ମୁଣ୍ଡପିଛା ପ୍ଲାଷ୍ଟିକ ବ୍ୟବହାର ଭାରତରେ ସର୍ବନିମ୍ନ: ମୋଦୀ

0

ନୂଆଦିଲ୍ଲୀ : ଭାରତୀୟଙ୍କ ମୁଣ୍ଡପିଛା ପ୍ଲାଷ୍ଟିକ ବ୍ୟବହାର ଅନ୍ୟ ରାଷ୍ଟ୍ର ତୁଳନାରେ ସର୍ବନିମ୍ନ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏମିତିକି ବିକଶିତ ରାଷ୍ଟ୍ରଗୁଡ଼ିକ ତୁଳନାରେ ମଧ୍ୟ ଯଥେଷ୍ଟ କମ୍‍ ବୋଲି ସେ କହିଛନ୍ତି। ମଙ୍ଗଳବାର ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ମୋଦୀ ଉଦ୍‍ବୋଧନ ଦେଇ କହିଛନ୍ତି ଯେ ଭାରତ ଏହା ସତ୍ତ୍ବେ ପ୍ଲାଷ୍ଟିକ ବ୍ୟବହାର ଯଥାସମ୍ଭବ ହ୍ରାସ କରିବା ପାଇଁ ବଦ୍ଧପରିକର। ଏହାଛଡ଼ା ସାମୁଦ୍ରିକ ପରିବେଶର ସୁରକ୍ଷା ପାଇଁ ସ୍ୱିଡେନ୍‍ ନେତୃତ୍ୱରେ ଆରମ୍ଭ ହୋଇଥିବା ‘ସ୍ୱଚ୍ଛ ସମୁଦ୍ର ଅଭିଯାନ’ରେ ଭାରତ ସାମିଲ ହେବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି।
ଜାତିସଂଘ ପକ୍ଷରୁ ପାଳନ କରାଯାଉଥିବା ବିଶ୍ୱ ପରିବେଶ ଦିବସର ୪୩ତମ ସଂସ୍କରଣର ପ୍ରାୟୋଜକ ଭାବେ ଭାରତ ‘ପ୍ଲାଷ୍ଟିକ ପ୍ରଦୂଷଣ ହଟାଇବା’ ଅଭିଯାନ ଆରମ୍ଭ କରିଛି। ବୈଜ୍ଞାନିକଙ୍କଠାରୁ ଆରମ୍ଭ କରି ମତ୍ସ୍ୟଜୀବୀଙ୍କ ପର୍ଯ୍ୟନ୍ତ ସମସ୍ତେ ପରିବେଶ ପ୍ରତି ପ୍ଲାଷ୍ଟିକ ସାମଗ୍ରୀର ଭୟାନକ ବିପଦ ସମ୍ପର୍କରେ ସଚେତନ କରାଇ ଆସୁଥିବାବେଳେ ଏହା ସମଗ୍ର ବିଶ୍ୱ ପାଇଁ ସତର୍କ ଘଣ୍ଟି ପାଲଟିଛି ବୋଲି ମୋଦୀ କହିଛନ୍ତି। ସେ ଦୃଷ୍ଟିରୁ ଭାରତ ସରକାର ୨୦୩୦ ସୁଦ୍ଧା ପ୍ରଦୂଷଣର ସାନ୍ଧ୍ରତା ହ୍ରାସ ପାଇଁ ବଦ୍ଧପରିକର ବୋଲି ସେ କହିଛନ୍ତି।

Leave A Reply