www.samajalive.in
Thursday, December 11, 2025
26.1 C
Bhubaneswar

ସଫଳତା ପାଇବା ପାଇଁ ଚରିତ୍ରବାନ ହେବା ଦରକାର

ଭୁବନେଶ୍ୱର : ଚନ୍ଦ୍ରଶେଖରପୁରସ୍ଥିତ ଆଚାର୍ଯ୍ୟ ହରିହର ମହାବିଦ୍ୟାଳୟ ପରିସରରେ ପୂଣ୍ୟାତ୍ମା ହରିହରଙ୍କ ୧୪୪ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ମୁକ୍ତିଲତା ପାଲ ହରିହରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି କରିଥିଲେ। ଅଧ୍ୟକ୍ଷା ଶ୍ରୀମତୀ ମୁକ୍ତିଲତା ପାଲ ‘ଆସ ଭଲ ମଣିଷ ହେବା’ ଶୀର୍ଷକ ବିଷୟବସ୍ତୁ ଉପରେ ଛାତ୍ରଛାତ୍ରୀମାନଙ୍କୁ ବକ୍ତବ୍ୟ ପ୍ରଦାନ କରିଥିଲେ। ଭଣ ମଣିଷ ହେବା ସହିତ ସଫଳତା ପାଇବା ପାଇଁ ଛାତ୍ରଛାତ୍ରୀମାନଙ୍କୁ କର୍ତ୍ତବ୍ୟନିଷ୍ଠ ଓ ଚରିତ୍ରବାନ ହେବାକୁ ସେ ପରାମର୍ଶ ଦେଇଥିଲେ।

 

- Advertisement -

ଅଧ୍ୟାପକ ସୁବାସ ଚନ୍ଦ୍ର ସାହୁ କହିଥିଲେ ଯେ ଆଚାର୍ଯ୍ୟ ହରିହର ବକୁଳ ବନବିଦ୍ୟାଳୟ ସମାଜ ଗଠନରେ ଏକ ମୁକସାକ୍ଷୀ। ଗୁରୁକୂଳ ପରମ୍ପରା ଛାତ୍ରଛାତ୍ରୀମାନଙ୍କୁ ସଂସ୍କାର ଦେବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ତେଣୁ ଆଚାର୍ଯ୍ୟ ଚିର ନମସ୍ୟ ଥିଲେ। ଅଧ୍ୟାପକ ସୁଗମ ରାଉତ ଆଧୁନିକ ଶିକ୍ଷା ବ୍ୟବସ୍ଥା ଓ ଜୀବନଚର୍ଯ୍ୟାକୁ ପ୍ରଭାବିତ କରିନଥାଏ। ଗୁରୁକୂଳମାନେ ହରିହରଙ୍କ ଜୀବନ ଆଦର୍ଶ ଉପରେ ଆଲୋଚନା କରିଥିଲେ। ପରିଶେଷରେ କ୍ରୀଡ଼ା ଶିକ୍ଷକ ଶିବ କୁମାର ଜେନା ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଧାକାନ୍ତ ଘଡ଼େଇ, ଦୁର୍ଯ୍ୟୋଧନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

Related Articles

Popular Categories