www.samajalive.in
Monday, December 15, 2025
24.1 C
Bhubaneswar

କଂଗ୍ରେସ ସରକାର ରିମୋଟ ଦ୍ବାରା ପରିଚାଳିତ ହେଉଥିଲା : ମୋଦୀ

ଆଜମେର : କଂଗ୍ରେସ ଶାସନ ସମୟରେ ଦେଶର ସରକାର ରିମୋଟ୍‌ ଦ୍ବାରା ନିୟନ୍ତ୍ରିତ ହେଉଥିଲା। ପ୍ରଧାନମନ୍ତ୍ରୀଙ୍କ ଉପରେ ଜଣେ ମହାଶକ୍ତି ରହି ସରକାରକୁ ଚଳାଉଥିଲେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ବୁଧବାର ରାଜସ୍ଥାନ ଆଜମେରରେ ଜନସଭାକୁ ସମ୍ବୋଧନ କରି ମୋଦୀ କହିଛନ୍ତି ଯେ ୨୦୧୪ ପୂର୍ବରୁ ଦେଶର ପରିସ୍ଥିତ କ’ଣ ଥିଲା? ଲୋକେ ଦୁର୍ନୀତି ବିରୋଧରେ ରାଜରାସ୍ତାରେ ଆନ୍ଦୋଳନ କରୁଥିଲେ। ବଡ ବଡ ସହରରେ ନିୟମିତ ଭାବେ ଆତଙ୍କବାଦୀ ଆକ୍ରମଣ ହେଉଥିଲା। ପ୍ରଧାନମନ୍ତ୍ରୀଙ୍କ ଉପରେ ଜଣେ ମହାଶକ୍ତି (ସୁପର ପାୱାର) ରହିଥିଲେ। ସରକାର ଏକ ରିମୋଟ କ‌େଣ୍ଟ୍ରାଲ ଦ୍ବାରା ପରିଚାଳିତ ହେଉଥିଲା। ଦେଶରେ ମହିଳା ବିରୋଧୀ ହିଂସା ସର୍ବାଧିକ ଥିଲା। ଯୁବକମାନେ ଅନ୍ଧକାରରେ ରହୁଥିଲେ। ମାତ୍ର ବିଜେପି ସରକାର କ୍ଷମତାକୁ ଆସିବା ପରେ ବିଶ୍ବରେ ଭାରତର ପ୍ରଶଂସା ବଢିଛି। ଦେଶରେ କଂଗ୍ରେସ ସରକାର କ୍ଷମତାରେ ଥିଲେ କରୋନା ଟିକାକରଣ ସମ୍ପୂର୍ଣ୍ଣ କରିବାକୁ ୪୦ବର୍ଷ ଲାଗି ଯାଇଥାନ୍ତା। କଂଗ୍ରେସ ସରକାର ଗରିବ ହଟାଓର ଆହ୍ବାନ ଦେଇଥିବାବେଳେ ଏହି ଦଳ ଗରିବଙ୍କ ସହିତ ସର୍ବାଧିକ ବିଶ୍ବାଘାତକତା କରିଛି। ଆଉ କଂଗ୍ରେସର ଏହି ବିଶ୍ବାସଘାତକାର ସର୍ବାଧିକ ଶିକାର ହୋଇଛନ୍ତି ରାଜସ୍ଥାନବାସୀ। ଚଳିତବର୍ଷ ରାଜସ୍ଥାନରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାବେଳେ ମୋଦୀ କଂଗ୍ରେସକୁ ଏପରି ସମାଲୋଚନା କରିଛନ୍ତି। ମୋଦୀଙ୍କ ଜନସଭାରେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ, ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ, କୈଳାସ ଚୌଧୁରୀ ଅନ୍ୟ ଦଳୀୟ ନେତା ଉପସ୍ଥିତ ରହିଥିଲେ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories