www.samajalive.in
Tuesday, December 9, 2025
26.1 C
Bhubaneswar

ଉତ୍ତର, ଦକ୍ଷିଣରେ ସ୍ବାଭାବିକ ଠାରୁ କମ୍ ମୌସୁମୀ ବର୍ଷା: ଆଇଏମଡି

ନୂଆଦିଲ୍ଲୀ : ଚଳିତ ବର୍ଷ ଉତ୍ତର ଓ ଦକ୍ଷିଣ ଭାରତରେ ମୌସୁମୀ ବର୍ଷା ସ୍ବାଭାବିକ ଠାରୁ କମ୍ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ଶୁକ୍ରବାର ଏହାର ପୂର୍ବାନୁମାନରେ କହିଛି। ମୌସୁମୀ ବାୟୁ ଉପରେ ଏଲନିନୋର ପ୍ରଭାବ ପଡିବ ବୋଲି ଆଶଙ୍କା କରାଯାଇଛି। ବର୍ଷା ଋତୁର ଶେଷ ଭାଗକୁ ଏଲନିନୋର ପ୍ରଭାବ ହ୍ରାସ ପାଇବ ବୋଲି ଆଇଏମଡି କହିଛି।

ଆଇଏମଡିର ପୂର୍ବାନୁମାନ ଅନୁସାରେ ଜୁଲାଇରେ ମୌସୁମୀ ବର୍ଷା ସ୍ବାଭାବିକ ଠାରୁ କମ୍ ହେବ ଓ ଅଗଷ୍ଟରେ ସ୍ବାଭାବିକ ହେବ। ସର୍ବନିମ୍ନ ହାରାହାରି ବୃଷ୍ଟିପାତ (ଏଲପିଏ) ୯୦ରୁ ୯୬ ପ୍ରତିଶତ ମଧ୍ୟରେ ରହିଲେ ତାକୁ ସ୍ବାଭାବିକ ଠାରୁ କମ୍ କୁହାଯାଇଥାଏ। ଆଞ୍ଚଳିକ ଭିତ୍ତିରେ ଆଇଏମଡି ମୌସୁମୀ ବାୟୁ ସମ୍ପର୍କରେ କରିଥିବା ପୂର୍ବାନୁମାନ ଅନୁଯାୟୀ ଉତ୍ତର-ପଶ୍ଚିମ ଭାରତରେ ଏଲପିଏ ୯୪ ରହିବ। କେନ୍ଦ୍ର ଭାରତରେ ଏଲପିଏ ୧୦୦, ଉତ୍ତରପୂର୍ବ ଭାରତରେ ଏହା ୯୧ ରହିବ। ଆଇଏମଡିର ଉତ୍ତରପୂର୍ବ ଡିଭିଜନ ମଧ୍ୟରେ ପଶ୍ଚିମବଙ୍ଗ, ବିହାର, ଓଡ଼ିଶା, ଝାଡଖଣ୍ଡ ଭଳି ରାଷ୍ଟ୍ର ରହିଛି। ତେଣୁ ଓଡ଼ିଶାରେ ସ୍ବାଭାବିକ ଠାରୁ କମ୍ ବର୍ଷା ହେବାର ଆଶଙ୍କା ରହିଛି। ଚଳିତବର୍ଷ ମୌସୁମୀ ବର୍ଷା ସ୍ବାଭାବିକ ଠାରୁ ୫ଦିନ ବିଳମ୍ବରେ ଜୁନ୍ ୬ରେ କେରଳରେ ପହଞ୍ଚିବ ବୋଲି ପୂର୍ବାନୁମାନ କରାଯାଇଛି।

Hot this week

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବଢ଼ିଲା: ଭତ୍ତା ସହ ପାଇ​‌ବେ ୪.୨୮ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଏବଂ ବିଧାୟକମାନଙ୍କ ଦରମା ବୃଦ୍ଧି...

ଶିକାରୀ ଫାଶରେ କଲରାପତରିଆ ମୃତ

ଅନୁଗୁଳ : ଶିକାରୀ ଫାଶରେ ପଡି କଲରାପତରିଆ ବାଘ ମୃତ। ଅନୁଗୋଳ...

Related Articles

Popular Categories