www.samajalive.in
Monday, December 15, 2025
16.1 C
Bhubaneswar

ସୋମବାର ରାଶିଫଳ: ଭାଗ୍ୟଶାଳୀ ହେବେ, ଦିନଟି ସୁଖ, ସମୃଦ୍ଧି ପୂର୍ଣ୍ଣ ରହିବ

ମେଷ: କର୍ମ ଚଞ୍ଚଳ ରହିବେ। କନ୍ୟା ସନ୍ତାନ ଦ୍ବାରା ଉପକୃତ ହେବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ପ୍ରବାହିତ ହେବ। ଧାର୍ମିକ ଓ ତେଜସ୍ବୀ ହେବେ। ଉତ୍ତମ ବ୍ୟକ୍ତିତ୍ବଯୁକ୍ତ ହେବେ।

ବୃଷ: ଦାନଧର୍ମରେ ଦୀକ୍ଷିତ ହୋଇପାରନ୍ତି। ସୁଖୀ ହେବେ। ଶୋଭନ ବ୍ୟକ୍ତିତ୍ବ ସମ୍ପନ୍ନ ହୋଇପାରନ୍ତି। ସୁସ୍ଥ ରହିବେ। କୃଷି କର୍ମକାରୀ ହୋଇପାରନ୍ତି। ବୁଦ୍ଧିମାନ ହେବେ। ଜ୍ୟେଷ୍ଠ ନ ହୋଇ ବି ଶ୍ରେଷ୍ଠ ହେବେ। ସୁସ୍ଥ ରହିବେ।

- Advertisement -

ମିଥୁନ: ଆତ୍ମବିଶ୍ବାସୀ ହେବେ। ମନ ପ୍ରସନ୍ନ ରହିବ। ଭାଷା ମଧୁର ଓ ବ୍ୟବହାର ପ୍ରେମପୂର୍ଣ୍ଣ ହେବ। ପ୍ରେମୀ ଓ ସାହସୀ ହେବେ। ଅନୁଜଙ୍କଠାରୁ ଭକ୍ତିପୂତ ଆଦର ସମ୍ମାନ ମିଳିବ। ସର୍ବତ୍ର ବିଜୟୀ ହେବେ। କର୍ମଠ ହେବେ।

କର୍କଟ: ସୌଭାଗ୍ୟଶାଳୀ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ବ ସମ୍ପନ୍ନ, ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ, ଉଦାର ଚରିତ ଓ ବିଦ୍ୟାପ୍ରେମୀ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ପ୍ରେମପୂର୍ଣ୍ଣ ହେବ। ବନ୍ଧୁ ସହାୟତା ମିଳିବ।

ସିଂହ: ଶ୍ରୀଚନ୍ଦ୍ର ଭୋଗ ହେତୁ ଏଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ମାଲିମୋକଦ୍ଦମାରେ ବିଜୟୀ ହେବେ। ସଂଗ୍ରାମୀ ମନୋବୃତ୍ତିର ହୋଇପାରନ୍ତି। ବିଭିନ୍ନ ସୂତ୍ରରୁ ଉପହାର ପ୍ରାପ୍ତିର ସୂଚନା ମିଳୁଛି।

କନ୍ୟା: ଥଣ୍ଡା, କଫ ଜନିତ ସାମାନ୍ୟ କ୍ଳେଶ ଭୋଗ କରିପାରନ୍ତି। ଏକାନ୍ତ ସାଧନା ଫଳବତୀ ହେବ। ଭାଷା ସ୍ନେହପୂର୍ଣ୍ଣ ହେବ। ଧାର୍ମିକ ପ୍ରବୃତ୍ତିର ହେବେ। ଧର୍ମ କାର୍ଯ୍ୟରେ ଧନବ୍ୟୟ କରିପାରନ୍ତି। ଗୁପ୍ତ ବିଦ୍ୟାରେ ରୁଚି ରହିବ।

ତୁଳା: ସୁସ୍ଥ ଓ ନିରାମୟ ରହିବେ। ଲୋକପ୍ରିୟତା ଅର୍ଜନ କରିବେ। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ରାଜକୋଷ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

ବିଛା: କୁଳ ପ୍ରଦୀପ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ଦୟାର୍ଦ୍ର ଚିତ୍ତ ହେବେ। ବ୍ୟବସାୟରେ ଲାଭବାନ ହେବେ। ପରିବାର ପ୍ରତି ସ୍ନେହ ସଦିଚ୍ଛା ଭାବ ରହିବ। ରାଜକୃପା ଲାଭ କରିପାରନ୍ତି।

ଧନୁ: ଭାଗ୍ୟଶାଳୀ ହେବେ। ଦିନଟି ସୁଖ, ସମୃଦ୍ଧି ପୂର୍ଣ୍ଣ ଓ ଭୋଗବିଳାସରେ କଟାଇ ପାରନ୍ତି। ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ବାନ, ସାହସୀ ଓ ସମ୍ପତ୍ତିବାନ୍‌ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖ ପ୍ରଦ ହେବ।

ମକର: ସାମୟିକ ଭାବେ ଅନଟନର ସମ୍ମୁଖୀନ ହେବେ। ସ୍ବାଭିମାନୀ ହେବେ। ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି। ଜଳଯାତ୍ରା ବିପଦପୂର୍ଣ୍ଣ ହୋଇପାରେ। ଯାନବାହନ ଚଳାଚଳରେ ସତର୍କ ରହିବାକୁ ପଡ଼ିବ।

କୁମ୍ଭ: ସେବାବ୍ରତ ଆଚରଣ କରି ନିଜକୁ ଧନ୍ୟ ମନେକରିବେ। ଜଣେ ପ୍ରଖ୍ୟାତ ସମାଜସେବୀ ଭାବେ ସମ୍ମାନିତ ହେବେ। ସାହସୀ ଓ ଧୈର୍ଯ୍ୟଶୀଳ ହେବେ। ପରିବାରର ଉପଦେଶ ଉପାଦେୟ ହେବ।

ମୀନ: ଆୟର ସ୍ବଳ୍ପତା ଦୃଷ୍ଟିରୁ ବାହ୍ୟ ଖର୍ଚ୍ଚକୁ ସୀମିତ କରିପାରନ୍ତି। ଭ୍ରାତୃଭାବ ଅତୁଟ ରହିବ। ସୁସ୍ଥ ଓ ନିରାମୟ ରହିବେ। ଚତୁର ଓ ଶତ୍ରୁହନ୍ତା ହୋଇପାରନ୍ତି। ଚାକିରି କ୍ଷେତ୍ରରେ ସୁନାମ ଅର୍ଜନ କରିବେ।

Hot this week

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

Related Articles

Popular Categories