www.samajalive.in
Wednesday, December 10, 2025
15.1 C
Bhubaneswar

ବିଏମ୍‌ସି ନିର୍ବାଚନ ପାଇଁ ମନୋନୟନ ପ୍ରକ୍ରିୟାର ଦ୍ୱିତୀୟ ଦିନ; ୪ କର୍ପୋରେଟର ଆଶାୟୀଙ୍କ ପ୍ରାର୍ଥୀପତ୍ର ଦାଖଲ

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ ସାଧାରଣ ନିର୍ବାଚନ-୨୦୨୨ ପାଇଁ ବିଭିନ୍ନ ଓ୍ୱାର୍ଡର କର୍ପୋରେଟର ପଦବୀ ପାଇଁ ଆଜି ୪ ଜଣ ପ୍ରାର୍ଥୀ ମନୋନୟନ ପତ୍ର ଦାଖଲ କରିଛନ୍ତି । ଗତକାଲି ମେୟର ପଦବୀ ପାଇଁ ୫ ଜଣ ପ୍ରାର୍ଥୀ ମନୋନୟନ ଫର୍ମ ନେଇଥିବା ବେଳେ ଆଜି ଆଉ ୩ ଜଣ ପ୍ରାର୍ଥୀ ମନୋନୟନ ପତ୍ର ନେଇଛନ୍ତି । ଦୁଇ ଦିନରେ ମୋଟ ୮ ଜଣ ପ୍ରାର୍ଥୀ ମେୟର ପଦବୀ ପାଇଁ ମନୋନୟନ ଫର୍ମ ନେଇଛନ୍ତି ।

ଗତକାଲି ୧୯୪ ପ୍ରାର୍ଥୀ କର୍ପୋରେଟର ପଦବୀ ପାଇଁ ମନୋନୟନ ଫର୍ମ ନେଇଥିବା ବେଳେ ଆଜି ଆଉ ୧୭୭ ଜଣ ପ୍ରାର୍ଥୀ ଏଥିପାଇଁ ମନୋନୟନ ଫର୍ମ ନେଇଛନ୍ତି । ୨ ଦିନରେ ମୋଟ ୩୭୧ ଜଣ ପ୍ରାର୍ଥୀ ବିଭିନ୍ନ ଓ୍ୱାର୍ଡରେ କର୍ପୋରେଟର ପଦବୀ ପାଇଁ ମନୋନୟନ ପତ୍ର ନେଇଛନ୍ତି । ଗତକାଲି ଭଳି ଆଜି ମଧ୍ୟ ମନୋନୟନ ଫର୍ମ ନେବା ଓ ଫର୍ମ ଦାଖଲ ପରିପ୍ରେକ୍ଷୀରେ ଅତିରିକ୍ତ ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀଙ୍କ କାର୍ୟ୍ୟାଳୟରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଫୁଲ୍ଲ କୁମାର ସ୍ୱାଇଁ ମନୋନୟନ ପାଇଁ ଖୋଲାଯାଉଥିବା ବିଭିନ୍ନ କାଉଣ୍ଟରର କାର୍ୟ୍ୟ ପରିଦର୍ଶନ କରି ଫର୍ମ ବିକ୍ରି ତଥା ପ୍ରାର୍ଥୀମାନଙ୍କ ଦ୍ୱାରା ମନୋନୟନ ପତ୍ର ଦାଖଲ କାର୍ୟ୍ୟ ସୁଚାରୁରୂପେ ସଂପାଦନ କରିବା ପାଇଁ ସୁବ୍ୟବସ୍ଥା କରିଥିଲେ ।

- Advertisement -

ପ୍ରକାଶ ଥାଉକି, ଏହି ନିର୍ବାଚନରେ ଭୁବନେଶ୍ୱର ମହାନଗର ନିଗମର ୬୭ ଟି ଓ୍ୱାର୍ଡର ମୋଟ ୭ ଲକ୍ଷ ୨୫ ହଜାର ୭୬୫ ଭୋଟର ମତଦାନ କରିବାକୁ ଥିବା ବେଳେ ସେଥିମଧ୍ୟରୁ ପୁରୁଷ ଭୋଟର ୩ ଲକ୍ଷ ୯୪ ହଜାର ୫୧୦ ଓ ମହିଳା ଭୋଟର ସଂଖ୍ୟା ୩ ଲକ୍ଷ ୩୦ ହଜାର ୮୧୫ ଓ ୪୪୦ ଜଣ ଅନ୍ୟ ମତଦାତା ରହିଛନ୍ତି । ମୋଟ ୭୦୫ଟି ବୁଥରେ ମତଦାତାମାନେ ସେମାନଙ୍କର ମତଦାନ ସାବ୍ୟସ୍ତ କରିବେ ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories