ମୋଦି କେୟାର: ଏତେ ଶସ୍ତାରେ ଉନ୍ନତ ସେବା ସମ୍ଭବ ନୁହେଁ

0

ନୂଆଦିଲ୍ଲୀ: ମୋଦି କେୟାର ଯୋଜନା ଅଧୀନରେ କେନ୍ଦ୍ର ସରକାର ଯେଉଁ ମୂଲ୍ୟ ଧାର୍ଯ୍ୟ କରିଛନ୍ତି ସେଥିରେ ରୋଗୀଙ୍କୁ ସଠିକ୍‍ ମାନର ଚିକିତ୍ସା ସେବା ଯୋଗାଇବା ସମ୍ଭବ ନୁହେଁ। ଏଭଳି ମତ ଦେଇଛନ୍ତି କେତେକ ପ୍ରମୁଖ ଘରୋଇ ହସ୍ପିଟାଲ୍‍ ସଂସ୍ଥା। ସୂଚନା ଯୋଗ୍ୟ, ଚଳିତ ଆର୍ଥିକ ବଜେଟ୍‍ରେ ଆୟୁଷ୍ମାନ ଭାରତ ନାମରେ କେନ୍ଦ୍ର ସରକାର ଦେଶବାସୀଙ୍କ ଲାଗି ଏକ ବୃହତ୍‍ ସ୍ୱାସ୍ଥ୍ୟ ସେବା ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନା ଅଧୀନରେ ଦେଶର ଗରିବ ଜନସାଧାରଣଙ୍କୁ ସୁଲଭ ମୂଲ୍ୟରେ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। କିନ୍ତୁ ସ୍ୱଳ୍ପ ମୂଲ୍ୟରେ ଉନ୍ନତ ସ୍ୱାସ୍ଥ୍ୟ ସେବା ସମ୍ଭବ ନୁହେଁ ବୋଲି ଆକଳନ କରାଯାଇଛି। ଫୋର୍ଟିସ୍‍, ଆପୋଲୋ, ମେଦାନ୍ତ, ନାରାୟଣ ହେଲ୍‍ଥ ଆଦି ସଂସ୍ଥାର କେତେକ ବରିଷ୍ଠ ଅଧିକାରୀ ନିତି ଆୟୋଗ ଓ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଅଧିକାରୀଙ୍କୁ ସାକ୍ଷାତ କରି ଏହି ମର୍ମରେ ସ୍ମାରକପତ୍ର ଦେଇଛନ୍ତି।

prayash

କେନ୍ଦ୍ର ସରକାର ଆୟୁଷ୍ମାନ ଯୋଜନାରେ ୧୩୫୪ଟି ପ୍ୟାକେଜ୍‍ ଘୋଷଣା କରିଛନ୍ତି। ଏଥିପାଇଁ ଏକ ନିର୍ଦ୍ଦିଷ୍ଟ ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି। ଏହି ମୂଲ୍ୟଠାରୁ କୌଣସି ସଂସ୍ଥା ଅଧିକ ଦାବି କରିପାରିବେ ନାହିଁ। କିନ୍ତୁ ସ୍ୱଳ୍ପ ମୂଲ୍ୟରେ ଉନ୍ନତ ମାନର ସେବା ସବୁବେଳେ ସବୁ କ୍ଷେତ୍ରରେ ଯୋଗାଇ ଦେବା ସମ୍ଭବ ନୁହେଁ ବୋଲି ଘରୋଇ ଡାକ୍ତରଖାନା ପକ୍ଷରୁ କୁହାଯାଉଛି। ଅପରପକ୍ଷରେ କେନ୍ଦ୍ର ସରକାରଙ୍କ ଯୁକ୍ତି ହେଲା ଘରୋଇ ଡାକ୍ତରଖାନାଗୁଡ଼ିକ ଲୋକଙ୍କଠାରୁ ଅଧିକ ଫି’ ନେଉଛନ୍ତି। ତେଣୁ ସେହି ଅର୍ଥର କିଛି ଅଂଶକୁ ସେମାନେ ଗରିବ ରୋଗୀଙ୍କ ସେବାରେ ନିୟୋଜିତ କରିବା ଉଚିତ।

Leave A Reply