www.samajalive.in
Saturday, December 13, 2025
14.1 C
Bhubaneswar

ଯୁବପିଢ଼ିଙ୍କ ବୌଦ୍ଧିକ କ୍ଷମତା ଓ ସୃଜନଶୀଳତାକୁ ବ୍ୟବହାରିକ ରୂପ ଦେବା ଆମର ଲକ୍ଷ୍ୟ- ଧର୍ମେନ୍ଦ୍ର ପ୍ରଧାନ

ବାରଣାସୀ: ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିସମ୍ପନ୍ନ ‘ଜାତୀୟ ଶିକ୍ଷା ନୀତି-୨୦୨୦’ ମାଧ୍ୟମରେ ଭାରତର ଯୁବପିଢ଼ିଙ୍କ ପାଖରେ ଥିବା ଜ୍ଞାନ, ବୌଦ୍ଧିକ କ୍ଷମତା, ସୃଜନଶୀଳତା ଓ ଅଭିନବ ଆଇଡ଼ିଆକୁ ଏକ ବ୍ୟବହାରିକ ରୂପ ଦେବା ଆମର ଲକ୍ଷ୍ୟ ରହିଛି ବୋଲି ଗୁରୁବାର ଉତରପ୍ରଦେଶର ବାରଣାସୀ ଠାରେ ଆୟୋଜିତ ‘ଯୁବ ସମ୍ବାଦ’ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଯୁବପିଢ଼ିଙ୍କୁ ଦେଶ ପାଇଁ କିଛି କରି ଦେଖାଇବାର ପ୍ରୋତ୍ସାହିତ କରିବା ଉପରେ କହିଛନ୍ତି ଯେ ଭାରତର ପୁଞ୍ଜି ହେଉଛି ଶିକ୍ଷା, ଜ୍ଞାନ, ସମ୍ବେଦନଶୀଳତା, କୌଶଳ, ସୃଜନଶୀଳତା। ଛାତ୍ରଛାତ୍ରୀମାନେ ହିଁ ଦେଶର ଭାଗ୍ୟ ନିର୍ଦ୍ଧାରଣ କରନ୍ତି। ସେମାନେ ନିଜର ଆତ୍ମବିଶ୍ୱାସକୁ ବଢ଼ାଇବା ଜରୁରୀ। ଏହାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ବୌଦ୍ଧିକ କ୍ଷମତା ଓ ସୃଜନଶୀଳତାକୁ ବୃଦ୍ଧି କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଜାତୀୟ ଶିକ୍ଷା ନୀତି-୨୦୨୦ ପ୍ରଣୟନ କରାଯାଇଛି।
ଆମର ଶିକ୍ଷା ପଦ୍ଧତି ଆମର ଦୈନନ୍ଦିନ ଜୀବନଶୈଳି ସହ ଜଡ଼ିତ। ଦୀର୍ଘ ୩୪ ବର୍ଷ ପରେ ଭାରତର ପ୍ରାଚୀନ ସଭ୍ୟତା, ଶିକ୍ଷା ବ୍ୟବସ୍ଥା, ଚିକିତ୍ସା ବିଜ୍ଞାନକୁ ଆଧୁନିକତାର ରୂପ ଦେବା ପାଇଁ ଏହି ନୀତି ଅଣାଯାଇଛି। ମାତୃଭାଷା ସହ ମୌଳିକ ଶିକ୍ଷା ଏବଂ ରୋଜଗାର ଆଧାରିତ ଶିକ୍ଷା ନୀତିରେ ମଧ୍ୟ ପ୍ରାଥମିକତା ଦିଆଯାଇଛି। ଏହି ଶିକ୍ଷା ବ୍ୟବସ୍ଥା ଦ୍ୱାରା ସମାଜର ଉନ୍ନତି ହେବା ସହ ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତ ନଆସିବ।
ବର୍ତ୍ତମାନ ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତି ଅବସରରେ “ଆଜାଦୀ କା ଅମୃତ ମହୋତ୍ସବ” ପାଳନ କରୁଛି। ଏହି ସମୟରେ ଶିକ୍ଷା ଆମ ପାଇଁ ନୂଆ ଚ୍ୟାଲେଞ୍ଜ୍ ହୋଇଛି। ଏକବିଂଶ ଶତାବ୍ଦୀର ସମ୍ଭାବନାକୁ ଧ୍ୟାନରେ ରଖି ଶିକ୍ଷା କ୍ଷେତ୍ରରେ ଥିବା ଆହ୍ବାନଗୁଡ଼ିକୁ ସାମ୍ନା କରିବା ପାଇଁ ଯୁବକଙ୍କୁ ସୁଯୋଗ ଦିଆଯାଉଛି।

ଚଳିତ ୨୦୨୨-୨୩ ଆର୍ôଥକ ବର୍ଷ ସାଧାରଣ ବଜେଟରେ ଶିକ୍ଷାକୁ ଅଧିକ ଗୁଣାତ୍ମକ କରିବା ପାଇଁ ପ୍ରଥମ ଥର ପାଇଁ ୧ ଲକ୍ଷ ୪ ହଜାର ୨୭୮ କୋଟି ଟଙ୍କାର ବ୍ୟୟବରାଦ୍ ହୋଇଛି। ଭାରତ ସରକାର ଡିଜିଟାଲ ୟୁନିଭରସିଟି ଦିଗରେ କାମ କରିବାର କଳ୍ପନା କରିଛନ୍ତି। ଏହା ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୂଆ ଉନ୍ମାଦନା ସୃଷ୍ଟି କରିବ।
ଆଜି ୟୁକ୍ରେନରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଭାରତର କୋଣ ଅନୁକୋଣରୁ ଅନେକ ବିଦ୍ୟାର୍ଥୀ ସେଠାରେ ଫସି ରହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ନେତୃତ୍ୱରେ ‘ଅପରେସନ ଗଙ୍ଗା’ ମାଧ୍ୟମରେ ଆମ ଦେଶର ବିଦ୍ୟାର୍ଥୀଙ୍କୁ ସୁରକ୍ଷିତ ଭାବେ ସ୍ୱଦେଶ ଫେରାଇ ଆଣିବା ପାଇଁ ଚେଷ୍ଟା ଜାରି ରହିଛି।
କୌଣସି ବି ଭଲ କାମ କରିବା ପାଇଁ ନିର୍ଣ୍ଣାୟକ ନିଷ୍ପତି ନେବା ଦରକାର। ୨୦୧୪, ୨୦୧୭ ଏବଂ ୨୦୧୯ରେ ଉତ୍ତର ପ୍ରଦେଶ ବିଜେପିକୁ ସମର୍ଥନ କରିଆସିଛି। ପ୍ରଗତି ପାଇଁ ଏକ ନିର୍ଣ୍ଣାୟକ ନେତୃତ୍ୱର ଆବଶ୍ୟକତା ରହିଛି। ଦୂରଦୃଷ୍ଟିସମ୍ପନ୍ନ, ନିର୍ଭୀକ, ଭ୍ରଷ୍ଟାଚାର ବିରୋଧୀ ସରକାର ଲୋକଙ୍କୁ ଦରକାର ଏବଂ ଏପରି ଏକ ନିର୍ଣ୍ଣାୟକ ସରକାର ଲୋକଙ୍କୁ ଦେବାରେ ବିଜେପି ସକ୍ଷମ ହୋଇଛି । ଚଳିତ ଉତ୍ତର ପ୍ରଦେଶ ନିର୍ବାଚନ ଯୁବପିଢ଼ ିମାନେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

Hot this week

ଭାରତରେ ଲିଓନେଲ୍‌ ମେସି

ସମାଜ ଡିଜିଟାଲ ଡେସ୍କ: ଭାରତରେ କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସି...

ଶନିବାର ରାଶିଫଳ: ଈପ୍‌ସିତ ଅର୍ଥ ପ୍ରାପ୍ତିର ସୂଚନା

ମେଷ: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ମୁକାବିଲା କରିପାରନ୍ତି।...

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

Related Articles

Popular Categories