www.samajalive.in
Monday, December 15, 2025
24.1 C
Bhubaneswar

ଅଟୋ ଓଲଟି ଜଣେ ଗୁରୁତର, ୬ ଆହତ

ମୋହନା: ମୋହନା ଥାନା ଅନ୍ତର୍ଗତ କେଶରା ଗ୍ରାମରୁ ଏକ ଅଟୋ ଯୋଗେ ୧୫ ଜଣ ମହିଳା ଓ ପୁରୁଷ ଗୋବିନ୍ଦପୁର ପଞ୍ଚାୟତକୁ ମାଗଣା ୨ ମାସର ସରକାରୀ ଚାଉଳ ଆଣିବା ପାଇଁ ଯାଉଥିଲେ। ଅଟୋଟି ପଞ୍ଚାୟତରେ ପହଞ୍ଚିବାକୁ ଆଉ ଅଳ୍ପ ସମୟ ବାକି ଥିବା ବେଳେ ଗ୍ରାମ ଛକ ନିକଟରେ ଏକ ତାର ବାଡକୁ ଧକ୍କା ଦେଇଥିଲା। ଯାହା ଫଳରେ ଅଟୋଟି ଘଟଣାସ୍ଥଳରେ ଓଲଟି ପଡିଥିଲା। ଗାଡିରେ ବସିଥିବା ଯାତ୍ରୀମାନେ ରାସ୍ତାକୁ ଛିଟିକି ପଡିଥିଲେ। ଖବର ପାଇ ସ୍ଥାନୀୟ ଲୋକେ ଆସି ଆହତମାନଙ୍କୁ ଉଦ୍ଧାର କରିବା ସହ ୧୦୮କୁ ଖବର ଦେଇଥିଲେ। ଆମ୍ବୁଲାନ୍ସ ଆସି ଗୁରୁତର ଅବସ୍ଥାରେ ଥିବା ଅଟୋ ଚାଳକ କେଶରା ଗ୍ରାମର ପ୍ରତାପ ପ୍ରଧାନ ଓ ଆହତ କମଳା ମାଝୀ, ଛବିତା ନାୟକ, ସାଧବାଣୀ ନାୟକ, ବିଳାସ ନାୟକ, ଜୟଶ୍ରୀ ନାୟକ, ପ୍ରତିମା ନାୟକଙ୍କୁ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅଟୋ ଚାଳକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ଅନ୍ୟମାନଙ୍କର ଗୋଡ଼, ଛାତି, ହାତରେ ଆଘାତ ଲାଗିଥିବା ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଜଣାପଡିଛି।

Hot this week

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

Related Articles

Popular Categories