www.samajalive.in
Monday, December 15, 2025
24.1 C
Bhubaneswar

ଉପାସନା ‘ଆଇ ସପୋର୍ଟ ମୋଦି’ର ରାଜ୍ୟ ସଂଯୋଜିକା

ଭୁୁବନେଶ୍ୱର : ବିଜେପି ସହିତ ସାଧାରଣ ଜନତାଙ୍କୁ ଯୋଡିବା ପାଇଁ ବିଜେପି ପକ୍ଷରୁ ହାତକୁ ନିଆଯାଇଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ଆଇ ସପୋର୍ଟ ମୋଦି’ କ୍ୟାମ୍ପେନକୁ ଓଡ଼ିଶାର ଯୁବପିଢ଼ିଙ୍କୁ ଆକର୍ଷିତ କରିବାପାଇଁ ସୋମବାର ରାଜ୍ୟ ସଂଯୋଜିକା ଭାବେ ଉପାସନା ମହାପାତ୍ରଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ଅନୁମୋଦନକ୍ରମେ ଉପାସନାକୁ ଏହି ଦାୟିତ୍ୱ ଦେଇ ଓଡ଼ିଶାରେ ବିଜେପି ନୂତନ ଓଡ଼ିଶା ଗଠନର ଆଶା ସଞ୍ଚାର କରିଛି।

ଏନେଇ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉପାସନା କହିଥିଲେ ଯେ ଦୀର୍ଘଦିନ ଧରି ଓଡ଼ିଶାରେ ଚାଲି ଆସିଥିବା ଭ୍ରଷ୍ଟାଚାର ଶାସନରୁ ମୁକ୍ତ ହେବାପାଇଁ ଯୁବପିଢ଼ି ଆଗେଇ ଆସିବା ଦରକାର। ଯୁବପିଢ଼ି ଯେପର୍ଯ୍ୟନ୍ତ ନୂତନ ଓଡ଼ିଶା ଗଠନର ସଂକଳ୍ପ ନେଇ ନାହାନ୍ତି ସେପର୍ଯ୍ୟନ୍ତ ରାଜ୍ୟରେ ଦୁର୍ନୀତି ତା’ର କାୟା ମେଲାଇ ଚାଲିଥିବ। ଦୁର୍ନୀତି ଓ ଭ୍ରଷ୍ଟାଚାର ଶାସନକୁ ମୂଳୋତ୍ପାଟନ କରିବାପାଇଁ ଯୁବପିଢ଼ି ହିଁ ଏହାର ମୁଖ୍ୟ ଆଧାର ବୋଲି ସେ କହିଥିଲେ। ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ରାଜ୍ୟବ୍ୟାପୀ ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ କହିଛନ୍ତି ଯେ ରାଜ୍ୟରେ ୧୯ ବର୍ଷର ସ୍ଥାଣୁତା ଓ ଅପାରଗତା କାରଣରୁ ଅପାର ସମ୍ଭାବନା ସତ୍ତେ୍ୱ ରାଜ୍ୟ ପ୍ରଗତିର ଶୀର୍ଷକୁ ଯିବା ବଦଳରେ ଦିନକୁ ଦିନ ଲୋକମାନେ ଦୁର୍ଗତିର ସାମନା କରୁଛନ୍ତି। ୨୦୧୯ରେ ପ୍ରଥମ ଥର ଭୋଟଦାନ କରିବାକୁ ଥିବା ୧୮ ବର୍ଷରୁ ୨୨ବର୍ଷୀୟ ଯୁବପିଢିଙ୍କୁ ‘ ଆଇ ସପୋର୍ଟ ମୋଦି ’ ଯୋଜନା ମାଧ୍ୟମରେ ରାଜ୍ୟରେ ଯୋଡା ଯିବ। ନୂଆ ଭାରତର ନିର୍ମାଣ ନୂଆ ଓଡିଶାର ନିର୍ମାଣ ବିନା ସମ୍ଭବ ନୁହେଁ। ଏଥିପାଇଁ ମୋଦିଙ୍କ ସଙ୍କଳ୍ପିତ ନୂଆ ଭାରତକୁ ସଫଳ କରିବାକୁ ହେଲେ ନୂଆ ଓଡିଶା ନିର୍ମାଣ ଅପରିହାର୍ଯ୍ୟ।
୨୦୧୯ ମସିହାରେ ପ୍ରଥମଥର ମତଦାନ କରିବାକୁ ଥିବା ଯୁବପିଢ଼ିଙ୍କୁ ନୂଆ ଓଡିଶା ନିର୍ମାଣରେ ନେତୃତ୍ୱ ଦେବାପାଇଁ ‘ଆଇ ସପୋର୍ଟ ମୋଦି’ କାର୍ଯ୍ୟକ୍ରମ ବହୁ ଗୁରୁତ୍ୱ ବହନ କରିବ। ୧୮ରୁ ୩୮ ବର୍ଷର ଯୁବପିଢି ଏକାଠି ହୋଇ ‘ଆଇ ସପୋର୍ଟ ମୋଦି’ ଯୋଜନାରେ ସାମିଲ ହେଲେ ମୋଦିଙ୍କ ନେତୃତ୍ୱରେ ଓଡିଶା ଆଗେଇବ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି। ସମ୍ମିଳନୀରେ ଯୁବ ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ବିଶ୍ୱ ରଞ୍ଜନ ବଡଜେନା, ରାଜ୍ୟ ସଂପାଦକ ଦୀପକ କୁମାର ଗୋଚ୍ଛାୟତ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories