ଜୀବନକୁ ସୁରକ୍ଷିତ ରଖିଥାଏ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା
ମୋହନାରେ ବ୍ଳକସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ
ମୋହନା: ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଆମର ଜୀବନକୁ ସୁରକ୍ଷିତ ରଖିଥାଏ। ଏହାସହିତ ବିଜ୍ଞାନ ଆମ ଜୀବନକୁ ଦୀର୍ଘଜୀବୀ ରଖିବାରେ ସହାୟକ ହୋଇଥାଏ। ବିଜ୍ଞାନକୁ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ସଂପ୍ରସାରିତ କରି ଏକ ସୁସ୍ଥ ସମୃଦ୍ଧଶାଳୀ ସମାଜ ଗଠନ ବିଜ୍ଞାନ ପ୍ରଦର୍ଶନୀର ଆଭିମୁଖ୍ୟ ବୋଲି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀରେ ବକ୍ତାମାନେ ପ୍ରକାଶ କରିଥିଲେ। ମୋହନା ଗୋଷ୍ଠୀ ଶିକ୍ଷାଧିକାରୀ ଦେବଦାସ ତାମରାପୁକଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷ ରଞ୍ଜିବ ଶବର, ମୁଖ୍ୟବକ୍ତା ତପସ୍ବିନୀ ହାଁସଦା ଓ ସମ୍ମାନୀତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ସୁନିତା ମଳିକ, ବ୍ଳକ ଉପାଧ୍ୟକ୍ଷ ବାଲ୍ମୀନା ଅଧିକାରୀ, ମୋହନା ଜିଲ୍ଲା ପରିଷଦ ସଭ୍ୟ ଚନ୍ଦ୍ର କୁମାର ମଳିକ, ଚନ୍ଦ୍ରଗିରି ଜିଲ୍ଲା ପରିଷଦ ସଭ୍ୟ ସୁନୀଲ କୁମାର ବିଷୋୟୀ ଯୋଗ ଦେଇଥିଲେ। ଏହି ବିଜ୍ଞାନ ପ୍ରଦର୍ଶନୀରେ ବ୍ଳକର ୪୪ଟି ସରକାରୀ ବିଦ୍ୟାଳୟର ଛାତ୍ରୀଛାତ୍ର ମାନଙ୍କ ଦ୍ବାରା ୪୩ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ବିଭିନ୍ନ ପ୍ରକଳ୍ପ ଗୁଡ଼ିକୁ ଅତିଥିମାନେ ବୁଲି ଦେଖିବା ସହ ସେ ସମ୍ବନ୍ଧରେ ଛାତ୍ରୀଛାତ୍ରମାନଙ୍କ ସହ ଆଲୋଚନା କରିଥିଲେ। ବିଜ୍ଞାନ ପ୍ରଦର୍ଶନୀରେ ଶ୍ରେଷ୍ଠ ବିବେଚିତ ହୋଇଥିବା ପ୍ରକଳ୍ପ ଗୁଡ଼ିକର କୃତୀ ଛାତ୍ରୀଛାତ୍ରଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରଯାଇଥିଲା ଏବଂ ସେମାନେ ଜିଲ୍ଲାସ୍ତରକୁ ମନୋନୀତ ହୋଇଥିବା ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ତାମରାପୁ ସୂଚନା ଦେଇଥିଲେ।
Comments are closed.