ମୋଦୀଙ୍କ ପ୍ରଶଂସା ରାହୁଲ ସହ୍ୟ କରିପାରୁ ନାହାନ୍ତି : ବିଜେପି

ନୂଆଦିଲ୍ଲୀ : ଆମେରିକା ମାଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଜବାବ ଦେଇଛି ବିଜେପି। ବୁଧବାର ବିଜେପି ନେତା ତଥା କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିଦେଶ ମାଟିରେ ଭାରତକୁ ସର୍ବଦା ନିନ୍ଦିତ କରିବାର ପ୍ରଚେଷ୍ଠା ଚଳାଇଛନ୍ତି। ବିଦେଶ ମାଟିରେ ମୋଦୀଙ୍କୁ ପ୍ରଶଂସା କରାଯାଉଥିବାବେଳେ ରାହୁଲ ତାକୁ ସହ୍ୟ କରିପାରୁ ନାହାନ୍ତି। ନିକଟରେ ମୋଦୀ ତାଙ୍କର ତ୍ରିରାଷ୍ଟ୍ରୀୟ ଗସ୍ତ କାଳରେ ବିଶ୍ବର ୨୪ଜଣ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଥିଲେ। ୫୦ରୁ ଅଧିକ ବୈଠକ କରିଥିଲେ। ମୋଦୀଙ୍କୁ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ବସ୍‌ (ମାଲିକ) ବୋଲି ସମ୍ବୋଧନ କରିଥିଲେ। ବିଦେଶରେ ମୋଦୀଙ୍କ ଏପରି ପ୍ରଶଂସାକୁ ରାହୁଲ ସହ୍ୟ କରିପାରୁ ନାହାନ୍ତି। ତେଣୁ ବିଦେଶରେ ମୋଦୀଙ୍କୁ ସମାଲୋଚନା କରି ରାହୁଲ ତାଙ୍କୁ ନୀଚ କରିବାକୁ ଚେଷ୍ଠା କରୁଛନ୍ତି।

Comments are closed.