ଶିକୁଳିପଦରରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା

ମୋହନା : ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ ଶିକୁଳୀପଦର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଶନିବାର ବ୍ଳକସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ମୋହନା ଭାରପ୍ରାପ୍ତ ଗୋଷ୍ଠୀ ଶିକ୍ଷାଅଧିକାରୀ ବିଶ୍ୱନାଥ ଭୁୟାଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ମେଳାରେ ସମ୍ମାନିତ ଅତିଥିଭାବେ ବିଆରସିସି/ଏବିଇଓ ଯୁଧିଷ୍ଟିର ବେହେରା, ଏବିଇଓ କୁନା ପାତ୍ର, ନାରସୁ କହଁର, ଶିକୁଳିପଦର ସରପଞ୍ଚ ରାଧିକା ଦଣ୍ଡସେନା, ଯୋଗ ଦେଇଥିଲେ। ମୋହନା ବ୍ଳକର ବିଭିନ୍ନ ବିଦ୍ୟାଳୟରୁ ୭୦ଟି ବିଜ୍ଞାନ ସମ୍ବନ୍ଧୀୟ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା।

ସେଥି ମଧ୍ୟରୁ ଆଦିବାସୀ ହାଇସ୍କୁଲ, ଲୁହାଗୁଡି, ସରକାରୀ ଶିକୁଳିପଦର, କେ.ଏସ. ହାଇସ୍କୁଲ, ପି.ଗୋବିନ୍ଦପୁର, ୟୁ ଜି ହାଇସ୍କୁଲ, ଯୁଡାଆମ୍ବ, ଜୟଭାରତୀ ହାଇସ୍କୁଲ, ଆଲିଗଣ୍ଡା, ୟୁ ଜି ହାଇସ୍କୁଲ ଖାରିଗୁଡାକୁ ପରିବେଶ, ଗଣିତ ଓ ବିଜ୍ଞାନ ସମ୍ବନ୍ଧୀୟ ଉନ୍ନତମାନର ପ୍ରକଳ୍ପ ପାଇଁ ଜିଲ୍ଲା ସ୍ତରୀୟ ମେଳାକୁ ବିଚାରକ ମଣ୍ଡଳୀ ଦ୍ୱାରା ମନୋନିତ କରାଯାଇଥିଲା।

prayash

ବିଚାରକ ଭାବେ ନୁଆଗଡ ହାଇସ୍କୁଲର ପ୍ରଧାନ ଶିକ୍ଷକ ପ୍ରମୋଦ ପାଣିଗ୍ରାହୀ, ଗୁମା ହାଇସ୍କୁଲ ପ୍ରଧାନ ଶିକ୍ଷକ ଦେବଦାସ କାମରାଗୁ, ନୁଆଗଡ ହାଇସ୍କୁଲର ସହକାରୀ ଶିକ୍ଷକ ପୁର୍ଣ୍ଣଚନ୍ଦ୍ର ପ୍ରଧାନ ଉପସ୍ଥିତ ରହି ପ୍ରକଳ୍ପ ଗୁଡିକୁ ମୁଲ୍ୟାୟନ କରିଥିଲେ। ଆସନ୍ତା ମାସ ୬ ଏବଂ ୭ରେ ପାରଳାଖେମୁଣ୍ଡି ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ଜିଲା ସ୍ତରୀୟ ପ୍ରକଳ୍ପ ପ୍ରଦର୍ଶିତ ହେବ ବୋଲି ପ୍ରଧାନ ଶିକ୍ଷକ ଶ୍ରୀ ଦେବଦାସ କହିଛନ୍ତି।

ଏହି ସମସ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁନନ୍ଦା କୁମାରୀ ମହାରଣା, ଶିକ୍ଷକ ବାଳକୃଷ୍ଣ ବାଗସିଂ, ସୋଶାଙ୍କ କିରଣ ତ୍ରିପାଠୀ, ସୋମେନ୍ଦ୍ର ରଞ୍ଜନ ପ୍ରଧାନ, ଏନ ମୋହିନି, ରାଜେନ୍ଦ୍ର ଦୋରା, ମୁନା ସେଠୀ, ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀ ଓ କର୍ମଚାରୀମାନେ ପରିଚାଳନାରେ ସହଯୋଗ କରିଥିଲେ।

kalyan agarbati

Comments are closed.