ହାଇଦ୍ରାବାଦରୁ ଦାଦନ ଶ୍ରମିକ ନିଖୋଜ; ଥାନାରେ ଏତଲା

ମୋହନା: ବାପା ରୋଗାଗ୍ରସ୍ତ। ମା ଦିନ ମଜୁରିଆ। ପରିବାର କହିଲେ ୨ ପୁଅ ଓ ଗୋଟିଏ ଝିଅ। ଘର ଚ଼ଳିବା କଷ୍ଟକର। ତେଣୁ ଦାଦନ ଖଟିବାକୁ ପ୍ରାୟ ୨ ମାସ ହେବ ବଡ଼ ପୁଅ ଯାଇଥିଲା ହାଇଦ୍ରାବାଦ। କିଛି ସାଙ୍ଗସାଥିଙ୍କ ସହିତ ଘର ଭଡା ନେଇ ମିଳିମିଶି ରହୁଥିଲେ କିନ୍ତୁ କିଛି ଦିନ ତଳେ ସେ ନିଖୋଜ ହୋଇଯାଇଥିବା ଖବର ଶୁଣି ବାପା ମାଆ ମର୍ମାହତ।

prayash

ମୋହନା ବ୍ଲକ ଅନ୍ତର୍ଗତ କେଶରା ଗାଁର ବୁଲୁ ଗୌଡଙ୍କ ବଡ଼ପୁଅ ଅଶୋକ ଗୌଡ(ବବୁଲ-୧୯) ପରିବାର ପ୍ରତିପୋଷଣ ପାଇଁ କୁଲି ମଜୁରୀ ଖଟିବାକୁ ଗତ ଜାନୁଆରୀ ୨୩ରେ ହାଇଦ୍ରାବାଦ ଯାଇଥିଲେ। ସେଠାକାର ଏଲପିନଗର ବୋର୍ଡର ଥାନା ଅଞ୍ଚଳରେ ଏକ ଘରଭଡ଼ା ନେଇ ସାଙ୍ଗସାଥି ହୋଇ ଗୃହ ନିର୍ମାଣ କାମରେ ନିୟୋଜିତ ଥିଲେ। ହଠାତ ୨/୩ ଦିନ ସେ ନ ଖାଇ ନପିଇ ଆଚରଣରେ ବିକୃତ ଭାବ ପ୍ରଦର୍ଶନ କରୁଥିବା ଦେଖି ସାଙ୍ଗସାଥିମାନେ ଅଶୋକର ବାପାଙ୍କୁ ଖବର ଦେଇଥିଲେ। ବ।ପା ବୁଲୁ ଗୌଡ ସଂପର୍କୀୟଙ୍କ ଘରୁ ୫ହଜାର ଟଙ୍କା ଧାର ଆଣି ଗ୍ରାମର ୨ଜଣଙ୍କୁ ଅଶୋକକୁ ସେଠାରୁ ନେଇ ଆସିବା ପାଇଁ ପଠାଇଥିଲେ। ସେମାନେ ୧୧ ତାରିଖ ସନ୍ଧ୍ୟାରେ ସେଠି ପହଞ୍ଚିବାପରେ ଜାଣିଲେ ଅଶୋକ ସେଠାରୁ କେଉଁଆଡ଼େ ଚାଲିଯାଇଛନ୍ତି। ସମସ୍ତେ ମିଶି ବହୁ ଖୋଜାଖୋଜି କରିବା ପରେ ମଧ୍ୟ ସନ୍ଧାନ ନମିଳିବାରୁ ଘର ଲୋକଙ୍କୁ ଖବର ଦେଲେ ଓ ଏଲପିନଗର ବୋର୍ଡର ଥାନାରେ ଏତଲା ଦେଇଥିବା ଅଶୋକଙ୍କ ବଡବାପା ପୁଅ ଭାଇ ଧନୁ ଗୌଡ କହିଛନ୍ତି।

ସୂଚ଼ନାଯୋଗ୍ୟ , ୧୧/୨ରେ ଅନ୍ୟ ସାଙ୍ଗମାନେ ଖାଇ ଶୋଇପଡିବା ପରେ ଅଶୋକ ରାତି ଘଣ୍ଚେରେ ଘରୁ ଉଠି କେଉଁ ଆଡ଼େ ପଳାଇଯାଇଥିଲେ। ସେ ରାତିରେ ମୁଖ୍ୟ ସଡକରେ ଚାଲି କରି ଯାଉଥିବା ଓ କିଛି ରାସ୍ତା ଯିବାପରେ ଏକ ଗଳି ମଧ୍ୟରେ ପଶିବା ଫୋଟ ସିସିଟିଭି ଫୁଟେଜରୁ ଜଣାପଡିଛି। ସାଙ୍ଗମାନେ ସକାଳୁ ଉଠି ଅଶୋକ ଘରେ ନ ଥିବାର ଦେଖି ବହୁତ ଖୋଜାଖୋଜି କଲେ। ଖୋଜ ଖବର ନପାଇ ପରିବାର ଲୋକଙ୍କୁ ଖବର ଦେଇଥିଲେ । ଖବର ପାଇ ବାପାମାଆ ବ୍ୟତିବ୍ୟସ୍ତ ହୋଇ ପୁଅର ସନ୍ଧାନ ନ ପାଇବାରୁ ଭୋକ ଉପାସରେ ସମୟ ବିତାଇ ରାଜ୍ୟ ଓ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି ତାଙ୍କ ପୁଅକୁ ଫେରାଇ ଆଣିବା ପାଇଁ।

Comments are closed.