www.samajalive.in
Saturday, December 6, 2025
16.1 C
Bhubaneswar

ଇମ୍ରାନ୍‍ ବିଧିବଦ୍ଧ ଭାବେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷିତ

ଇସଲାମାବାଦ : ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଇମ୍ରାନ ଖାଁଙ୍କ ନାମ ବିଧିବଦ୍ଧ ଭାବେ ଘୋଷଣା କରିଛି ପାକିସ୍ତାନ ତେହରିକ୍‍-ଇ-ଇନ୍‍ସାଫ୍‍(ପିଟିଆଇ)। ସୋମବାର ଅନୁଷ୍ଠିତ ଦଳର ସଂସଦୀୟ କମିଟି ବୈଠକ ପରେ ଏହି ଘୋଷଣା କରାଯାଇଛି। ନିର୍ବାଚନ ଫଳାଫଳୂ ଘୋଷଣା ପରଠାରୁ ଇମ୍ରାନ ପ୍ରଥମ ଥର ପାଇଁ ସୋମବାର ତାଙ୍କ ବାନିଗାଲା ବାସଭବନରୁ ବାହାରକୁ ଆସି ବୈଠରେ ଯୋଗ ଦେଇଥିଲେ। ଇମ୍ରାନଙ୍କ ବାରଣ ସତ୍ତ୍ବେ ତାଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ବୈଠକ ସ୍ଥଳକୁ ଅଣାଯାଇଥିଲା।
ଅପରପକ୍ଷରେ କ୍ଷମତାଚ୍ୟୂତ ହୋଇଥିବା ନୱାଜ ସରିଫଙ୍କ ଦଳ ପାକିସ୍ତାନ ମୁସଲିମ୍‍ ଲିଗ୍‍-ଏନ୍‍ ପକ୍ଷରୁ ପ୍ରଧାନମମନ୍ତ୍ରୀ ପ୍ରାର୍ଥୀ ଭାବେ ନୱାଜଙ୍କ ଭାଇ ସେହବାଜ ସରିଫଙ୍କ ନାମ ଘୋଷଣା କରାଯାଇଛି। ଦଳର ବରିଷ୍ଠ ନେତାମାନଙ୍କ ବୈଠକରେ ସେହବାଜଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ବଛାଯାଇଥିଲା।
ପାକିସ୍ତାନ ଜାତୀୟ ଆସେମ୍ବ୍ଲିର ମୋଟ ୩୪୨ ଆସନ ମଧ୍ୟରୁ ୨୭୨ ପାଇଁ ପ୍ରତ୍ୟକ୍ଷ ନିର୍ବାଚନ ଆନୁଷ୍ଠିତ ହୋଇଥିଲା। ମୋଟ ଆସନ ମଧ୍ୟରୁ ଯେଉଁ ଦଳ ୧୭୨ଟି ହାସଲ କରିପାରିବ ସେହି ଦଳ ସରକାର ଗଠନ ପାଇଁ ଯୋଗ୍ୟ ହେବ। ସହଯୋଗୀଙ୍କୁ ମିଶାଇ ଇମ୍ରାନଙ୍କ ଦଳ ଏବେ ୧୭୪ ସଦସ୍ୟଙ୍କ ସମର୍ଥନ ହାସଲ କରିଥିବା ଦାବି କରୁଛି।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories