ସ୍ତ୍ରୀର ଟାଙ୍ଗିଆ ଚୋଟରେ ସ୍ବାମୀ ଗୁରୁତର

ମୋହନା/ଚାନ୍ଦିପୁଟ: ପାରିବାରିକ କଳହରୁ କରୁଣ ପରିଣତି ଦେଖିବାକୁ ମିଳିଛି। ସ୍ତ୍ରୀର ଟାଙ୍ଗିଆ ଚୋଟରେ ସ୍ବାମୀ ଗୁରୁତର ହୋଇ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ଏଭଳି ଘଟଣା ଘଟିଛି ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଶିରିଶିପଦା ଗାଁରେ। ଗୁରୁତର ସ୍ବାମୀ ହେଲେ ବାଲିମା ଗମାଙ୍ଗ। ବାଲିମା ଙ୍କୁ ପରିବାର ଲୋକେ ଚିକିତ୍ସା ପାଇଁ ମୋହନା ମେଡିକାଲରେ ଭର୍ତ୍ତି କରିଛନ୍ତି।

prayash

ମିଳିଥିବା ସୂଚନା ପ୍ରକାରେ ଆଜି ବଳଦ ବିକ୍ରି ସଂପର୍କରେ ସ୍ବାମୀ ବାଲିମା ସହ ସ୍ତ୍ରୀ ଲକ୍ଷ୍ମୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏହି ଝଗଡ଼ା ପରବର୍ତ୍ତୀ ସମୟରେ ଉଗ୍ର ରୂପ ନେଇଥିଲା। ସ୍ବାମୀ ଠେଙ୍ଗାରେ ସ୍ତ୍ରୀକୁ ଆକ୍ରମଣ ବେଳେ ସ୍ତ୍ରୀ ଟାଙ୍ଗିଆ ଧରି ସ୍ବାମୀକୁ ଚୋଟ ପକାଇଥିଲେ। ଫଳରେ ସ୍ବାମୀଙ୍କ ପିଠି ତଳକୁ କୁରାଡି ମାଡ ହୋଇଥିବା ଯୋଗୁଁ ଗୁରୁତର ଭାବେ ଆହତ ହୋଇଛନ୍ତି। ମୋହନା ମେଡିକାଲରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ଆବଶ୍ୟକ ପଡ଼ିଲେ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ସ୍ଥାନାନ୍ତର କରାଯିବ ବୋଲି ଡାକ୍ତର କହିଛନ୍ତି ।

kalyan agarbati

Comments are closed.