www.samajalive.in
Monday, December 15, 2025
17.1 C
Bhubaneswar

ଅନଲାଇନ ପାଠ ପଢ଼ାର ବିକଳ ଚିତ୍ର; ପାଠ ପଢ଼ାରେ ନେଟୱାର୍କ ସାଜିଛି ବାଧକ

ମୋହନା: କରୋନାର ଭୟବହତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସବୁ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଏବଂ କଲେଜ ଆଦି ସମସ୍ତ ପ୍ରକାର ଶିକ୍ଷାନୁଷ୍ଠାନକୁ ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରିଛନ୍ତି। ଏଣୁ ରାଜ୍ୟ ସରକାର ପାଠ ପଢିବାକୁ ଛାତ୍ରଛାତ୍ରୀଙ୍କ ପାଇଁ ଅନଲାଇନ ବ୍ୟବସ୍ଥା କରିଥିବାବେଳେ ଆଦିବାସୀ ଅଧ୍ୟୁଷିତ ଅପହଞ୍ଚ ଇଲାକାରେ ମୋବାଇଲ ନେଟୱାର୍କ ଖୋଜା ଚାଲିଛି । ପାହାଡ଼ ପର୍ବତ ଘେରା ମଧ୍ୟରେ ନେଟୱାର୍କ ବାଧକ ସାଜିଥିବାରୁ ଅନଲାଇନ୍‌ ପାଠ ପଢ଼ା ପାଇଁ ଛାତ୍ରଛାତ୍ରୀମାନେ ଦୈନିକ ବିଭିନ୍ନ ଗ୍ରାମରୁ ୨ ରୁ ୬ କିମି ପାଦଚଲା ଜଙ୍ଗଲ ରାସ୍ତାରେ ଆସି ପାହାଡ଼ ଚଢିବାକୁ ବାଧ ହେଉଛନ୍ତି। ଏପରି ଏକ ବିକଳଚିତ୍ର ଓଡ଼ିଶାର ଦ୍ଵିତୀୟ ବୃହତ୍ତମ ବ୍ଳକ ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଡ଼େଙ୍ଗାସଖାଲ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଅନଲାଇନ ପାଠ ପଢିବାକୁ ଆସୁଥିବା ଛାତ୍ରଛାତ୍ରୀମାନଙ୍କୁ ଦେଖିବାକୁ ମିଳିଛି ବିଣି ପାହାଡ଼ର ଶୀର୍ଷ ଭାଗରେ। ସତେଯେମିତି ସେମାନଙ୍କ ପାଇଁ ମୋବାଇଲ ନେଟୱାର୍କ ପାଲଟିଯାଇଛି ସାତସପନ। କିଛି ବିଦ୍ୟାର୍ଥୀଙ୍କ ପାଖରେ ସ୍ମାର୍ଟ ଫୋନ ରହି ଥିଲେ ହେଁ ମୋବାଇଲ ନେଟୱ।ର୍କ ନ ଥିବାରୁ ଅନଲାଇନ ପାଠପଢ଼ା, ପରୀକ୍ଷା, ସଂପର୍କୀୟଙ୍କ ସହ ଯୋଗାଯୋଗ ଆଦି ଜରୁରୀକାଳିନ ସହଯୋଗ ଆଶା କରିବା ସମ୍ଭବପର ହେଉ ନ ଥିବା ଡେଙ୍ଗେସଖାଲ ସରପଞ୍ଚ ଯାକୋବ ମାଝୀ ଓ ଅଞ୍ଚଳବାସୀ ଦୁଃଖର ସହ ଅଭିଯୋଗ କରିଛନ୍ତି। ଏହି ପଞ୍ଚାୟତରେ ରହିଥିବା ୧୫ ରୁ ଉର୍ଦ୍ଧ୍ଵ ଗ୍ରାମରେ ମୋବାଇଲ ନେଟୱାର୍କ ଅପହଞ୍ଚ ହୋଇଯାଇଛି। କେବଳ ବିଣି ପାହାଡ଼ରେ ନେଟୱ।ର୍କ ଆସୁଥିବାରୁ ବିଦ୍ୟାର୍ଥୀମାନେ ଏଠାକୁ ଆସି ଅନଲାଇନରେ ପାଠ ପଡନ୍ତି । ଵର୍ଷା ହେଲେ ପାଠ ପଢ଼ା ବନ୍ଦ  ପ୍ରତିଦିନ ନବମ, ଦଶମ, ଯୁକ୍ତଦୁଇ, ଯୁକ୍ତତିନି ଓ ଡିପ୍ଳେମା ଇଞ୍ଜିନିୟର ପାଠ ପଢ଼ୁଥିବା ଗାଁ ଗଣ୍ଡାର ଛାତ୍ରଛାତ୍ରୀମାନେ ଏହି ପାହାଡକୁ ଆସି ଅନଲାଇନରେ ପାଠ ପଢିବା ଓ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା କହିଛନ୍ତି ଦେବେନ୍ଦ୍ର ବୀର, ଅନସଲମ ନାୟକ, ରଜତ ନାୟକ, ବରୁଣ ନାୟକ, ସଂଗୀତା ନାୟକ, ଜୀବିତା ନାୟକ, ଟେରେସା ନାୟକ, ସରିତା ମନ୍ଦିକ,ଚମ୍ଫାବୀର,ଅଜ୍ଜୁନ ମଳିକ,ଯହନ ମଳିକ ଆଦି ବିଭିନ୍ନ ଗ୍ରାମର ବିଦ୍ୟାର୍ଥୀ। ଅଡବାଠାରେ ରହିଥିବା ଜିଓ ନେଟୱାର୍କ ଏହି ପାହାଡ଼ର ଶୀର୍ଷ ଭାଗରେ ଆସୁଥିବା ବେଳେ ଏହାର ଦୂରତା ୧୫ କିମି। ପଞ୍ଚାୟତ ଠାରୁ ବିଣି ପାହାଡ଼ର ଦୂରତା ୫ କି.ମି  ଏଣୁ ତୁରନ୍ତ ବିଏସଏନଏଲ ହେଉ କି ଅନ୍ୟ କେଉଁ କମ୍ପାନୀର ମୋବାଇଲ ଟାୱ୍ୱାର ଏହି ପଞ୍ଚାୟତରେ ବସିଲେ ଏହି ପଞ୍ଚାୟତବାସୀ ଉପକୃତ ହୋଇପାରନ୍ତେ ବୋଲି ସ୍ଥାନୀୟ ସରପଞ୍ଚ ଶ୍ରୀ ମାଝୀ ଓ ଅଂଚଳବାସୀ ରାଜ୍ୟ ପ୍ରଶାସନକୁ ଅନୁରୋଧ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories