www.samajalive.in
Friday, December 12, 2025
14.1 C
Bhubaneswar

ସ୍ୱଚ୍ଛତା ହିଁ ସେବା ଅଭିଯାନରେ ସାମିଲ ହେଲା ରିଲାଏନ୍ସ ଜିଓ

କଟକ : ସ୍ୱଚ୍ଛତାରେ ଜନସାଧାରଣଙ୍କୁ ଯୋଡିବା ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିବା ସ୍ୱଚ୍ଛତା ହିଁ ସେବା ଅଭିଯାନରେ ରିଲାଏନ୍ସ ଜିଓ କର୍ମଚାରୀମାନେ ସାମିଲ ହୋଇଛନ୍ତି। ଜିଓ କର୍ମଚରେୀମାନେ ଶୁକ୍ରବାର ଅପରାହ୍ନରେ କଟକର ବିଡାନାସୀ ପ୍ରାଥମିକ ବିଦ୍ୟାଳୟ ଏବଂ ସନ୍ନିକଟ ଅଞ୍ଚଳରେ ସଫେଇ କାର୍ଯ୍ୟ କରିଛନ୍ତି । ଜିଓର ଏକ ୩୦ ଜଣିଆ ଦଳ ଝାଡୁ, ଅଳିଆ ଉଠା ସରଞ୍ଜାମ, ଗ୍ଲୋବସ ଓ ମାସ୍କ ଭଳି ସୁରକ୍ଷା ଉପକରଣ ନେଇ ସ୍କୁଲ ହତା ଏବଂ ଚାରିପଟ ଅଞ୍ଚଳରେ ସଫେଇ କରିବା ସହ ପାଣି ଜମିଥିବା ପାଚେରୀ କଡ଼ ଓ ଖୋଲା ସ୍ଥାନ ସଫା କରି ବ୍ଳିଚିଂଗ ଗୁଣ୍ଡ ଛିଞ୍ଚନ କରିଥିଲେ । ଜିଓ ପକ୍ଷରୁ କରାଯାଉଥିବା ଏହି ସପ୍ତାହବ୍ୟାପୀ ସଫେଇ କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଗତ ସପ୍ତାହରେ ଆରମ୍ଭ ହୋଇଥିବା ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନରେ ସାଧାରଣ ଲୋକଙ୍କ ମଧ୍ୟରେ ସ୍ୱଚ୍ଛତା ଅଭ୍ୟାସ ସୃଷ୍ଟି କରିବା ଲକ୍ଷ୍ୟରେ ଜାରି ରହିଛି। ଏହି କ୍ରମରେ ଓଡ଼ିଶାର ସବୁ ଜିଲ୍ଲାରେ ରହିଥିବା ୩୧ଟି ଜିଓ କେନ୍ଦ୍ର ଏବଂ ଭୁବନେଶ୍ୱର ସ୍ଥିତ ରାଜ୍ୟ କାର୍ଯ୍ୟାଳୟର କର୍ମଚାରୀମାନେ ନିଜ ନିଜ ଅଞ୍ଚଳରେ ସଫେଇ ଅଭିଯାନରେ ସାମିଲ ହେବେ। ଉଲ୍ଲେଖଯୋଗ୍ୟ ଯେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆକଳନ ଅନୁଯାୟୀ ସ୍ୱଚ୍ଛତା ଅଭିଯାନ ଜରିଆରେ ପ୍ରାୟ ତିନି ଲକ୍ଷ ଲୋକଙ୍କ ଜୀବନ ରକ୍ଷା ହୋଇପାରିବ ଏବଂ ଡାଇରିଆ ଆକ୍ରାନ୍ତଙ୍କ ସଂଖ୍ୟାରେ ୩୦ ପ୍ରତିଶତ ହ୍ରାସ ହୋଇପାରିବ ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories