www.samajalive.in
Sunday, December 7, 2025
23.1 C
Bhubaneswar

ଭାରତ ବିଶ୍ୱରେ ସବୁଠୁ ଆକର୍ଷଣୀୟ ପୁଞ୍ଜିନିବେଶ କେନ୍ଦ୍ର : ମୋଦୀ

ଟୋକିଓ : ଭାରତ ବିଶ୍ୱରେ ସବୁଠୁ ଆକର୍ଷଣୀୟ ପୁଞ୍ଜିନିବେଶ କେନ୍ଦ୍ର ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଜାପାନରେ ଶ୍ରୀ ମୋଦୀ ବ୍ୟାବସାୟିକ ଆଲୋଚନା ଚକ୍ର ‘ମେକ୍‍ ଇନ୍‍ ଇଣ୍ଡିଆ ଡିଜିଟାଲ୍‍ ଭାଗିଦାରୀ ଓ ଆଫ୍ରିକାରେ ଭାରତ-ଜାପାନ ଭାଗିଦାରୀ’ରେ ଉଦବୋଧନ  ଦେଇ ଏହା କହିଛନ୍ତି । ସହଜରେ ବ୍ୟବସାୟ ଅନୁକୂଳ ଦେଶଗୁଡ଼ିକ ସଂକ୍ରାନ୍ତ ବିଶ୍ୱବ୍ୟାଙ୍କ ରିପୋର୍ଟରେ ଭାରତ ୧୦୦ଟି ସ୍ଥାନ ଉପରକୁ ଉଠିଛି ବୋଲି ସେ କହିଛନ୍ତି । କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ ସ୍ଥାନୀୟ ପ୍ରଶାସନଗୁଡ଼ିକ ସହ ମିଶି କାର୍ଯ୍ୟ କରୁଥିବାରୁ ଭାରତରେ ବ୍ୟାବସାୟିକ ପରିବେଶରେ ଆହୁରି ଉନ୍ନତି ଘଟିବା ବିଷୟ ନେଇ ସେ ଦୃଢ଼ ମତ ପୋଷଣ କରିଛନ୍ତି। ଭାରତ କେବଳ ଜାପାନର ବଡ଼ ବଡ଼ ଉଦ୍ୟୋଗକୁ ଭାରତରେ ସେମାନଙ୍କର ଶିଳ୍ପ ସ୍ଥାପନ ପାଇଁ ଆମନ୍ତ୍ରଣ କରୁଛି ତାହା ନୁହେଁ, ବରଂ ଏହା ମଧ୍ୟମ, କ୍ଷୁଦ୍ର ଓ ଛୋଟ ଶିଳ୍ପଗୁଡ଼ିକୁ ମଧ୍ୟ ଆମନ୍ତ୍ରଣ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

- Advertisement -

ଭାରତର ଯୁବ ପ୍ରତିଭା ଜାପାନର ଶିଳ୍ପଗୁଡ଼ିକରେ କାର୍ଯ୍ୟ କରିବାପାଇଁ ଅତ୍ୟନ୍ତ ଆଗ୍ରହୀ, ଯାହା ଦୁଇ ଦେଶର ସାମୂହିକ ସ୍ୱାର୍ଥ ସାଧନ କରିବ। ଭାରତର ସଫ୍ଟୱେୟାର୍‍ ଜାପାନ୍‍ ହାର୍ଡ଼ୱେୟାର ସହ ହାତ ମିଳାଇ ଏକ ମଜବୁତ୍‍ ମେଣ୍ଟ ଗଠନ କରିପାରିବ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି। ଭାରତରେ ବିଶ୍ୱସ୍ତରୀୟ ମୌଳିକ ଭିତ୍ତିଭୂମିର ଦ୍ରୁତ ବିକାଶ ଘଟି ଏକ ଉତ୍ତମ ବାତାବରଣ ସୃଷ୍ଟି ହୋଇପାରିଥିବା ସେ କହିଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି, ସାଗରମାଳା, ବନ୍ଦର ଓ ବିମାନ ବନ୍ଦର, ସ୍ମାର୍ଟ ସହର, ଅଧିକ ମେଟ୍ରୋ ରେଳ ଓ ହାଇସ୍ପିଡ଼୍‍ କରିଡର୍‍ ପ୍ରକଳ୍ପ, ଅନ୍ତର୍ଦେଶୀୟ ଜଳପଥ ଓ ପ୍ରଦୂଷଣମୁକ୍ତ ଶକ୍ତି ମଧ୍ୟ ପୁଞ୍ଜିନିବେଶର ଅନ୍ୟାନ୍ୟ କ୍ଷେତ୍ର ମଧ୍ୟରେ ଅନ୍ତର୍ଭୁକ୍ତ। ଭାରତ ଓ ଜାପାନ୍‍ ଦ୍ୱିପକ୍ଷୀୟ ସମ୍ପର୍କ ସମେତ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଏବଂ ଦକ୍ଷିଣ ଏସିଆ ଓ ଆଫ୍ରିକା ଅଞ୍ଚଳ ସହ ସହଯୋଗ ବୃଦ୍ଧି କରିବାକୁ ଭାରତ ଆଗ୍ରହୀ ବୋଲି ଶ୍ରୀ ମୋଦୀ କହିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories