www.samajalive.in
Friday, December 5, 2025
20.1 C
Bhubaneswar

ନାବାଳିକା ବଳାତ୍କାରୀଙ୍କୁ ମୃତ୍ୟୁଦଣ୍ଡ

ଏନସିବିସିକୁ ସାମ୍ବିଧାନିକ ମାନ୍ୟତା

ନୂଆଦିଲ୍ଲୀ : ସଂସଦରେ ସୋମବାର ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଧେୟକ ଗୃହୀତ ହୋଇଛି। ଗୃହୀତ ବିଧେୟକ ଅନୁଯାୟୀ ୧୨ବର୍ଷରୁ କମ୍‍ ନାବାଳିକାଙ୍କୁ ବଳାତ୍କାର କ୍ଷେତ୍ରରେ ଦୋଷୀଙ୍କ ପାଇଁ ଏଣିକି ମୃତ୍ୟୁଦଣ୍ଡର ବ୍ୟବସ୍ଥା ରହିବ। ସେହିପରି ଜାତୀୟ ପଛୁଆ ବର୍ଗ ଆୟୋଗକୁ ସାମ୍ବିଧାନିକ ମାନ୍ୟତା ପ୍ରଦାନ କରାଯିବ। ନାବାଳିକା ବଳାତ୍କାରୀଙ୍କୁ ମୃତ୍ୟୁଦଣ୍ଡ ପାଇଁ ଆଗତ ଫୌଜଦାରୀ ଆଇନ (ସଂଶୋଧନ) ବିଧେୟକ ୨୦୧୮ ସୋମବାର ରାଜ୍ୟସଭାରେ ଗୃହୀତ ହୋଇଛି। ଏହି ବିଧେୟକ ଅନୁଯାୟୀ ମହିଳାଙ୍କୁ ବଳାତ୍କାର କ୍ଷେତ୍ରରେ ଦୋଷୀଙ୍କୁ ସର୍ବନିମ୍ନ ୧୦ବର୍ଷ ଜେଲ ଦଣ୍ଡାଦେଶ ହେବ। ଜୁଲାଇ ୩୦ରେ ଏହି ବିଧେୟକ ଲୋକସଭାରେ ଗୃହୀତ ହୋଇଥିଲା। ବିଧେୟକଟିକୁ ସିଲେକ୍ଟ କମିଟିକୁ ପଠାଇବା ଲାଗି ରାଜ୍ୟସଭା ସଦସ୍ୟମାନେ ଦାବି କରିଥିଲେ। ମାତ୍ର ସରକାର ଏହାକୁ ଗ୍ରହଣ କରି ନ ଥିଲେ। ଆଲୋଚନା କାଳରେ ସ୍ୱରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ କିରେନ ରିଜିଜୁ କହିଥିଲେ ଯେ ଏହି ବିଧେୟକ ଜାତୀୟ ସ୍ୱାର୍ଥ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏହାଦ୍ୱାରା ନାବାଳିକାମାନଙ୍କୁ ସୁରକ୍ଷା ମିଳିିପାରିବ। ଶେଷରେ ଏହା ବାଚନିକ ଭୋଟରେ ଗୃହୀତ ହୋଇଥିଲା। ନାବାଳିକା ବଳାତ୍କାରୀଙ୍କୁ ମୃତ୍ୟୁଦଣ୍ଡ ଦେବା ଲାଗି ସରକାର ଏପ୍ରିଲ ୨୧ରେ ଆଧ୍ୟାଦେଶ ଆଣିଥିଲେ। ଜାମ୍ମୁ-କାଶ୍ମୀର କଠୁଆ ଓ ଉତ୍ତରପ୍ରଦେଶ ଉନ୍ନାଓ ଘଟଣା ପରେ ସରକାର ଏହି ଅଧ୍ୟାଦେଶ ଆଣିଥିଲେ।
ସୋମବାର ରାଜ୍ୟସଭାରେ ଗୃହୀତ ହୋଇଥିବା ଅନ୍ୟ ଏକ ବିଧେୟକ ହେଲା ସମ୍ବିଧାନ ସଂଶୋଧନ ବିଧେୟକ ୨୦୧୭। ପଛୁଆ ବର୍ଗଙ୍କ ପାଇଁ ଗଠନ ହୋଇଥିବା ଜାତୀୟ ଆୟୋଗ (ଏନସିବିସି)କୁ ସାମ୍ବିଧାନିକ ମାନ୍ୟତା ପ୍ରଦାନ ପାଇଁ ୧୨୩ତମ ସମ୍ବିଧାନ ସଂଶୋଧନ ଲାଗି ସରକାର ଏହି ବିଧେୟକ ଆଣିଛନ୍ତି। ଅଗଷ୍ଟ ୨ରେ ଏହି ବିଧେୟକ ଲୋକସଭାରେ ଗୃହୀତ ହୋଇଥିବାବେଳେ ଏବେ ରାଜ୍ୟସଭାରେ ଗୃହୀତ ହୋଇଛି। ଗୃହରେ ଉପସ୍ଥିତ ଦୁଇ ତୃତୀୟାଂଶ ସଭ୍ୟ ବିଧେୟକକୁ ସମର୍ଥନ କରିଥିଲେ। ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରୀ ଥୱରଚାନ୍ଦ ଗେହଲଟ କହିଥିଲେ ଯେ ବିଧେୟକକୁ ରାଷ୍ଟ୍ରପତି ଅନୁମୋଦନ କରିବା ମାତ୍ରେ କମିସନ ଗଠନ କରାଯିବ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories