www.samajalive.in
Tuesday, December 9, 2025
15.1 C
Bhubaneswar

ବିଦ୍ୟୁତ ତାର ଚୋରୀ ଅଭିଯୋଗରେ ୩ ଗିରଫ

ମୋହନା : ବିଦ୍ୟୁତ ତାର ଚୋରୀ ଅଭିଯୋଗରେ ଗଜପତି ଜିଲ୍ଲା ମୋହନା ପୁଲିସ ପକ୍ଷରୁ ଚଢାଉ କରାଯାଇ ୩ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ମାଣିକପୁର ପଞ୍ଚାୟତ ଗୋବିନ୍ଦପୁର ଗାଁର ନାରାୟଣ କାର୍ଯୀ, ନିରଞ୍ଜନ ମଲ୍ଲିକ ଓ ଚାନ୍ଦିୁପୁଟର ସୁରେନ୍ଦ୍ର ଗୌଡ। ସେମାନଙ୍କଠାରୁ ୧୨ ଶହ ମିଟର ୩୩ କେଭି ବିଦ୍ୟୁତ ତାର ଓ ଗୋଟିଏ ଅଟୋ ଜବତ କରାଯାଇଥିବା ମୋହନା ଥାନା ଅଧିକାରୀ ପ୍ରଶାନ୍ତ ବେହେରା କହିଛନ୍ତି।

ପୁଲିସ ସୁତ୍ରରୁ ବମିଳିଥିବା ସୂଚନା ଅନୁସାରେ, ଗତ ଅଗଷ୍ଟ ୧୬ରୁ ଚାନ୍ଦିପୁଟ କଲେଜ ନିକଟରେ ୧୨ ଶହ ମିଟରରୁ ଅଧିକ ୩୩ କେଭି ବିଦ୍ୟୁତ ତାର ଚୋରି ହୋଇଥିବା ଅଭିଯୋଗ ଆସିଥିଲା। ଏହାପରେ ଥାନାରେ ଏକ ମାମଲା ରୁଜୁକରାଯାଇ ତଦନ୍ତ ଚାଲିଥିଲା। ଶୁକ୍ରବାର ଭୋର ସମୟରେ ଏଏସଆଇ କାମରାଜୁ ରେଡୀଙ୍କ ନେତୃତ୍ୱରେ ଚାନ୍ଦିପୁଟ ଅଞ୍ଚଳରେ ପୁଲିସ ପକ୍ଷରୁ ପେଟ୍ରୋଲିଂ ଚାଲିଥିବା ବେଳେ ଏକ ଅଟୋ ନଂ ଏପି ୩୦ ୟାଇ ୨୪୦୨ ଗାଡିକୁ ଯାଞ୍ଚ କରିଥିଲେ। ଏଥିରେ ବିପୁଳ ପରିମାଣର ବିଦ୍ୟୁତ ତାର ଭର୍ତ୍ତି ହୋଇଥିବା ଦେଖି ତଦନ୍ତ କରିଥିଲେ। ତଦନ୍ତରୁ ଜଣାପଡିଥିଲା ଯେ ଗତ ଅଗଷ୍ଟରେ ଚୋରି ହୋଇଥିବା ବିଦ୍ୟୁତ ତାରକୁ ଉକ୍ତ ୩ ଜଣ ଅଟୋରେ ଗୋବିନ୍ଦପୁର ନେଉଥିଲେ। ଶୁକ୍ରବାର ସେମାନଙ୍କୁ କୋର୍ଟ ଚାଲାଣ କରାଯାଉଥିବା ଥାନା ଅଧିକାରୀ କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories