଂଖ୍ୟାରେ ୫.୩୭ ପ୍ରତିଶତ ବୃଦ୍ଧି ହୋଇଥିବାବେଳେ ପୁରୁଷଙ୍କ ସଂଖ୍ୟାରେ ୧୭.୧୮ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି ।

ଜିଓ /ଏୟାରଟେଲ୍‌ ; ଜାଣନ୍ତୁ ଏହି ରିଚାର୍ଜ ପ୍ଲାନ୍‌ ବିଷୟରେ,ମାତ୍ର ୩୦ ଟଙ୍କା..

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories