www.samajalive.in
Friday, December 12, 2025
14.1 C
Bhubaneswar

ମୋହନାରେ ଭିନ୍ନ କ୍ଷମ ସାମର୍ଥ୍ୟ ଶିବିର

ମୋହନା : ଗଜପତି ଜିଲ୍ଲା ମୋହନା ସରକାରୀ ଉଚ୍ଚ ବିଦ୍ୟାଳୟ (ଏସଏସଡି) ପରିସରରେ ବ୍ଳକ ସ୍ତରୀୟ ଭୀମ ଭୋଇ ଭୀନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ଆନୁକୁଲ୍ୟରେ ମୋହନା ହାଇସ୍କୁଲ କାର୍ଯ୍ୟାଳୟରେ ଭୀମ ଭୋଇ ଦିବ୍ୟାଙ୍ଗ ସାମର୍ଥ୍ୟ ଶିବିର ଜରିଆରେ ଦିବ୍ୟାଙ୍ଗ ହିତାଧିକାରୀ ମାନଙ୍କୁ ସହାୟକ ଉପକରଣ ବଣ୍ଟନ କରାଯିବାସହ ବିଭିନ୍ନ ଯୋଜନାର ଅନ୍ତର୍ଭୁକ୍ତ କରିବା ପାଇଁ ଚିହ୍ନଟ ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ସନ୍ତୋଷ ନାୟକଙ୍କ ସଂଯୋଜନାରେ ଏବଂ ବିଡିଓ ବଂଶିଧର ଖୋସଲାଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ଶିବିରରେ ମୋହନା ବିଧାୟିକା ବାସନ୍ତି ମଲ୍ଲିକ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥିଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅନିତା ରାଣୀ ବେହେରା, ବ୍ଲକ ଅଧ୍ୟକ୍ଷା ସୁଖୀ ଶବର, ଉପାଧ୍ୟକ୍ଷା ବାଲମିନା ଅଧିକାରୀ, ଚନ୍ଦ୍ରଗିରି ସରପଞ୍ଚ ନର୍ମଦା ଦଳାଇ ପ୍ରମ୍ମୁଖ ଯୋଗ ଦେଇ ଦିବ୍ୟାଙ୍ଗ ମାନଙ୍କ ପାଇଁ ଥିବା ସରକାରଙ୍କ ବିଭିନ୍ନ ସୁବିଧା ଓ ସୁଯୋଗ ସମ୍ପର୍କରେ ଉପସ୍ଥିତ ଥିବା ସାଧାରଣ ଓ ଦିବ୍ୟାଙ୍ଗ ମାନଙ୍କୁ କହିଥିଲେ। ଏହି ଶିବିରରେ ବ୍ଲକର ବିଭିନ୍ନ ଅଞ୍ଚଳରୁ ଦିବ୍ୟାଙ୍ଗମାନେ ଯୋଗ ଦେଇଥିବା ବେଳେ ସେମାନଙ୍କ ପାଇଁ ଆବଶ୍ୟକୀୟ ହୁଇଲ ଚେୟାର, ବ୍ଲାଇଣ୍ଡ ଷ୍ଟିକ, ଶ୍ରବଣ ଯନ୍ତ୍ର , ଟ୍ରାଇ ସାଇକେଲ, ଇତ୍ୟାଦି ଉପକରଣ ଅତିଥିମାନେ ପ୍ରଦାନ କରିଥିଲେ। ଏହି ଶିବିରରେ ଭତା ପାଇଁ ୧୩୩ ଜଣ, ବାଣିଶ୍ରୀ ଛାତ୍ର ବୃତି ପାଇଁ ୧୪୦ ଜଣ, ପ୍ରଧାନମନ୍ତ୍ରୀ ଆବାସ ପ।।ଇଁ ୧୭, ଡିଆରଅଇ ଲୋନ ପାଇଁ ୭୦ ଜଣ, ପରିଚୟ ପତ୍ର ପାଇଁ ୪୮ ଜଣ, ୟୁଡିଆଇଡି ପାଇଁ ୧୫୯, ଆୟ ପ୍ରମାଣ ପତ୍ର ପାଇଁ ୨୬ ଜଣ, ବସ ଓ ଟ୍ରେନ ପାସ ପାଇଁ ୨୮୦ ଜଣଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା। ଜିଲ୍ଲା ସଦର ମହକୁମାରୁ ଅସ୍ଥିଶଲ୍ୟ ଚିକିତ୍ସାଧିକାରୀ ଡ. ସାନ୍ତନୁ ପାଢି, କର୍ଣ୍ଣ, ଗଳା ଓ ନାଶା ପାଇଁ ଚିକିତ୍ସାଧିକାରୀ ଡ. ରଶ୍ମିରଂଜନ ମିଶ୍ର ଓ ଚକ୍ଷ୍ୟୁ ପାଇଁ ଡ.ଏନ ଏମ ଜେନା ଦିବ୍ୟାଙ୍ଗ ମାନଙ୍କର ସମସ୍ତ ଚିକିତ୍ସା କରାଇଥିଲେ। ଏହି କାର୍ଯ୍ୟକ୍ରମକୁ ମୋହନା ବିଏସ୍ଏସ୍ଓ ସନ୍ତୋଷ କୁମାର ନାୟକ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ସିମାଞ୍ଚଳ ବେହେରା ଓ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ନରସିଂହ ମାଣ୍ଡାଙ୍ଗି ପରିଚାଳନା କରିଥିଲେ।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories