www.samajalive.in
Monday, December 15, 2025
15.1 C
Bhubaneswar

‘ମୋଦୀ ନିଜକୁ ଭଗବାନଙ୍କଠାରୁ ଅଧିକ ଭାବୁଛନ୍ତି’

ସାନ ଫ୍ରାନସିସ୍‌କୋ : ଭାରତ ହେଉଛି ବିବିଧତାର ଦେଶ। ଏଠାରେ ବିଭିନ୍ନ ଭାଷା, ଧର୍ମ ଓ ସମ୍ପ୍ରଦାୟର ଲୋକ ବାସ କରିଥାନ୍ତି। ଭାଷା ଓ ଧର୍ମର ବିବିଧତା ସତ୍ତ୍ବେ ଭାରତବାସୀ ନିଜକୁ ଏକ ମନେ କରିଥାନ୍ତି। ବିବିଧତା ହେଉଛି ଭାରତର ମୂଳ ​ବୈଶିଷ୍ଟ୍ୟ। ମାତ୍ର ଭାରତର ଏହି ମୂଳ ବୈଶିଷ୍ଟ୍ୟ ଉପରେ ଏବେ ଆକ୍ରମଣ ହେଉଛି ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି। ଆମେରିକାର ସାନ ଫ୍ରାନସିସ୍‌କୋରେ ମଙ୍ଗଳବାର ପ୍ରବାସୀ ଭାରତୀୟଙ୍କ ସମାବେଶକୁ ସମ୍ବୋଧନ କାଳରେ ରାହୁଲ ଗାନ୍ଧୀ ଶାସକ ବିଜେପିକୁ କଡା ସମାଲୋଚନା କରି ଏପରି କହିଛନ୍ତି। ରାହୁଲ କହିଛନ୍ତି ଯେ ବିଜେପି ସରକାର ଲୋକଙ୍କୁ ଧମକ ଦେଉଛନ୍ତି ଓ ସମସ୍ତ ସରକାରୀ ସଂସ୍ଥାର ଦୁରୁପଯୋଗ କରୁଛନ୍ତି। ବିଜେପି ଓ ଆରଏସଏସ୍ ରାଜନୀତିର ସମସ୍ତ ମାର୍ଗକୁ ନିୟନ୍ତ୍ରଣ କରୁଛନ୍ତି। ରାହୁଲ କହିଛନ୍ତି ଯେ ‘ଭାରତ ଯୋଡୋ ଯାତ୍ରା’ ପୂର୍ବରୁ ସେ ଅନୁଭବ କରିଥିଲେ ଯେ ରାଜନୀତି ପାଇଁ ଆପଣାଯାଉଥିବା ପାରମ୍ପରିକ ମାର୍ଗ ଆଉ କାମ ଦେଉ ନାହିଁ। କାରଣ ବିଜେପି ଓ ଆରଏସଏସ୍ ରାଜନୀତିର ପାରମ୍ପରିକ ମାର୍ଗକୁ ନିୟନ୍ତ୍ରଣ କରି ରଖିଛନ୍ତି। ତେଣୁ ସେ ଭାରତ ଯୋଡୋ ନାମରେ ଏକ ଯାତ୍ରା ଆରମ୍ଭ କରିଥିଲେ। କନ୍ୟାକୁମାରୀରୁ କାଶ୍ମୀର ପର୍ଯ୍ୟନ୍ତ ହୋଇଥିବା ଏହି ଯାତ୍ରା ପ୍ରେମ, ସମ୍ମାନ ଓ ମାନବିକତାର ବାର୍ତ୍ତା ପ୍ରଚାର କରିଥିଲା।
ରାହୁଲ କହିଛନ୍ତି ଯେ ଭାରତର ଗଣମାଧ୍ୟମରେ ଦେଶକୁ ଯେପରି ଚିତ୍ରଣ କରାଯାଉଛି ବାସ୍ତବତା ତା’ଠାରୁ ବହୁତ ଭିନ୍ନ। ରାଜନୈତିକ ସ୍ବାର୍ଥ ନିମନ୍ତେ ଅନେକ ମିଥ୍ୟା ପ୍ରଚାର କରାଯାଉଛି। ଦେଶର କେତେକ ଗୋଷ୍ଠୀର ଲୋକ ଭାବୁଛନ୍ତି ଯେ ସେମାନେ ସବୁ କିଛି ଜାଣିଛନ୍ତି। ସେମାନେ ଭାବୁଛନ୍ତି ଯେ ସେମାନେ ଐତିହାସିକଙ୍କୁ ଇତିହାସ, ବୈଜ୍ଞାନିକଙ୍କୁ ବିଜ୍ଞାନ ଓ ସୈନିକଙ୍କୁ ଯୁଦ୍ଧ କୌଶଳ ପଢାଇଦେବେ। ଏପରିକି ଏହି ଗୋଷ୍ଠୀର ଲୋକ ଭାବୁଛନ୍ତି ଯେ ସେମାନେ ଭଗବାନଙ୍କ ଠାରୁ ମଧ୍ୟ ଅଧିକ ଜାଣିଛନ୍ତି। ଆଉ ଏପରି ଭାବୁଥିବା ଲୋକଙ୍କ ମଧ୍ୟରୁ ଜଣେ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ରାହୁଲ କହିଛନ୍ତି ‘ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଯଦି ତୁମେ ନେଇ ଭାଗବାନଙ୍କ ପାଖରେ ବସାଇଦେବ ତେବେ ସେ ଭଗବାନଙ୍କୁ ବୁଝାଇବା ଆରମ୍ଭ କରିଦେବେ ଯେ ବିଶ୍ବ କିପରି ଚାଲୁଛି। ଆଉ ଭଗବାନ ମଧ୍ୟ ଦ୍ବନ୍ଦ୍ବରେ ପଡିଯିବେ ଯେ ସେ କ’ଣ ତିଆରି କରିଛନ୍ତି।’ ବାସ୍ତବରେ ଏପରି ଗୋଷ୍ଠୀର ଲୋକ କୌଣସି କଥା ଶୁଣିବାକୁ ପ୍ରସ୍ତୁତ ନୁହନ୍ତି। ରାହୁଲ ତାଙ୍କର ଆମେରିକା ଗସ୍ତ କାଳରେ କହିଛନ୍ତି ଯେ ବିରୋଧୀ ଦଳଗୁଡିକ ଏକଜୁଟ୍ ହୋଇପାରିଲେ ବିଜେପିକୁ ପରାସ୍ତ କରିପାରିବେ। ସେହିପରି କଂଗ୍ରେସର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ହେବେ ତାର ନିଷ୍ପତ୍ତି ଦଳର ସଭାପତି ମଲ୍ଲିକାର୍ଜୁନ ଖଡଗେ ନେବେ। ମଙ୍ଗଳବାର ଠାରୁ ରାହୁଲ ତାଙ୍କର ଆମେରିକା ଗସ୍ତ ଆରମ୍ଭ କରିଛନ୍ତି। ଏହି ଗସ୍ତ କାଳରେ​‌ ସେ ଆମେରିକାର ସାଂସଦମାନଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories