www.samajalive.in
Sunday, December 7, 2025
26.1 C
Bhubaneswar

ରାଜ୍ୟରେ ହୁହୁ ହୋଇ ବଢିବ ତାପମାତ୍ରା – ମାର୍ଚ୍ଚ ୨୫ ପରେ ପ୍ରବଳ ଗରମ ସମ୍ଭାବନା

ଭୁବନେଶ୍ୱର : ମାର୍ଚ୍ଚ ୨୫ ତାରିଖ ପରେ ଓଡ଼ିଶାରେ ଦିନ ଓ ରାତିର ତାପମାତ୍ରା ବୃଦ୍ଧି ପାଇବା ସହ କେତେକ ଆଭ୍ୟନ୍ତରୀଣ ଜିଲ୍ଲାରେ ତାପମାତ୍ରା ୪୪ ଡିଗ୍ରୀ ସେଲ୍‌ସିୟସ୍‌ ଛୁଇଁବାର ସମ୍ଭାବନା ଥିବା ବେଳେ ଉପକୂଳବର୍ତୀ ଅଂଚଳରେ ୩୮ ରୁ ୪୦ ଡିଗ୍ରୀ ସେଲ୍‌ସିୟସ୍‌ ମଧ୍ୟରେ ରହିପାରେ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି ।

ବର୍ତମାନ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୩୯ ରୁ ୪୧ ଡିଗ୍ରୀ ମଧ୍ୟରେ ଓ ଉପକୂଳବର୍ତୀ ଜିଲ୍ଲାଗୁଡ଼ିକରେ ୩୬ ରୁ ୩୭ ଡିଗ୍ରୀ ତାପମାତ୍ରା ରହୁଛି ଓ ଏହା ମାର୍ଚ୍ଚ ୨୫ ତାରିଖ ଯାଏଁ ଜାରି ରହିବ । ତେବେ ଉତର ପଶ୍ଚିମ ଦିଗରୁ ଆସୁଥିବା ଶୁଷ୍କ ଗରମ ପବନ ଦୃଢ଼ିଭୂତ ହୋଇ ରାଜ୍ୟ ଆଡକୁ ମୁହାଁଉଥିବାରୁ ଏହି ସମୟରେ ଆଭ୍ୟନ୍ତରୀଣ ଏବଂ ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ତାପମାତ୍ରା ଯଥାକ୍ରମେ ୪୦ ଡିଗ୍ରୀ ଏବଂ ୪୪ ଡିଗ୍ରୀ ଅତିକ୍ରମ କରିବାର ସମ୍ଭାବନା ଥିବା ସିଇସି ପକ୍ଷରୁ କୁହାଯାଇଛି ।

- Advertisement -

ଇତିମଧ୍ୟରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘନୀଭୂତ ହୋଇଥିବା ଡିପ୍‌ ଡିପ୍ରେସନ୍‌ ମଙ୍ଗଳବାର ମ୍ୟାଁମାର ଉପକୂଳ ଅତିକ୍ରମ କରିଥିବା ବେଳେ କେନ୍ଦ୍ର ଭାରତ ଉପରେ ଅବସ୍ଥିତ ଅପର୍‌ ଏୟାର ଟ୍ରଫ ପୂର୍ବ ଦିଗ ଆଡ଼କୁ ଗତି କରି ମାର୍ଚ୍ଚ ୨୬ ସୁଦ୍ଧା ଉତର ପୂର୍ବ ଭାରତ ଓ ଉତର ବଙ୍ଗୋପସାଗର ଉପରେ ପହଂଚିବାର ସମ୍ଭାବନା ରହିଛି ।

ମଙ୍ଗଳବାର ରୁ ଗୁରୁବାର ମଧ୍ୟରେ ଗଜପତି, ଗଞ୍ଜାମ, ନୟାଗଡ, ବାଲେଶ୍ୱର, ଯାଜପୁର, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବା ସହ ଘୂର୍ଣ୍ଣିବାତ୍ୟା ହେବାର ସମ୍ଭାବନା ରହିଛି । ତେବେ ଏହାର ପ୍ରଭାବରେ ତାପମାତ୍ରାରେ କୋ÷ଣସି ପରିବର୍ତନ ହେବ ନାହିଁ ବୋଲି ବୁଲେଟିନ୍‌ରେ କୁହାଯାଇଛି ।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories