ଗୁରୁବାର ରାଶିଫଳ (୦୧.୦୬.୨୦୨୩)

ମେଷ : ନାନା ସୁଖକର ଘଟଣାମାନ ଘଟିବ। ଧନ ଲାଭର ସୂଚନା ମିଳୁଛି। ଉନ୍ନତ ମାର୍ଗରେ ଅଗ୍ରସର ହେବେ। ପ୍ରୀତିଲାଭର ସୂଚନା ମିଳୁଛି। କର୍ମକ୍ଷେତ୍ର ଉଳ ହେବ। ମିଷ୍ଟାନ୍ନ ଭୋଜନରେ ଆନନ୍ଦ ଉପଭୋଗ କରିବେ।

ବୃଷ : ଆପଣଙ୍କ ଦର୍ପରେ ଶତ୍ରୁମାନେ ଅପସରି ଯିବେ। ଆୟ ବୃଦ୍ଧିର ସୂଚନା ମିଳୁଛି। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଅଧ୍ୟାପନା ପାଇଁ ଅଧ୍ୟୟନରତ ହୋଇପାରନ୍ତି।

ମିଥୁନ : ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ପାରିବାରିକ ସୁଖ ମିଳିବ। ବିଦ୍ୟାର୍ଥୀମାନେ ପଢ଼ାପଢ଼ିରେ ମନୋନିବେଶ କରିପାରନ୍ତି। ସୁସମ୍ବାଦ ପାଇ ଉତ୍‌ଫୁଲ୍ଲିତ ହେବେ। ଭିନ୍ନ ଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସୁଖୀ ହେବେ।

କର୍କଟ : କୃଷିକର୍ମ ଲାଭଦାୟକ ହେବ। ଯାନବାହନ ସୁଖ ମିଳିପାରେ। ବାସଗୃହର ପରିବେଶ ଉତ୍ତମ ମାନର ହେବ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ପରିଶ୍ରମର ମୂଲ୍ୟ ମିଳିବ।

ସିଂହ : ଏକ ନିର୍ଦ୍ଧାରିତ ସଂସ୍ଥାରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ବିଭିନ୍ନ ସ୍ତରରୁ ଆଦର ସମ୍ମାନ ମିଳିବ। ସକଳ ଗୁଣର ଆଧାର ହେବେ। ସୁଖୀ ହେବେ। କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି। ସର୍ବାଙ୍ଗୀଣ ଉନ୍ନତି ହେବ।

କନ୍ୟା : ପାରିବାରିକ ସୁଖ ମିଳିବ। ଧନାଗମ ହେବ। କାର୍ଯ୍ୟ ମଙ୍ଗଳଦାୟକ ହେବ। ତ୍ୟାଗପୂତ ମନୋବୃତ୍ତିସମ୍ପନ୍ନ ହେବେ। ମତିମାନ୍‌ ହୋଇପାରନ୍ତି। ବିବିଧ ଧନଯୁକ୍ତ ହେବେ। ଚଞ୍ଚଳମନା ହୋଇପାରନ୍ତି। ସୁଖ ମିଳିବ।

ତୁଳା : ଆୟ ଊଣା ହେବ ନାହିଁ। ସରକାରୀ କିମ୍ବା ବନ୍ଧୁ ସୂତ୍ରରୁ ଲାଭବାନ୍‌ ହୋଇପାରନ୍ତି। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ରହିବେ। ଚିନ୍ତାଧାରା ଉନ୍ନତମାନର ହେବ।

ବିଛା : ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। ଅଯଥା ବିତର୍କରେ ଭାଗ ନ ନେଇ ଚୁପ୍‌ ରହିବା ସବୁଠୁ ଭଲ। ଚକ୍ଷୁ ପ୍ରତି ଯତ୍ନବାନ୍‌ ହେବାକୁ ପଡ଼ିବ। ପ୍ରେମପୂର୍ଣ୍ଣ ବାକ୍ୟ ବିନିମୟରେ ପରକୁ ଆପଣାର କରିପାରନ୍ତି। ଜ୍ଞାନୀ ହେବେ।

ଧନୁ : ଜ୍ଞାନ ପିପାସୁ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଏପରିକି ରାଜ ଦରବାରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଆଜି ଦିନ ଭିତରେ ଯେଉଁ କାର୍ଯ୍ୟ କରିବେ ତାହା ସଫଳ ହେବ।

ମକର :  କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ବିବାଦୀୟ ଘଟଣାରେ ବିଜୟୀ ହେବେ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଉଚ୍ଚ ଆଶା ଫଳବତୀ ହେବ। କର୍ମ ତତ୍ପରତା ପ୍ରକାଶ ପାଇବ। ସରକାରୀ ଅର୍ଥ ମିଳିପାରେ।

କୁମ୍ଭ : ଧର୍ମକର୍ମ ସମ୍ପାଦନ କରିପାରନ୍ତି। କର୍ମ ତତ୍ପରତା ପ୍ରକାଶ ପାଇବ। କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ପ୍ରାପ୍ତ କ୍ଷମତା ବିକେନ୍ଦ୍ରୀକରଣ କରି ଶାସନ ଡୋରୀ ହାତକୁ ଆଣିବେ।

ମୀନ : ଅର୍ଥ ଟାଣଟୁଣ ରହିବ। ଦୁଃଶ୍ଚିନ୍ତା ମଧ୍ୟ ଦେଇ ଗତି କରିବେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଶୁଭକାର୍ଯ୍ୟ ସ୍ଥଗିତ ରଖିବାକୁ ପଡ଼ିବ। ଦ୍ରବ୍ୟ ହାନିର ସୂଚନା ମିଳୁଛି। ଜଳଯାତ୍ରା ମନା। ସତର୍କରେ ଚଳିବେ।

Comments are closed.