ଭଲ ପାଇ ବିବାହ କରିବା ପଡ଼ିଲା ମହାଙ୍ଗା, ଗ୍ରାମବାସୀଙ୍କ ବିରୋଧ ଯୋଗୁଁ ୨୦ ବର୍ଷ ଧରି ଗାଁରୁ ବାସନ୍ଦ
ମୋହନା: ଆଧୁନିକତାର ସଭ୍ୟ ସମାଜରେ ଏବେ ବି ବଞ୍ଚିରହିଛି କୁସଂସ୍କାର ଓ ବାଛନ୍ଦ ଭଳି ବ୍ୟବସ୍ଥା, ନୀତି ନିୟମ କୁ ସମ୍ମାନ ଦେଇ ଚାଲୁଥିବା ସମାଜରେ ସାମାନ୍ୟ ଭୁଲର ସୀମା ଉଲ୍ଲଙ୍ଘନ କରିବା ଦ୍ବାରା ଭିଟାମାଟି ଓ ଚାଷ ଜମିକୁ ଛାଡ଼ିବାକୁ ପଡ଼ିଛି ଦୁଇ ଦମ୍ପତିଙ୍କୁ । ଭଲ ପାଇ ବିବାହ କରିଥିଲେ ବୋଲି ଦମ୍ପତିଙ୍କୁ ଦୀର୍ଘ ୨୦ ବର୍ଷ ହେଲା ଗାଁରୁ ବାସନ୍ଦ କରିଛନ୍ତି ଗ୍ରାମବାସୀ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ଥାନା କିର୍ତିଙ୍ଗ ଗ୍ରାମରେ।
ସୂଚନା ଅନୁଯାୟୀ କିର୍ତ୍ତିଙ୍ଗ ଗାଁର ଜର୍ଜ ପାଇକଙ୍କ ପ୍ରଥମ ସ୍ତ୍ରୀ ମୃତ୍ୟୁ ବରଣ କରିବା ପରେ ସେହି ଗାଁର ଅନିତା ପାଇକଙ୍କ ସହ କ୍ରମଶଃ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଶେଷରେ ଉଭୟେ ନିଷ୍ପତ୍ତି ନେଇଥିଲେ ବିବାହ କରିବା ପାଇଁ । ହେଲେ ଝିଅଘର ସହ ଗ୍ରାମର କିଛି ଲୋକେ ତାଙ୍କୁ ବିରୋଧ କରିଥିଲେ । ପ୍ରେମ ସମ୍ପର୍କ ଏତେ ବଢିଥିଲା ଯେ ପାରିପାର୍ଶ୍ବିକ ପରିସ୍ଥିତିର ଚାପ ଓ ଝିଅ ଘର ପରିବାରର ବିରୋଧ ଯୋଗୁଁ ଗାଁ ଛାଡି ରାୟଗଡ଼ା ଜିଲାର ଏକ ଗାଁରେ କିଛି ମାସ ଆଶ୍ରୟ ନେଇଥିଲେ।
ଉଭୟ ଙ୍କ ବୟସ ବିବାହ ଉପଯୋଗୀ ଥିବା ହେତୁ ସେଠାରେ ସ୍ଥାନୀୟ ସରପଞ୍ଚଙ୍କ ସହାୟତା ରେ ଦୁହେଁ କୋର୍ଟ ମେରେଜ କରିଥିଲେ। ଜର୍ଜର ପ୍ରଥମ ସ୍ତ୍ରୀର କୌଣସି ସନ୍ତାନ ଜନ୍ମ ହୋଇନଥିବା ବେଳେ ଦ୍ବିତୀୟ ବିବାହ ପରେ ତିନୋଟି ସନ୍ତାନ କୁ ନେଇ ଚାଲିଛି ସଂସାର। ହେଲେ ଉଭୟେ ନିଜ ଭିଟାମାଟି କିର୍ତ୍ତିଙ୍ଗ ଗାଁ କୁ ଯିବାପାଇଁ ଚେଷ୍ଟା କରିଥିଲେ ହେଲେ ତାଙ୍କୁ ପରିବାର ଲୋକଙ୍କ ବିରୋଧ କରିବା ସହ ଗାଁ ରେ ତାଙ୍କୁ ମାଡ଼ ମାରିଥିଲେ ,ଏହା ସହିତ ଗାଁ ରୁ ୨୦ ବର୍ଷ ହେବ ବାସନ୍ଦ ହୋଇ ରହିଛନ୍ତି। ଯାହା ଫଳରେ ଉଭୟ ଆଜି ଗୋଟେ ଗାଁ ରେ ରହୁଥିବା ବେଳେ କାଲି ଅନ୍ୟ ଏକ ଗାଁରେ ବିଭିନ୍ନ ବୃତ୍ତି କରି ଜୀବନ ଜାପନ କରୁଛନ୍ତି ୫ ପ୍ରାଣୀ କୁଟୁମ୍ବ। ଜର୍ଜଙ୍କ ଦୁଇଟି ଝିଅ ସହିତ ଗୋଟିଏ ପୁଅ ମଧ୍ୟ ଅଛନ୍ତି।
ସେମାନେ କଣ ଜାଣି ନାହାଁନ୍ତି ତାଙ୍କରି କୋଉଟା ନିଜ ଭିଟାମାଟି ଗାଁ। ଜର୍ଜ ନିଜ ଭିଟାମାଟି ଗାଁ କୁ ଗଲେ ଜୀବନରେ ମାରିଦେବାକୁ ଧମକ ଦେଉଥିବା ବେଳେ ନିଜର ଖାଉଟି ସାମଗ୍ରୀ ଆଣିବାକୁ ହେଲେ ଲୁଚି ଲୁଚି ପଞ୍ଚାୟତ କୁ ଜାଇ ଆଣିବାକୁ ପଡୁଛି। ଏମିତି କି ରାସନ୍ କାର୍ଡ, ଆଧାର କାର୍ଡ ସେହି ଗାଁ ରୁ କାଟିଦେବାକୁ କିଛି ଲୋକ ଧମକ ମଧ୍ୟ ଦେଇଥିବା କହିଛନ୍ତି ଜର୍ଜ ପାଇକ। ଏହିଭଳି ସେ ଦୀର୍ଘ ୨୦ ବର୍ଷ କାଳ ଗାଁ ରୁ ବାସନ୍ଦ ରହିଥିବା ବେଳେ ତାଙ୍କରି ଜମି ମଧ୍ୟ ଜୋର୍ ଜବରଦସ୍ତ ରେ ଗାଁ ର କିଛି ଲୋକ ଚାଷ କରି ଖାଉଥିବା ବେଳେ ଘର ମଧ୍ୟ କରିଦେଇଥିବା କହିଛନ୍ତି।
ଏ ନେଇ ଅନେକ ଥର ଗାଁ ର ବେହେରା ଓ ୱାର୍ଡ ମେମ୍ବର ଙ୍କୁ ଜଣାଇ ଥିଲେ ମଧ୍ୟ କୌଣସି ନିଷ୍କର୍ଷ ନବାହାରି ବାରୁ ସେ ଅନେକ ଥର ମୋହନା ପୋଲିସ୍ ଓ ତହସିଲଦାର ଙ୍କ ପାଖରେ ଦ୍ଵାରସ୍ଥ ହେଇ ଗୁହାରି ଜଣାଇଆସୁଛନ୍ତି। ଦୀର୍ଘ ୨୦ ବର୍ଷ ମଧ୍ୟରେ ଅନେକ ତହସିଲଦାର ଓ ଥାନା ଅଧିକାରୀ ବଦଳି ହୋଇ ଚାଲିଯାଇଛନ୍ତି କିନ୍ତୁ ଆଜି ପର୍ଯ୍ୟନ୍ତ ଫଳ ଶୂନ। ଏନେଇ ଆମେ ଘଟଣାର ତଦନ୍ତ କରି ଅତି ଶୀଘ୍ର ସମାଧାନ କରିବା ପାଇଁ ଚେଷ୍ଟା କରାଯିବ ବୋଲି ମୋହନା ତହସିଲଦାର ହିମାଂଶୁ ଭୁଷଣ ପଲାଇ ପ୍ରକାଶ କରିଛନ୍ତି।
Comments are closed.