ବାଲ୍ୟ ବିବାହ ଓ ନିଶାମୁକ୍ତ ସଚେତନତା ଶୋଭାଯାତ୍ରା
![](https://samajalive.in/wp-content/uploads/2022/08/s-650x430.jpg)
ମୋହନା: ଗଜପତି ଜିଲା ମୋହନା ବ୍ଲକରୁ ବାଲ୍ୟ ବିବାହ ଓ ନିଶାମୁକ୍ତ ବ୍ଳକ ଭାବେ ପରିଚିତ କରିବା ପାଇଁ ଜିଲା ପ୍ରଶାସନ ବଳିଷ୍ଠ ପଦକ୍ଷେପ ନେଇଥିବାରୁ ଏହି ପରିପେକ୍ଷୀରେ ଆଜି ସ୍ଥାନୀୟ ବ୍ଲକ କାର୍ୟ୍ୟାଳୟ ପରିସରରେ ଭାରପ୍ରାପ୍ତ ବିଡିଓ କିଶୋର ଚନ୍ଦ୍ର ଦାସ, ଥାନା ଅଧିକାରୀ ସୁଜିତ କୁମାର ନାୟକ, ବ୍ଲକ ଅଧ୍ୟକ୍ଷ ରଞ୍ଜିବ ଶବର,ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଲଳିତା ମଲ୍ଲିକ, ଜିପିଇଓ ଖଗେଶ୍ବର ଭୂୟାଁ, ହିଲଟପ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟାପକ ଅନୀଲ କୁମାର ତ୍ରିପାଠୀଙ୍କ ସମେତ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଓ ଛାତ୍ରୀମାନେ ବାଲ୍ୟ ବିବାହ ଓ ନିଶାମୁକ୍ତ କରିବା ପାଇଁ ଶପଥ ପାଠ କରିଥିଲେ।ଏହାପରେ ସମସ୍ତେ ହାତରେ ଫ୍ଳାକାର୍ଡ ଧରି ସଚେତନତାର ବାର୍ତ୍ତା ନେଇ ଶୋଭାଯାତ୍ରାରେ ସ୍ଥାନୀୟ ବଜାର ପରିକ୍ରମା କରିଥିଲେ।
Comments are closed.