www.samajalive.in
Sunday, December 7, 2025
26.1 C
Bhubaneswar

୩୦ରେ ଶପଥ ଉତ୍ସବ !

ନୂଆଦିଲ୍ଲୀ: ନିର୍ବାଚନରେ ଐତିହାସିକ ବିଜୟ ପରେ ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟ୍‌ ଶୁକ୍ରବାର ଷୋଡ଼ଶ ଲୋକସଭା ଭଙ୍ଗ ପାଇଁ ରାଷ୍ଟ୍ରପତିଙ୍କୁ ସୁପାରିସ କରିଛନ୍ତି। କେନ୍ଦ୍ର ମନ୍ତ୍ରିପରିଷଦ ବୈଠକରେ ଏ ସଂକ୍ରାନ୍ତ ପ୍ରସ୍ତାବ ଗୃହୀତ ହେବା ପରେ ପ୍ରଧାନମନ୍ତ୍ରୀଙ୍କ ସମେତ ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ମୋଦୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ନୂଆ ସରକାର ଗଠନ ପର୍ଯ୍ୟନ୍ତ ତାଙ୍କୁ ଦାୟିତ୍ବରେ ରହିବା ପାଇଁ ରାଷ୍ଟ୍ରପତି ମୋଦୀଙ୍କୁ ପରାମର୍ଶ ଦେଇଛନ୍ତି।
ଚଳିତ ଲୋକସଭାର କାର୍ଯ୍ୟକାଳ ଜୁନ୍‌ ୩ରେ ଶେଷ ହେଉଥିବାବେଳେ ରାଷ୍ଟ୍ରପତି ରାମନାଥ କୋବିନ୍ଦ କେନ୍ଦ୍ର କ୍ୟାବିନେଟ୍‌ର ସୁପାରିସକୁ ଗ୍ରହଣ କରିବେ। ଜୁନ୍‌ ୩ ପୂର୍ବରୁ ସପ୍ତଦଶ ଲୋକସଭା ଗଠନ ହେବ। ନିର୍ବାଚନ କମିସନ୍‌ ଇତିମଧ୍ୟରେ ଚୂଡ଼ାନ୍ତ ନିର୍ବାଚନ ଫଳାଫଳ ଘୋଷଣା କରିଛନ୍ତି। ଖୁବ୍‌ ଶୀଘ୍ର ନବନିର୍ବାଚିତ ସଦସ୍ୟମାନଙ୍କର ପୂର୍ଣ୍ଣାଙ୍ଗ ତାଲିକା ରାଷ୍ଟ୍ରପତିଙ୍କୁ ପ୍ରଦାନ କରିବେ। ଏହା ପରେ ନୂଆ ଲୋକସଭା ଗଠନ ପ୍ରକ୍ରିୟା ଆରମ୍ଭ ହେବ। ସୂଚନାନୁଯାୟୀ, ମୋଦୀ ୨୮ରେ ନିଜ ନିର୍ବାଚନ ମଣ୍ଡଳୀ ବାରାଣସୀ ଗସ୍ତରେ ଯିବେ। ସେଠାରୁ ଫେରି ମା’ଙ୍କୁ ଭେଟିବା ପାଇଁ ଗୁଜରାଟ ଯିବେ। ଏହା ପରେ ୩୦ରେ ସେ ଦ୍ବିତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ବୋଲି ଆପାତତଃ କାର୍ଯ୍ୟକ୍ରମ ସ୍ଥିର ହୋଇଛି। ମନ୍ତ୍ରିପରିଷଦ ବୈଠକ
ଅବସରରେ ପ୍ରଧାନମନ୍ତ୍ରୀ ସାଉଥ୍‌ ବ୍ଳକ୍‌ସ୍ଥିତ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଭେଟି ବଧାଇ ଜଣାଇଛନ୍ତି। ନିଜର ପ୍ରମୁଖ ସଚିବ ନୃପେନ ମିଶ୍ର, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ଅତିରିକ୍ତ ପ୍ରମୁଖ ସଚିବ ପି.କେ ମିଶ୍ର, ଭାସ୍କର ଖୁଲ୍‌ବେ ପ୍ରମୁଖ ମୋଦୀଙ୍କୁ ବିଜୟ ପାଇଁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି।
ଅପରପକ୍ଷରେ ଶନିବାର ନବନିର୍ବାଚିତ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ସାଂସଦଙ୍କର ଏକ ବୈଠକ ଶନିବାର ଆହ୍ବାନ କରାଯାଇଛି। ସଂସଦ ଭବନର କେନ୍ଦ୍ରୀୟ ହଲ୍‌ରେ ସନ୍ଧ୍ୟା ୫ଟାରେ ଏହି ବୈଠକ ବସିବ। ନରେନ୍ଦ୍ର ମୋଦୀଙ୍କୁ ପୁନଃ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ପୂର୍ବରୁ ଘୋଷଣା କରାଯାଇଥିବାରୁ ଏହି ବୈଠକରେ ତାଙ୍କୁ ବିଧିବଦ୍ଧ ଭାବେ ସଂସଦୀୟ ଦଳର ନେତା ନିର୍ବାଚନ କରାଯିବ। ମୋଦୀ ନବନିର୍ବାଚିତ ସଦସ୍ୟମାନଙ୍କୁ ଉଦ୍‌ବୋଧନ ଦେବା କାର୍ଯ୍ୟକ୍ରମ ରହିଛି। ଏଥିସହିତ ସେ ନୂଆ ସରକାର ଗଠନ ପ୍ରକ୍ରିୟା ଆରମ୍ଭ କରିବେ। ନିର୍ବାଚନରେ ବିଜେପି ଏକାକୀ ୩୦୩ ଆସନରେ ବିଜୟ ହାସଲ କରିଥିଲାବେଳେ ଏହାର ନେତୃତ୍ବାଧୀନ ଏନ୍‌ଡିଏକୁ ୩୫୦ ଆସନ ମିଳିଛି। ଅପରପକ୍ଷରେ କଂଗ୍ରେସ ୫୨ଟି ଆସନରେ ସୀମିତ ରହିଛି।
୩୦ରେ…

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories