www.samajalive.in
Friday, December 12, 2025
15.1 C
Bhubaneswar

ଲାଞ୍ଚନେଇ ଭିଜିଲାନ୍ସ ଜାଲରେ ଚାନ୍ଦିପୁଟ ରାଜସ୍ୱ ନିରୀକ୍ଷକ

ମୋହନା : ଗଜପତି ଜିଲ୍ଲା ମୋହନା ବ୍ଳକ ଅନ୍ତର୍ଗତ ଚାନ୍ଦିପୁଟ ପଞ୍ଚାୟତରେ କାର୍ଯ୍ୟରତ ରାଜସ୍ୱ ନିରୀକ୍ଷକ ପ୍ରଭାକର ପାଢୀ ଲାଞ୍ଚ ନେଉଥିବାବେଳେ  ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିବା ଜଣାପଡିଛି। ଘଟଣାରୁ ପ୍ରକାଶ ରାଜସ୍ୱ ନିରୀକ୍ଷକ ପାଢୀ ଟୁଟୁଗୁଡା ଗାଁର ଦୁଃଶାସନ ପ୍ରଧାନଙ୍କ ଠାରୁ ଜମିଜୁମା ବିବାଦର ସମାଧାନ ପାଇଁ ଶୁକ୍ରବାର ସମୟ ପ୍ରାୟ ୧୨ ଟା ବେଳେ ନିଜ କାର୍ଯ୍ୟାଳୟ ଠାରେ ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ତାଙ୍କ ମୋହନା ସ୍ଥିତ ସାହୁ କଲୋନୀ ଭଡାଘର, ତହସିଲ କାର୍ଯ୍ୟାଳୟ, ବ୍ରହ୍ମପୁର ନିଜ ଓ ପାରଳାଖେମୁଣ୍ଡି ଘରକୁ ଭିଜିଲାନ୍ସ ଏକ ସମୟରେ ଚଢାଉ କରିଥିବା ଜଣା ପଡିଛି। ଅଭିଯୋଗକାରୀ ଦୁଃଶାସନ ପ୍ରଧାନଙ୍କ ପରିବାରରେ ୬ଟି ଜମି ବିବାଦୀୟ ମକଦମା ଲାଗି ରହିଥିଲା। ଏହାର ସମାଧାନ ପାଇଁ ଟୁଟୁଗୁଡା ଗାଁର ଦଶାସନ ତହସିଲ କାର୍ଯ୍ୟାଳୟରେ ଅବେଦନ କରିଥିଲେ। କିନ୍ତୁ ଏହାର ସମାଧାନ ବିଳମ୍ବ ହେବା ଯୋଗୁଁ ଦୁଃଶାସନ ଚାନ୍ଦିପୁଟ ରାଜସ୍ୱ ନିରୀକ୍ଷକ ପାଢୀଙ୍କୁ ଜଣାଇଥିଲେ। ପାଢୀ ଏହାର ସମାଧାନ ପାଇଁ ୬ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଦୁଃଶାସନ ୨ହଜାର ଟଙ୍କା ନଗଦ ଦେଇଥିବା ବେଳେ ବାକି ରହିଥିବା ୪ ହଜାର ଟଙ୍କା ଶୁକ୍ରବାର ଦିନ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ପ୍ରତିଶ୍ରୁତି ପ୍ରକାରେ ଦୁଃଶାସନ ଭିଜିଲାନ୍ସର ସାହାର୍ଯ୍ୟ ନେଇ ୪ ହଜାର ଟଙ୍କା ଶୁକ୍ରବାର ଚାନ୍ଦିପୁଟ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଠାରେ ଦେଉଥିବା ବେଳେ ପୂର୍ବରୁ ପ୍ରସ୍ତୁତି ହୋଇ ଜାଲ ବିଛାଇ ରଖିଥିବା ବ୍ରହ୍ମପୁର ଭିଜିଲାନ୍ସ ଟିମ ଚାନ୍ଦିପୁଟ ରାଜସ୍ୱ ନିରୀକ୍ଷକଙ୍କୁ ପ୍ରମାଣ ସହିତ ଧରିଥିଲେ। ରାଜସ୍ୱ ନିରୀକ୍ଷକ ପାଢୀଙ୍କୁ ଘଟଣା ସ୍ଥଳରୁ ଗିରଫ କରାଯିବା ସହ ତଦନ୍ତ ପରେ ବ୍ରହ୍ମପୁର ଭିଜିଲାନ୍ସ କୋର୍ଟରେ ହାଜର କରାଯିବ ବୋଲି ବ୍ରହ୍ମପୁର ଡିଏସପି କହିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories