www.samajalive.in
Monday, December 15, 2025
24.1 C
Bhubaneswar

ଦେଶକୁ ଲୁଟ୍‍ କରୁଥିଲା କଂଗ୍ରେସ -ମୋଦୀ

ଝାରସୁଗୁଡା: ଝାରସୁଗୁଡା ଯୁବ ସମାବେଶରେ ଜନ ସାଧାରଣଙ୍କୁ ସମ୍ବୋଧନ କରି କଂଗ୍ରେସକୁ ସିଧାସଳଖ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସେ କହିଛନ୍ତି ୨୦୧୪ରେ ବିଜେପି କ୍ଷମତାକୁ ଆସିବା ପରେ ଦେଶକୁ ଲୁଟତନ୍ତ୍ରରୁ ରକ୍ଷା କରିଛି । ୨୦୧୪ ପର୍ଯ୍ୟନ୍ତ କଂଗ୍ରେସ ଦେଶକୁ ଲୁଟ୍‍ କରୁଥିଲା । ଆମ ସରକାର ୧୨ଲକ୍ଷ ଟଙ୍କା ଆୟ ପର୍ଯ୍ୟନ୍ତ ଆୟକର ମୁକ୍ତ କରିଛନ୍ତି । କଂଗ୍ରେସ ସରକାର ବେଳେ ୧ଲକ୍ଷ ଖର୍ଚ୍ଚ ପାଇଁ ୨୫ହଜାର ଟିକସ ଦେବାକୁ ପଡୁଥିଲା ।
ହେଲେ ଆମ ସରକାରରେ ବର୍ତ୍ତମାନ ୧ଲକ୍ଷରେ କେବଳ ୪ରୁ ୫ହଜାର ଟିକସ ଦେବାକୁ ପଡୁଛି । ଜିଏସଟି କମ୍‍ ହେବା ସତ୍ୱେ ହିମାଚଳ କଂଗ୍ରେସ ସରକାର ଲୁଟ୍‍ କରୁଛି । ସିମେଣ୍ଟ ଦାମରେ ହିମାଚଳ ସରକାର ନୂଆ ଟିକସ ଲଗାଇଛନ୍ତି । ସାରା ଦେଶ ଜିଏସଟିର ଉପକାର ପାଉଥିବା ବେଳେ ହିମାଚଳବାସୀ ବଞ୍ଚିତ ବୋଲି କହିଛନ୍ତି ମୋଦୀ ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories