ଅଭେଦ୍ୟ ସୁରକ୍ଷା ବଳୟରେ ପ୍ରଧାନମନ୍ତ୍ରୀ ମୋଦୀ

0

ନୂଆଦିଲ୍ଲୀ : ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ହତ୍ୟା ଶୈଳୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା କରିବାକୁ ମାଓବାଦୀଙ୍କ ଷଡ଼ଯନ୍ତ୍ରୀ ସଂକ୍ରାନ୍ତ ଇ-ମେଲ ଓ ଚିଠି ପୁଣେ ପୁଲିସ ଜବତ କରିବା ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କହିବା ବାହୁଲ୍ୟ ଯେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବଳୟ ଭେଦ କରିବା ଅସମ୍ଭବ। ଅନ୍ୟ ରାଷ୍ଟ୍ରମୁଖ୍ୟମାନଙ୍କ ଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଇଛି, ଯାହା ସମ୍ପୂର୍ଣ୍ଣ ଅଭେଦ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ। ଜବତ ଚିଠିରେ ମଧ୍ୟ ମାଓବାଦୀମାନେ ଏହି ସୁରକ୍ଷା ବ୍ୟବସ୍ଥାକୁ ଅତିକ୍ରମ କରି ମୋଦୀଙ୍କ ନିକଟରେ ପହଞ୍ଚିବା ଅସମ୍ଭବ ବୋଲି ସ୍ୱୀକାର କରିଛନ୍ତି।
ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ନିକଟରେ ପହଞ୍ଚିବାକୁ ହେଲେ ଚାରୋଟି ସୁରକ୍ଷା ବଳୟ ଅତିକ୍ରମ କରିବାକୁ ହୁଏ। ଉଚ୍ଚ ପ୍ରଶିକ୍ଷିତ ଏବଂ ଅତ୍ୟନ୍ତ ସତର୍କ ରହୁଥିବା ସ୍ୱତନ୍ତ୍ର ସୁରକ୍ଷା ଦଳ(ଏସ୍‍ପିଜି) ସବୁସମୟରେ ଭାରତର ପ୍ରଧାନମନ୍ତ୍ରୀଙ୍କ ଚତୁଃପାର୍ଶ୍ୱରେ ପହରା ଦେଇଥାଆନ୍ତି। ବିଶେଷ କରି ସଭା ଓ ଶୋଭାଯାତ୍ରାବେଳେ ଏହି ସ୍ୱତନ୍ତ୍ର ଦଳ ପ୍ରଧାନମନ୍ତ୍ରୀଙ୍କୁ ଘେରି ରହିଥାଆନ୍ତି। ଏହି ଦଳରେ ନିଯୁକ୍ତି ପୂର୍ବରୁ ସମ୍ପୃକ୍ତ ସୁରକ୍ଷାକର୍ମୀଙ୍କୁ ଅତି କଠିନ ମନୋନୟନ ପ୍ରକ୍ରିୟା ଦେଇ ଗତି କରିବାକୁ ପଡିଥାଏ। ସେମାନଙ୍କ ଅତୀତ, ପରିବାର ତଥା ସମ୍ପର୍କୀୟଙ୍କ ସମ୍ବନ୍ଧରେ ସବିଶେଷ ତଥ୍ୟ ଯାଞ୍ଚ ପରେ ହିଁ ନିଯୁକ୍ତି ଦିଆଯାଇଥାଏ। ଏହା ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ସୁରକ୍ଷା ବଳୟ।
ବ୍ୟକ୍ତିଗତ ସୁରକ୍ଷାକର୍ମୀଙ୍କୁ ନେଇ ପ୍ରଧାନମନ୍ତ୍ରୀଙ୍କ ଦ୍ୱିତୀୟ ସୁରକ୍ଷା ବଳୟ ଗଠିତ। ଏସ୍‍ପିଜି ସୁରକ୍ଷାକର୍ମୀଙ୍କ ଭଳି ଏହି ବ୍ୟକ୍ତିଗତ ସୁରକ୍ଷାକର୍ମୀମାନେ ମଧ୍ୟ ଯେକୌଣସି ବିପଦକୁ ଠଉରାଇବା ନେଇ ଉଚ୍ଚ ପ୍ରଶିକ୍ଷଣ ଲାଭ କରିଛନ୍ତି। ଶାରୀରିକ ଗତିବିଧି, ଆଖିର ଇସାରା ବା ଇଙ୍ଗିତ ତଥା ଅଭିବ୍ୟକ୍ତିକୁ ଲକ୍ଷ୍ୟ କରି ଏମାନେ କୌଣସି ବ୍ୟକ୍ତିଙ୍କ ଉଦ୍ଦେଶ୍ୟ ବେଶ୍‍ ଠଉରାଇ ପାରନ୍ତି।
ଜାତୀୟ ସୁରକ୍ଷା ଗାର୍ଡ କମାଣ୍ଡୋଙ୍କୁ ନେଇ ପ୍ରଧାନମନ୍ତ୍ରୀଙ୍କ ତୃତୀୟ ସୁରକ୍ଷାବଳୟ ରହିଛି।
ଚତୁର୍ଥ ସୁରକ୍ଷା ବଳୟ ଅର୍ଦ୍ଧସାମରିକ ବାହିନୀ ଏବଂ ବିଭିନ୍ନ ରାଜ୍ୟର ପୁଲିସ ଅଧିକାରୀଙ୍କୁ ନେଇ ଗଠନ କରାଯାଇଛି। କୌଣସି ନିର୍ଦିଷ୍ଟ ରାଜ୍ୟକୁ ଗସ୍ତବେଳେ ପ୍ରଧାନମନ୍ତ୍ରୀଙ୍କୁ ବାହ୍ୟ ସୁରକ୍ଷା ପ୍ରଦାନ କରିବା ଉକ୍ତ ରାଜ୍ୟ ପୁଲିସର ଦାୟିତ୍ୱ। ଏଥିସହ ପ୍ରଧାନମନ୍ତ୍ରୀ ଗସ୍ତ କରୁଥିବା ଅଞ୍ଚଳ ନିକଟରେ କୌଣସି ଅପ୍ରୀତିକର ଘଟଣା ଯେଭଳି ନ ଘଟେ ସେଥିପ୍ରତି ମଧ୍ୟ ରାଜ୍ୟ ପୁଲିସ ବିଶେଷ ଦୃଷ୍ଟି ଦେଇଥାଏ।
ଆକାଶପଥ ଏବଂ ସଡ଼କପଥରେ ସୁରକ୍ଷା ନିମନ୍ତେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱତନ୍ତ୍ର ଭାବେ ନିର୍ମାଣ କରାଯାଇଥିବା ବିମାନ ତଥା ଗାଡି ଯୋଗାଇ ଦିଆଯାଇଛି, ଯାହାକି ରାସାୟନିକ ତଥା ଜୈବିକ ଆକ୍ରମଣରୁ ମଧ୍ୟ ସୁରକ୍ଷା ଦେଇଥାଏ।
ନୂଆଦିଲ୍ଲୀ,୯ା୬: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ହତ୍ୟା ଶୈଳୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା କରିବାକୁ ମାଓବାଦୀଙ୍କ ଷଡ଼ଯନ୍ତ୍ରୀ ସଂକ୍ରାନ୍ତ ଇ-ମେଲ ଓ ଚିଠି ପୁଣେ ପୁଲିସ ଜବତ କରିବା ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କହିବା ବାହୁଲ୍ୟ ଯେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବଳୟ ଭେଦ କରିବା ଅସମ୍ଭବ। ଅନ୍ୟ ରାଷ୍ଟ୍ରମୁଖ୍ୟମାନଙ୍କ ଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଇଛି, ଯାହା ସମ୍ପୂର୍ଣ୍ଣ ଅଭେଦ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ। ଜବତ ଚିଠିରେ ମଧ୍ୟ ମାଓବାଦୀମାନେ ଏହି ସୁରକ୍ଷା ବ୍ୟବସ୍ଥାକୁ ଅତିକ୍ରମ କରି ମୋଦୀଙ୍କ ନିକଟରେ ପହଞ୍ଚିବା ଅସମ୍ଭବ ବୋଲି ସ୍ୱୀକାର କରିଛନ୍ତି।

Leave A Reply